scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବଙ୍ଗୀୟ ଅଭିନେତ୍ରୀଙ୍କୁ ଦୁର୍ବ୍ୟବହାର କରି ଉବେର ଡ୍ରାଇଭର ଗିରଫ

11/07/2019 at 1:54 PM

ଉତ୍ତରପଞ୍ଚଣା୧୧|୭: ଦିନକୁ ଦିନ ଉବେର ଡ୍ରାଇଭରଙ୍କ ବ୍ୟବହାରରେ ଯାତ୍ରୀମାନେ ଅତିଷ୍ଠ ହୋଇପଡ଼ିଲେଣି। ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ଉବେର ଡ୍ରାଇଭରଙ୍କ ନାଁରେ ଥାନାରେ ବିଭିନ୍ନ ମାମଲା ରହିଛି। ସେହିଭଳି ବଙ୍ଗୀୟ ଅଭିନେତ୍ରୀ ଶ୍ବାସ୍ତିକା ଦତ୍ତଙ୍କୁ ଉବେର ଡ୍ରାଇଭର  ଦୁର୍ବ୍ୟବହାର କରି ଗରିଫ ହୋଇଛନ୍ତି। ଏହି ଘଟଣା ଘଟିବା ପରେ ଶ୍ବାସ୍ତିକା ଦତ୍ତ ନିଜ ଫେସବୁକ ଏକାଉଣ୍ଟରେ ତାଙ୍କ ପ୍ରତି ହୋଇଥିବା ଦୁର୍ବ୍ୟବହାର ବାବଦରେ ପୋଷ୍ଟ କରିଥିଲେ।

ଶ୍ବାସ୍ତିକାଙ୍କ କହିବାନୁଯାୟୀ, ବୁଧବାର ସକାଳ ୮.୧୫ ଘଣ୍ଟିକା ସମୟରେ ଷ୍ଟୁଡିଓ ଯିବା ପାଇଁ ଉବେର ସେ ରିଜର୍ଭ କରିଥିଲେ । ଶ୍ବାସ୍ତିକା ଯିବା ସମୟରେ ଅଧା ରାସ୍ତାରେ ଡ୍ରାଇଭର ଗାଡ଼ି ରଖି ଦେଇଥିଲେ। ହଠାତ ଶ୍ବାସ୍ତିକା କିଛି କହିବା ପୂର୍ବରୁ ତାଙ୍କୁ ଗାଡ଼ିରୁ ଓହ୍ଳାଇବା ପାଇଁ ଡ୍ରାଇଭର ଜଣଙ୍କ ବାଧ୍ୟ କରିଥିଲେ।

ଶ୍ବାସ୍ତିକା ମନା କରିବାରୁ ତାଙ୍କୁ ଡ୍ରାଇଭର ଜଣକ ଦୁର୍ବ୍ୟବହାର କରିଥିଲେ। ଏହି ଘଟଣା ବାବଦରେ ଶ୍ବାସ୍ତିକା ନିଜ ଫେସବୁକ ଏକାଉଣ୍ଟରେ ସେହି ଡ୍ରାଇଭରଙ୍କ ଫଟୋ, ଫୋନ ନମ୍ବର ଓ କ୍ୟାପ ଗାଡ଼ିର ନମ୍ବର ପ୍ଲେଟ ଦର୍ଶାଇଛନ୍ତି। ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ, ତାଙ୍କ ଘରଠାରୁ ଷ୍ଟୁଡ଼ିଓ (ଦଶାଣୀ ଠାରୁ ରାନିଆ) ଯିବା ପାଇଁ ଉବେର ରିଜର୍ଭ କରିଥିଲେ। ଡ୍ରାଇଭରଙ୍କ ଏହିଭଳି ଅଶାଳୀନ ବ୍ୟବହାର ତାଙ୍କୁ ମର୍ମାହତ କରିଛି।

 ତେଣୁ ଉବେର ଅତି ଉତ୍ତମ ସେବା ଦେବା ବଦଳରେ ଲୋକମାନଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ କରୁଛନ୍ତି। ଶ୍ବାସ୍ତିକା ଦତ୍ତ କାରରେ ବସିଥିବା ସମୟରେ ତାଙ୍କୁ ଠାଣି ଆଣିଥିଲେ ଡ୍ରାଇଭର। ପୁଣି ସେ ଅଞ୍ଚଳର ବାସିନ୍ଦା ହୋଇଥିବାରୁ ଅନ୍ୟ ଯୁବକଙ୍କୁ ଡାକି ତାଙ୍କୁ ଖରାପ ବ୍ୟବହାର କରାଯାଥିଲା। ଏହି ଘଟଣା ପରେ ,ସେ ସୁଟିଂକୁ ଯାଇପାରି ନଥିଲେ । ନିଜ ପରିବାର ଲୋକଙ୍କୁ ଜଣାଇବାରୁ ଶ୍ବାସ୍ତିକାଙ୍କ ବାପା ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହି ସସସ୍ତ ଘଟଣା ସବୁ ଉତ୍ତର ପଞ୍ଚଣା ଗ୍ରାମ( ଭିଆଇପି ବଜାର)ରେ ଥିବା  ଦେବଦାସ ରେଷ୍ଟ୍ରୁରାଣ୍ଟ ସାମ୍ନାରେ ଘଟିଥିଲା। ଏହି ଘଟଣା ପରେ ପୋଲିସ ଡ୍ରାଇଭରଙ୍କୁ ଗିରଫ କରିଛି।

   Related Posts