‘ଜାଣିଶୁଣି ନେହେରୁ ଜୀଙ୍କ ଫଟୋକୁ ହଟାଯାଇଛି’, ମମତା ବାନାର୍ଜୀଙ୍କୁ କଂଗ୍ରେସର ଟାର୍ଗେଟ
16/08/2022 at 5:46 PM

ନୂଆଦିଲ୍ଲୀ: ମମତା ବାନାର୍ଜୀଙ୍କୁ ତାଙ୍କ ଟ୍ୱିଟର ଆକାଉଣ୍ଟ ଡିପିକୁ ନେଇ କଂଗ୍ରେସ କଡ଼ା ସମାଲୋଚନା କରିଛି । ମମତା ବାନାର୍ଜୀ ତାଙ୍କ ଟ୍ୱିଟର ଆକାଉଣ୍ଟ ଡିପିରୁ ଜାଣିଶୁଣି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହର ଲାଲ ନେହେରୁଙ୍କୁ ବାହାର ରଖିଥିବା କଂଗ୍ରେସ କହିଛି । ମମତାଙ୍କ ଡିପିରେ ଦେଶର ସମସ୍ତ ପ୍ରମୁଖ ସ୍ୱାଧୀନତା ସଂଗ୍ରାମୀଙ୍କ ଫଟୋକୁ ସ୍ଥାନିତ କରାଯାଇଥି ବେଳେ ଜବାହର ଲାଲ ନେହେରୁଙ୍କ ଫଟୋ ନଥିଲା।

ଏହା ପୂର୍ବରୁ କର୍ଣ୍ଣାଟକରେ ମଧ୍ୟର ଏହିପରି ବିବାଦ ଦେଖା ଦେଇଥିଲା। ଭାରତାର ସ୍ୱାଧୀନତା ଆନ୍ଦୋଳନର ବିଭିନ୍ନ ସଂଗ୍ରାମୀଙ୍କ ଯୋଗଦାନକୁ ମନେ ପକାଇ ସ୍ୱାଧୀନତା ଦିବସ ଅବସରରେ କର୍ଣ୍ଣାଟକ ସରକାର ଏକ ବିଜ୍ଞାପନ ପ୍ରକାଶ କରିଥିଲେ। ସ୍ୱାଧୀନତା ସଂଗ୍ରାମୀଙ୍କ ଏହି ଫଟୋରେ ଜବାହରଲାଲ ନେହେରୁଙ୍କ ଫଟୋ ନଥିଲା। ଏହାକୁ ନେଇ କର୍ଣ୍ଣାଟକରେ ବେଶ ବିବାଦ ଦେଖା ଦେଇଥିଲା।
History lesson for @MamataOfficial @AITCofficial from a kid ! Because they purposefully ommitted the first prime minister #JawaharlalNehru from their independence day DP to please their political masters ! https://t.co/SjLQzMj7Al
— West Bengal Congress (@INCWestBengal) August 14, 2022