ଫୁଡ୍‌ ଫ୍ୟାକ୍ଟ୍ରିରେ ଅଘଟଣ, ବଏଲର ଫାଟି ୨ ମୃତ, ୩ ଗୁରୁତର

Published By : Prameya-News7 Bureau | August 23, 2021 IST

ବେଙ୍ଗାଲୁରୁ ୨୩/୦୮: କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁରେ ମଗାଡ଼ି ରୋଡ୍‌ ସ୍ଥିତ ଫୁଡ୍‌ ଫ୍ୟାକ୍ଟ୍ରିରେ ଅଘଟଣ । ଫ୍ୟାକ୍ଟ୍ରିରେ ବଏଲର ଫାଟି ଦୁଇ ଜଣଙ୍କ ଜୀବନ ଯାଇଥିବା ବେଳେ ଅନ୍ୟ ୩ଜଣ ଗୁରୁତର ମଧ୍ୟ ହୋଇଛନ୍ତି। ଗୁରୁତରଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡ଼ିଛି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାବାର ଦ୍ବିପ୍ରହରରେ ଏହି ଅଘଟଣା ଘଟିଥିବା କୁହାଯାଉଛି।

ଏହି ଫ୍ୟାକ୍ଟ୍ରିରେ ୭ ଜଣ କର୍ମଚାରୀ କାର୍ଯ୍ୟ କରୁଥିଲେ।  ଘଟଣା ସମ୍ପର୍କରେ ସୂଚନା ପାଇ ଦମକଳ ବାହିନୀ ପହଞ୍ଚିବା ସହ ନିଆଁ ଆୟତ୍ତ କରିଥିଲା ।  ଏହା ପରେ ଭିତରେ ଫସି ରହିଥିବା ଲୋକଙ୍କୁ ବାହରକୁ ଆଣିଥିଲା ଅଗ୍ନିଶମ ବାହିନୀ । କିନ୍ତୁ ସେତେବେଳକୁ ୨ ଜଣଙ୍କ ଜୀବନ ଯାଇସାରିଥଲା ।

ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ମୃତ୍ୟୁବରଣ କରିଥିବା ଦୁଇ କର୍ମଚାରୀ ବିହାରର ବୋଲି ବେଙ୍ଗାଲୁରୁ ଓ୍ବେଷ୍ଟ ଡିସିପି ସଞ୍ଜୀବ ପାଟିଲ୍‌ କହିଛନ୍ତି। ଏହା ବ୍ୟତୀତ ଦୁଇ ମହିଳାଙ୍କ ସମେତ ୩ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.