ଆଇପିଏଲ ପାଇଁ ବେଟିଂ : ୪ଜଣଙ୍କୁ ଗିରଫ କଲା ବେଙ୍ଗାଲୁରୁ ପୋଲିସ, ୫ ଲକ୍ଷ ଟଙ୍କା ସହ ୬ ମୋବାଇଲ ଜବତ

Published By : Prameya-News7 Bureau | October 06, 2020 IST

ବେଙ୍ଗାଲୁରୁ, ୦୬ ।୧୦: ଆଇପିଏଲ ସମୟରେ ବିଭିନ୍ନ ସମୟରେ ବେଟିଂ ନେଇ ଅନେକ ଅଭିଯୋଗ ଆସୁଛି । ପୋଲିସ ଡରରେ ଏବେ ଅନେକ ବ୍ୟକ୍ତି ଅନଲାଇନ୍ ବେଟିଂକୁ ସୁରକ୍ଷିତ ମଣୁଛନ୍ତି । ତେବେ ଏପରି ଏକ ବେଟିଂର ପର୍ଦ୍ଦାଫାସ କରିଛି ବେଙ୍ଗାଲୁରୁ ପୋଲିସ । ଏହି ଘଟଣାରେ ୪ଜଣଙ୍କୁ ଗିରଫ କରାଯାଇଛି ।

ପୋଲିସର ସୂଚନାନୁସାରେ, ମଙ୍ଗଳବାର ବେଟିଂ ଅଭିଯୋଗରେ ୪ ଯୁବକଙ୍କୁ ଗିରଫ କରାଯାଇଛି । ଯୁଗ୍ମ ପୋଲିସ ଡିଜି ସନ୍ଦିପ ପାଟିଲ କହିଛନ୍ତି ଯେ, ଆଇପିଏଲ ୨୦୨୦ ସମୟରେ ମ୍ୟାଚରେ ବେଟିଂ ହେଉଥିବା ନେଇ ତିନୋଟି ସ୍ଥାନରେ ବେଟିଂ ଚାଲିଥିବା ଖବର ଆସିଥିଲା । ଲୋଟସବୁକ୍, କ୍ରିକ୍ ୩୬୫ ଡେ ଓ ପାଲ୍କନ୍ ଭଳି ଆପ୍ଲିକେସନର ଉପଯୋଗ କରି ଗିରଫ ଯୁବକମାନେ ବେଟିଂ ଚଳାଉଥିଲେ ।

wp:html /wp:html

ପୁଟ୍ଟନହଲ୍ଲୀ, କୋଣନକୁନ୍ତେ ଓ ବ୍ୟାତରାୟଣପୁରାର କିଛି ସ୍ଥାନରେ ପୋଲିସ ଚଢାଉ କରିଥିଲା । ଏଥିରେ ସାମିଲ ୪ଜଣଙ୍କୁ ଗିରଫ କରାଯାଇଥିଲା । ଗିରଫ ଯୁବକଙ୍କଠାରୁ ୫ ଲକ୍ଷ ଟଙ୍କା, ୬ଟି ମୋବାଇଲ ଫୋନ୍ ଓ ଲାପଟପ୍ ଜବତ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.