‘ମମତାଙ୍କ ଉପରେ ପୁରସ୍କାର’: ବିଜେପି ନେତାଙ୍କୁ ଗିରଫ ପାଇଁ ଉତ୍ତରପ୍ରଦେଶ ଯାଇଥିବା ବେଙ୍ଗଲ ପୋଲିସକୁ ନିର୍ଧୁମ ମାଡ଼
17/09/2021 at 11:10 PM

କୋଲକାତା ୧୭/୦୯: ମମତାଙ୍କ ମୁଣ୍ଡ କାଟ ପାଇଁ ୧୧ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିବା ବିଜେପି ନେତାଙ୍କୁ ନେଇ ପୁଣି ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏନେଇ ବିଜେପି ନେତାଙ୍କୁ ଗିରଫ କରିବାକୁ ଉତ୍ତରପ୍ରଦେଶ ଯାଇଥିବା ବେଙ୍ଗଲ ପୋଲିସ ଟିମ୍ ଆକ୍ରୋଶର ଶିକାର ହୋଇଛି। ପୋଲିସ ଟିମକୁ ଘରେ ବନ୍ଦ କରି ମାଡ଼ ମାରିଛନ୍ତି ସମ୍ପୃକ୍ତ ବିଜେପି ନେତାଙ୍କ ସମର୍ଥକ ।
ଖବର ପାଇ ବିଜେପି ବିଧାୟକ ଓ ସାଂସଦ ନିଜ ସମର୍ଥକଙ୍କ ସହିତ ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ ପୁଲିସ ସହଯୋଗରେ ସେଠାରେ ପହଞ୍ଚିଥିବା ସିଓଙ୍କ ସହିତ ଯୁକ୍ତିତର୍କ କରିଥିଲେ। ପରେ ସ୍ଥାନୀୟ ପୋଲିସ ବେଙ୍ଗଲ ପୋଲିସ ଟିମକୁ ବିଜେପି ସମର୍ଥକଙ୍କ କବଳରୁ ବାହାର କରି ଥାନାକୁ ନେଇଯାଇଥିଲେ।
ଏହାପରେ ବିଜେପି ସମର୍ଥକମାନେ ପ୍ରବଳ ପାଟିତୁଣ୍ଡ କରିଥିବା ସୂଚନା ମିଳିଛି। ବିଜେପି ଯୁବ ମୋର୍ଚ୍ଚାର ପୂର୍ବ ମଣ୍ଡଳ ଅଧକ୍ଷ ଯୋଗେଶ ବର୍ଷନେ ୨୦୧୭ ମସିହାରେ ମମତାଙ୍କ ମୁଣ୍ଡ କାଟ ପାଇଁ ୧୧ ଲକ୍ଷ ପୁରସ୍କାର ରାଶି ଘୋଷଣା କରିଥିଲେ ।
ଏହି ଘଟଣାରେ ଯୋଗେଶଙ୍କ ବିରୋଧରେ କୋଲକାତାରେ ୩ଟି ମାମଲା ରୁଜୁ କରାଯାଇଥିଲା । ପୂର୍ବରୁ ଅନେକ ଥର ଯୋଗେଶକୁ ଗିରଫ କରିବାକୁ ଆସି ପୋଳିସ ବିଫଳ ହୋଇଥିବା ଏଥର ମଧ୍ୟ ବେଙ୍ଗଲ ପୋଲିସ ଖାଲି ହାତରେ ଫେରିଛି।