oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଗଣତନ୍ତ୍ର ଦିବସ ପରେଡ୍ ପାଇଁ ପଶ୍ଚିମବଙ୍ଗର ପ୍ରଜ୍ଞାପନ ମେଢ ‘ରିଜେକ୍ଟ’, ପିଏମ ମୋଦୀଙ୍କୁ ଚିଠି ଲେଖିଲେ ମମତା

16/01/2022 at 6:20 PM

କୋଲକାତା ୧୬।୦୧: ଗଣତନ୍ତ୍ର ଦିବସ ପରେଡ୍ ପାଇଁ ପଶ୍ଚିମବଙ୍ଗର ପ୍ରସ୍ତାବିତ ପ୍ରଜ୍ଞାପନ ମେଢକୁ ଅଗ୍ରାହ୍ୟ କରି ଦେଇଛନ୍ତି କେନ୍ଦ୍ର ସରକାର। ଏହାକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ଏହି ନିଷ୍ପତ୍ତି ଉପରେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପରେଡ୍‌ରେ ପଶ୍ଚିମବଙ୍ଗର ସ୍ଵାଧୀନତା ସଂଗ୍ରାମୀଙ୍କ ପ୍ରଜ୍ଞାପନ ମେଢ ସାମିଲ୍ କରିବାକୁ ଅନୁରୋଧ କରିଛନ୍ତି।

ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ମମତା କହିଛନ୍ତି, ଅଚାନକ ଗଣତନ୍ତ୍ର ଦିବସ ପରେଡ୍‌ରେ ପଶ୍ଚିମବଙ୍ଗ ସରକାରଙ୍କ ପ୍ରସ୍ତାବିତ ପ୍ରଜ୍ଞାପନ ମେଢକୁ ବାହାର କରାଯିବା କେନ୍ଦ୍ରର ଏହି ନିଷ୍ପତ୍ତିରେ ଆମେ ସ୍ତବ୍ଧ ଏବଂ ମର୍ମାହତ।

କଣ ଥିଲା ମେଢରେ ?

ମେଢରେ ନେତାଜୀ ସୁଭାଷ ଚନ୍ଦ୍ର  ବୋଷ ଏବଂ ତାଙ୍କ ଆଇଏନଏର ୧୨୫ତମ  ଜୟନ୍ତୀରେ ଯୋଗଦାନକୁ ଉଜ୍ଜୀବିତ କରିବାର ଥିଲା। ମହାନ ସ୍ଵାଧୀନତା ସଂଗ୍ରାମୀଙ୍କ ସଂଘର୍ଷକୁ ମନେ ପକାଇ ମେଢରେ ଅନେକ ଚିତ୍ରକୁ ସାମିଲ୍ କରାଯିବାର ଥିଲା। ମାତ୍ର କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହାକୁ ଅସ୍ଵୀକାର କରାଯାଇଛି। ଏଥିରେ ନିରାଶ ବ୍ୟକ୍ତ ମମତା କହିଛନ୍ତି, ମେଢର ବହିଷ୍କାର ‘ଏହି ସ୍ଵାଧୀନତା ସଂଗ୍ରାମୀଙ୍କ ମହତ୍ଵକୁ ନଗଣ୍ୟ କରିବାର ବରାବର’। ତେଣୁ ଭାରତ ସରକାର ନିଜ ନିଷ୍ପତ୍ତିର ପୁନଃବିଚାର କରନ୍ତୁ ଏବଂ  ଗଣତନ୍ତ୍ର ଦିବସ ପରେଡରେ ପଶ୍ଚିମବଙ୍ଗର ପ୍ରଜ୍ଞାପନ ମେଢକୁ ସାମିଲ୍ କରିବାକୁ ମମତା ଅନୁରୋଧ କରିଛନ୍ତି।

   Related Posts