କେନ୍ଦୁଝର ୧୩।୧୦: କେନ୍ଦୁଝର ସହରର ସ୍ଥିତ ଟେଲିଫୋନ ଏକ୍ସଚେଞ୍ଜ ଛକ ନିକଟସ୍ଥ ଦୁର୍ଗା ମଣ୍ଡପରେ ବେଙ୍ଗଲୀ ସଂପ୍ରଦାୟର ପକ୍ଷରୁ ଆୟୋଜିତ ହୋଇଛି ଦୁର୍ଗା ପୂଜା । ଯେଉଁଠି ସମ୍ପୂର୍ଣ୍ଣ ବଙ୍ଗୀୟ ମତରେ ମା’ଙ୍କର ପୂଜାର୍ଚ୍ଚନା କରାଯାଉଛି । ଶତାଧିକ ବଙ୍ଗାଳୀ ପରିବାର ମିଳିତ ହୋଇ ଏହି ମଣ୍ଡପରେ ଦେବୀ ଦୁର୍ଗାଙ୍କର ପୂଜାର୍ଚ୍ଚନା କରୁଛନ୍ତି । ଆଜି ମା’ଙ୍କର ଦଶମୀ ପୂଜା ଅବସରରେ ଏଠାରେ ବହୁ ଶ୍ରଦ୍ଧାଳୁଙ୍କର ଭିଡ ଜମିଥିଲା । ରବିବାର ସକାଳୁ ମା’ଙ୍କର ରୀତିନୀତି ଅନୁଯାୟୀ ପୂଜା ଆରମ୍ଭ ହୋଇଥିଲା । ମା’ଙ୍କ ଦଶହରା ପୂଜାରେ ମହିସାଶୂରକୁ ବନ୍ଧ ପରେ ବିଜୟା ଦଶମୀ ବା ଦଶହରା ପାଳନ କରାଯାଏ । ଏହି ଦଶହରାରେ ବେଙ୍ଗଲୀ ସମ୍ପ୍ରଦାୟର ଲୋକମାନେ ଏହି ବିଜୟରେ ଆଉ ପାଦେ ଯୋଡି ହସ ଖୁସିରେ ସିନ୍ଦୁର ଖେଳ ଖେଳିଥାନ୍ତି । ସେମାନଙ୍କ କହିବା କଥା ଦୁର୍ଗା ମା’ଙ୍କୁ ସେମାନେ ଝିଅ ରୂପରେ ଘରକୁ ଆଣି ୯ ଦିନ ପୂଜା କରିବା ପରେ ଝିଅକୁ ଶ୍ୱଶୁର ଘରକୁ ବିଦା କଲା ଭଳି ସମସ୍ତ ରୀତିନୀତିରେ ପାଳନ କରି ସାଧବା ମହିଳାମାନେ ନିଜ ନିଜ ସ୍ଵାମୀ ଓ ପରିବାରର ମଙ୍ଗଳ କାମନା କରି ପ୍ରଥମେ ମା’ ଦୁର୍ଗାଙ୍କୁ ସିନ୍ଦୁର ଦେବା ପରେ ନିଜ ନିଜ ମଧ୍ୟରେ ସିନ୍ଦୁର ଖେଳ ଖେଳି ମା’ଙ୍କୁ ବିଦାୟୀ ଦେଇଥାନ୍ତି ।