ଗତ ୪ ବର୍ଷରେ ବୁଲା କୁକୁରଙ୍କ ସଂଖ୍ୟାରେ ଦ୍ରୁତ ହ୍ରାସ; କୋଭିଡ୍ ପରେ ସଂଖ୍ୟା ୩୧ ହଜାର କମିଛି
14/09/2023 at 8:53 PM

ମୁମ୍ବାଇ: ଗତ ୪ ବର୍ଷରେ ବେଙ୍ଗାଲୁରୁରେ ବୁଲା କୁକୁରଙ୍କ ସଂଖ୍ୟା ୩୧ ହଜାର ହ୍ରାସ ପାଇଛି। ବୃହତ ବେଙ୍ଗାଲୁରୁ ମହାନଗର ପାଲିକେ(ବିବିଏମ୍ପି) ରିସର୍ଚରୁ ଏଭଳି ତଥ୍ୟ ସାମ୍ନାକୁ ଆସିଛି। ୨୦୧୯ ଠାରୁ ଏହି ହ୍ରାସ ପ୍ରକ୍ରିୟା ଆରମ୍ଭ ହୋଇଥିଲା ବୋଲି ବିବିଏମ୍ପି କହିଛି।
ନଗର ନିଗମ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବର୍ତ୍ତମାନ ବେଙ୍ଗାଲୁରୁରେ ୨.୮ ଲକ୍ଷ ବୁଲା କୁକୁର ଅଛନ୍ତି। ୨୦୧୯ ତୁଳନାରେ ଏହା ୩୧ ହଜାର କମ୍ ବୋଲିବିବିଏମ୍ପି କହିଛି। ନଗର ନିଗମ ପକ୍ଷରୁ ଜୁଲାଇ ମାସରେ ୧୪ ଦିନ ପାଇଁ ବୁଲା କୁକୁର ସର୍ଭେ କରିଥିଲା। ଏହା ପୂର୍ବରୁ ୨୦୧୯ କୋଭିଡ୍ -୧୯ ମହାମାରୀ ପୂର୍ବରୁ ମଧ୍ୟ ଶେଷଥର ସର୍ଭେ କରାଯାଇଥିଲା ସେତେବେଳେ କୁକୁର ସଂଖ୍ୟା ୩.୧ ଲକ୍ଷ ଥିଲା।
ତେବେ ଗତ ୪ ବର୍ଷରେ ହଠାତ୍ ଏତେ ସଂଖ୍ୟାକ କୁକୁରଙ୍କ ସଂଖ୍ୟା ହ୍ରାସ ପାଇବାର କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ତେବେ କୋଭିଡ୍ ସମୟରେ ଖାଦ୍ୟର ଅଭାବ ଓ ଅନ୍ୟାନ୍ୟ ରୋଗ ପାଇଁ କୁକୁର ସଂଖ୍ୟା ହ୍ରାସ ପାଇଥାଇପାରେ ବୋଲି କୁହାଯାଉଛି।
ସୂଚନା ଅନୁସାରେ, ଏହି ସର୍ଭେ ପାଇଁ ୧୦୦ ଜଣଙ୍କୁ ନିଯୁକ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୫୦ ଜଣ ବିବିଏମ୍ପିର ସଦସ୍ୟ ଥିବା ବେଳେ ଆଉ ୫୦ ଜଣ ପ୍ରାଣୀପାଳନ ବିଭାଗର କର୍ମଚାରୀ ସାମିଲ ଥିଲେ। ଏମାନେ ପ୍ରତ୍ୟେକ ୱାର୍ଡରେ ବୁଲା କୁକୁରଙ୍କ ସଂଖ୍ୟା ଗଣନା କରିଥିଲେ। ବିବିଏମ୍ପି ଏରିଆର(୭୦୯ ସ୍କୋୟାର କିମି ବ୍ୟାପ୍ତ) ଦକ୍ଷିଣ, ପୂର୍ବ ଓ ପଶ୍ଚିମବ ଭାଗରେ ସର୍ବାଧିକ ବୁଲା କୁକୁର ଦେଖିବାକୁ ମିଳିଥିଲା।
ପଢ଼ନ୍ତୁ-କେତେ ବେଗରେ ବ୍ୟାପେ ‘ନିପା’ ଭାଇରସ୍? ଟ୍ରାଭେଲର ହୋଇଥିଲେ ସତର୍କତା ଅବଲମ୍ବନ କରନ୍ତୁ