ପୁରୀ ୫।୧୦: ପୁରୀରେ ପ୍ରବାସୀ ବଙ୍ଗୀୟ ମାନେ ବେଶ୍ ଆନନ୍ଦ ଉତ୍ସାହର ସହ ପାଳନ କରୁଛନ୍ତି ଶାରଦୀୟ ଦୁର୍ଗା ପୂଜା ଉତ୍ସବ । ସମ୍ପୂର୍ଣ୍ଣ ବଙ୍ଗୀୟ ରୀତିନୀତି ଅନୁଯାୟୀ ମା’ଙ୍କ ପୂଜା ହେଉଛି । ୯୨ ବର୍ଷ ଧରି ସ୍ଥାନୀୟ ଦୁର୍ଗାବାଡ଼ି ସମିତି ପକ୍ଷରୁ ଏହି ଶାରଦୀୟ ଉତ୍ସବ ପାଳନ କରାଯାଉଥିବା ବେଳେ କୁମାରୀ ପୂଜାର ଏହା ଏକ ସ୍ବତନ୍ତ୍ର ପରମ୍ପରା।
ପୁରୀରେ ଥିବା ବଙ୍ଗୀୟ ପରିବାର ମଧ୍ୟ ଶାରଦୀୟ ଦୁର୍ଗା ପୂଜାକୁ ବେଶ୍ ଧୁମ୍ ଧାମରେ ପାଳନ କରିଛନ୍ତି। ବିଶେଷ କରି ପୂଜା ଛୁଟିରେ ଆସିଥିବା ବଙ୍ଗୀୟ ପର୍ଯ୍ୟଟକଙ୍କ ସହ ଏହି ବଙ୍ଗୀୟ ପରିବାର ମଧ୍ୟ ପୂଜାର ନିଆରା ଆନନ୍ଦ ଉଠାଇଛନ୍ତି। ଏହି ପୂଜାରେ ନବମୀ ତିଥିରେ କୁମାରୀ ପୂଜାର ଏକ ସ୍ବତନ୍ତ୍ର ପରମ୍ପରା ପାଳନ ହୋଇଥାଏ । କୁମାରୀ ଝିଅ ମାନଙ୍କୁ ବଙ୍ଗୀୟ ରିତିନୀତିରେ ବେଶ କରାଯାଇ ମା’ଙ୍କର ମୃଣ୍ମୟ ପ୍ରତିମା ନିକଟରେ ପୂଜାର୍ଚ୍ଚନା କରାଯାଇଥାଏ।