କୋଲକାତାରେ ବ୍ୟାନ୍ ହେଲା ହୁକ୍କା ବାର

Published By : Prameya-News7 Bureau | December 02, 2022 IST

କୋଲକାତା: କଲୋକାତାରେ ବ୍ୟାନ୍ ହେଲା ହୁକ୍କା ବାର୍। ଏହି ମାଦକ ସାମଗ୍ରୀ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଉଥିବା ଅଭିଯୋଗ କରି ଆଜି କୋଲକାତାରେ ହୁକା ବାରକୁ ବ୍ୟାନ୍ କରିଛନ୍ତି ଟିଏମ୍‌ସି ସରକାର। ଶୁକ୍ରବାର କୋଲକାତା ମେୟର ଫିରାଦ ହକିମ ଏହି ଘୋଷଣା କରିଛନ୍ତି। ସହରରେ ଯେଉଁମାନେ ହୁକା ବାର ଚଳାଉଛନ୍ତି କୋଲକାତା ମ୍ୟୁନିସିପାଲ କର୍ପୋରେସନ(କେଏମ୍‌ସି) ସେମାନଙ୍କର ଲାଇସେନ୍ସ ରଦ୍ଦ କରିବ ବୋଲି ହାକିମ ସୂଚନା ଘୋଷଣା କରିଛନ୍ତି।

ସେ କହିଛନ୍ତି “ ହୁକ୍କା ବାରଗୁଡ଼ିକୁ ବନ୍ଦ କରିବାକୁ ସମସ୍ତଙ୍କୁ ଅନୁରୋଧ କରିବୁ ବୋଲି ଆଜି ଆମେ ନିଷ୍ପତ୍ତି ନେଇଛୁ। ସମସ୍ତ ରେସ୍ତୋରାଁରେ ବି ଏହି ହୁକ୍କା ବାର ବନ୍ଦ ରିବ।”

wp:html /wp:html

ହୁକ୍କାରେ କିଛି ମାଦକ ଦ୍ରବ୍ୟ ବ୍ୟବହାର କରାଯାଉଛି। ଫଳରେ ଯୁବଗୋଷ୍ଠୀଙ୍କୁ ହୁକ୍କାର ଅଭ୍ୟାସ ଲାଗିଯାଉଛି। ଏଥିରେ ଯେଉଁ କ୍ୟାମେକଲ ବ୍ୟବହାର ହେଉଛି ତାହା ଶରୀରକୁ କ୍ଷତି ପହଞ୍ଚାଉଛି। ତେଣୁ ଏହାକୁ ଆମେ ବନ୍ଦ କରିବାକୁ ନିଷ୍ପତ୍ତି ନେଲୁ ବୋଲି ହାକିମ କହିଛନ୍ତି। ସହରରେ ଯେଉଁ ରେସ୍ତୋରାଁ ଗୁଡ଼ିକୁ ହୁକ୍କା ବାର ଚଳାଉଥିବେ ସେଗୁଡିକର ଲାଇସେନ୍ସ ରଦ୍ଦ ହେବ ବୋଲି କଏମ୍‌ସି ଚେତାବନୀ ଦେଇଥିବା ହାକିମ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.