ଉଦଘାଟନକୁ ପୁରିଲାନି ମାସେ, ଫାଟି ଆଁ କରିଛି ‘ରାପିଡ୍ ରୋଡ୍’

Published By : Prameya-News7 Bureau | January 09, 2023 IST

ନୂଆଦିଲ୍ଲୀ, ୦୯/୦୧: ମାସେ ନପୁରୁଣୁ ନୂଆ ରାସ୍ତାରେ ଫାଟ। ଖୋଦ୍ ମୁଖ୍ୟମନ୍ତ୍ରୀ ଉଦଘାଟନ୍ କରିଥିଲେ। ହେଲେ ମାସେ ନୁପୁରୁଣୁ ହୋଇଛି ଏଭଳି ଅବସ୍ଥା। ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକରେ। ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମଇ ଗତ ମାସରେ ’ରାପିଡ୍ ରୋଡ୍’ ଉଦଘାଟନ କରିଥିଲେ। ଯେଉଁଥିରେ ଏବେ ଅଧିକାଂଶ ଫାଟ ସୃଷ୍ଟି ହୋଇଛି।

ଇନ୍ଦିରାନଗରର ପୁରୁଣା ମାଡ୍ରାସ ରୋଡରେ ନିର୍ମିତ ହୋଇଥିବା ଏହି ରାପିଡ୍ ରୋଡ୍‌ରେ ଏପରି ଅବସ୍ଥା। ଉଦଘାଟନ ସମୟରେ କର୍ତ୍ତୃପକ୍ଷଙ୍କ ତରଫରୁ କୁହାଯାଇଥିଲା ଏହି ୩୭୫ ମିଟର ଓସାରର ଏହି ରୋଡ୍ ‘ରାପିଡ୍ ରୋଡ୍ ଓ୍ବାର୍କ’ ଟେକ୍ନୋଲୋଜିରେ ନିର୍ମାଣ ହୋଇଛି ଯାହା ୪୦ ବର୍ଷ ପର୍ଯ୍ୟନ୍ତ ତିଷ୍ଠି ରହିବ।

ପାଇଲଟ୍ ପ୍ରୋଜେକ୍ଟ ଭାବରେ ଆରମ୍ଭ ହୋଇଥିବା ଏହି ପ୍ରୋଜେକ୍ଟରେ ୫ ଫୁଟ ଚଉଡ଼ା, ୨ ଫୁଟ ଲମ୍ବ, ଏବଂ ୭ ଇଞ୍ଚ ମୋଟେଇର କଂକ୍ରିଟ୍ ସ୍ଲାବ୍ର ବ୍ୟବହାର କରାଯାଇଥିଲା। ଏହି ‘ରାପିଡ୍ ରୋଡ୍’ ଟେକ୍ନୋଲୋଜିର ଦାମ୍ ମଧ୍ୟ ୨୦-୨୫ ପ୍ରତିଶତ ଅଧିକ ହୋଇଥାଏ।

ଏହି ଘଟଣାରେ ବୃହତ୍ ବେଙ୍ଗାଲୁରୁ ମହାନଗର ପାଲିକେ (ବିବିଏମପି) ର ମୁଖ୍ୟ କମିଶନର କହିଛନ୍ତି ଏହି ଫାଟ ସୃଷ୍ଟି ନେଇ ଅନୁମାନ କରାଯାଉନଥିଲା। ଏହା ଏକ ପାଇଲଟ୍‌ ପ୍ରୋଜେକ୍ଟ ଏବଂ ଏହି ମାମଲାର ତଦନ୍ତ କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.