ବେଙ୍ଗାଲୁରୁ ବନ୍ୟାରେ ବୁଡି ରହିଛି Lexus, Bentley, BMW ପରି ଦାମୀ ଗାଡି, ବିଳାଶପୂର୍ଣ୍ଣ ଘର ପସିଲା ପାଣି

Published By : Prameya-News7 Bureau | September 06, 2022 IST

ବେଙ୍ଗାଲୁରୁ: କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ବନ୍ୟାର ପ୍ରକୋପ ଦେଖିବାକୁ ମିଳୁଛି । ପ୍ରବଳ ବର୍ଷା ଯୋଗୁଁ କିଛି ବିଳାଶପୂର୍ଣ୍ଣ ଘର ଥିବା କଲୋନୀ ପାଣିରେ ବୁଡି ରହିଛି। ଯାତାୟତ ପାଇଁ ଲୋକେ ଟ୍ରାକ୍ଟରରେ ଯିବାକୁ ବାଧ୍ୟ ହେଉଛନ୍ତି, କାରଣ ସେମାନଙ୍କ ଦାମୀ ଗାଡି ବନ୍ୟା ପାଣିରେ ବୁଡି ରହିଛି। ବିଏମଡବ୍ଲୁ, ସେଡାନ, ରେଞ୍ଜ ରୋଭର, ଏସୟୁଭି ପରି ଦାମୀ ଗାଡି ବନ୍ୟା ପାଣିରେ ରହିଛି । ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଉଲ୍ଲେଖଯୋଗ୍ୟ ଯେ, ଏଠାରେ ଦିବ୍ୟଶ୍ରୀ ୭୭ ଇଷ୍ଟ ଇନ ୟମଲୁର ମୂଲ୍ୟ ୭ରୁ ୧୦ କୋଟି ଟଙ୍କା। ସେହିପରି ଦାମୀ ଗାଡି ଗୁଡିକର ମୂଲ୍ୟ ୬୫ ଲକ୍ଷରୁ ୨.୫ କୋଟି ଯାଏଁ ରହିଛି।

wp:html /wp:html

ଚଳିତ ବର୍ଷର ବେଙ୍ଗାଲୁରୁର ସ୍ଥିତି ୨୦୧୫ ମସିହା ଚେନ୍ନାଇ ବନ୍ୟାକୁ ମନେ ପକାଇଛି । ସେହି ସମୟରେ ହଜାର ହଜାର କାର ଏବଂ ଦୁଇ ଚକିଆ ଗାଡି କ୍ଷତିଗ୍ରସ୍ତ ହୋଇଥିଲା। ପାଣି କମିବା ପରେ ଅଡିଜ୍ ଏବଂ ଜାଗୁଆର ପରି ଦାମୀ କାର ପରେ ବଜାର ମୂଲ୍ୟଠାରୁ ବହୁ ଶସ୍ତାରେ ବିକ୍ରି କରାଯାଇଥିଲା।

ଏଡ୍-ଟେକ Unacademyର ସିଇଓ ଗୌରବ ମୁଞ୍ଜାଲ ଏକ ଭିଡିଓ ସେୟାର କରିଛନ୍ତି, ଏଥିରେ ବନ୍ୟା କାଣରୁ ତାଙ୍କ ପରିବାର ଏବଂ ପୋଷା କୁକୁରକୁ ଏକ ଟ୍ରାକ୍ଟରରେ ବାହାର କରାଯାଉଛି।

wp:html /wp:html

ଅନ୍ୟପଟେ ଏହି ପୂରା ମାମଲାରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସଭାରାଜ ବୋମାଇ ମଙ୍ଗଳବାର ପୂର୍ବର କଂଗ୍ରେସ ସରକାରଙ୍କ କୁଶାସନକୁ ଦାୟୀ କରିଛନ୍ତି। ଏହାସହ ତାଙ୍କ ସରକାର ଏହି ସମସ୍ୟାକୁ ଦୂର କରିବା ଆହ୍ୱାନକୁ ସ୍ୱୀକାର କରିଛି ଏବଂ ଭବିଷ୍ୟତରେ ଯେପରି ଏପରି ଅସୁବିଧା ହେବ ନାହିଁ ତାହା ସୁନିଶ୍ଚିତ କରିବା ପାଇଁ କାମ କରୁଛି ବୋଲି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.