ପୁଅକୁ ଫ୍ୟାନ୍‌ରେ ଟାଙ୍ଗି ହତ୍ୟା କଲା ବାପା, ଝିଅ କରିଥିଲା ଭିଡିଓ ରେକର୍ଡିଂ

Published By : Prameya-News7 Bureau | June 04, 2019 IST

ବେଙ୍ଗାଲୁରୁ ୪|୬: ବେଙ୍ଗାଲୁରୁରେ ବାପା ତାର ନିଜ ୧୨ ବର୍ଷର ପୁଅକୁ ଫ୍ୟାନ୍‌ରେ ଟଙ୍ଗାଇ ହତ୍ୟା କରିଛି। ପୁଅକୁ ହତ୍ୟା କରିବା ବେଳେ ସମ୍ପୃକ୍ତ ବ୍ୟକ୍ତିଙ୍କ ଝିଅ ମୋବାଇଲ୍‌ ଫୋନ୍‌ରେ ଏହାକୁ ରେକର୍ଡିଂ ମଧ୍ୟ କରିଛି। ବ୍ୟକ୍ତି ଜଣଙ୍କ ତାଙ୍କ ପତ୍ନୀଙ୍କୁ ମଧ୍ୟ ହତ୍ୟା କରିଛନ୍ତି।

ସୂଚନାଯୋଗ୍ୟ ଯେ, ବେଙ୍ଗାଲୁରୁ ହାଲର ବିଭୂତିନଗରରେ ଘଟିଛି ଏଭଳି ଅଭାବନୀୟ ଘଟଣା। ସଂପୃକ୍ତ ବ୍ୟକ୍ତି ଜଣଙ୍କ ନାଁ ସୁରେଶ ବାବୁ। ସୁରେଶ ଏକ ଚିଟ୍‌ଫଣ୍ଡ ସଂସ୍ଥାରେ ସେଲ୍ସ ଏକଜ୍ୟୁକେଟିଭ୍‌ ଭାବେ କାର୍ଯ୍ୟ କରୁଥିଲେ। ସଂସ୍ଥାଟ୍ ବନ୍ଦ ହୋଇଯିବାରୁ ତାଙ୍କ ଉପରେ ଋଣ ଭାର ବଢିଥିଲା। ଏଥିରୁ ମୁକ୍ତି ପାଇବା ପାଇଁ ସେ ପୂରା ପରିବାର ସହ ଆତ୍ମହତ୍ୟା କରିବେ ବୋଲି ନିଷ୍ପତ୍ତି ନେଇଥିଲେ।  ପରିବାର ଲୋକ ମଧ୍ୟ ଏଥିରେ ରାଜି ହୋଇଥିଲେ।

ଭିଡିଓରୁ ଜଣାପଡିଛି ଯେ, ସୁରେଶ ଏକ ଛୋଟ ଟେବୁଲ୍‌ରେ ଛିଡା ହୋଇ ପ୍ରଥମେ ତାଙ୍କ ୧୨ ବର୍ଷର ପୁଅ ବରୁଣ ବେକରେ ଏକ ବେଡ୍‌ସିଟ୍‌ ବାନ୍ଧି ଦେଇଥିଲେ।  ପରେ ତାକୁ ଫ୍ୟାନ୍‌ରେ ଟାଙ୍ଗି ଦେଇଥିଲେ।

ବରୁଣ ପ୍ରାଣ ହରାଇବା ଯାଏଁ ସୁରେଶ ବେଡ୍‌ସିଟ୍‌କୁ ଜୋରରେ ଟାଣି ଧରିଥିଲେ।  ଭିଡିଓରେ ଜଣେ ମହିଳା ଜଣଙ୍କ ତଳେ ପଡିଥିବା ଦେଖିବାକୁ ମିଳିଛି। ସେ ମହିଳା ଜଣଙ୍କ ସୁରେଶଙ୍କ ପତ୍ନୀ ।

ରାତି ସମୟରେ ରଚିଥିବା ଷଡଯନ୍ତ୍ରକୁ କାର୍ଯ୍ୟରେ ଲଗାଇଥିଲେ ସୁରେଶ । ସୁରେଶଙ୍କ ୧୭ ବର୍ଷୀୟ ଝିଅ ଏଥିରୁ ବର୍ତ୍ତି ଯାଇଥିଲା । ସକାଳୁ ଝିଅ ଏକଥା ପଡୋଶୀଙ୍କୁ କହିବା ପରେ ସେମାନେ ପୋଲିସକୁ ଖବର ଦେଇଥିଲେ।  ପୋଲିସ ଘଟଣାସ୍ଥଳରେ ପହଞ୍ଚି ସୁରେଶଙ୍କୁ ଗିରଫ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.