krs-728-90-banner (1)
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସ୍ୱାଧୀନତା ଦିବସରେ ଲାଲ୍ କିଲାରୁ ଏହା ପ୍ରଧାନମନ୍ତ୍ରୀ ମୋଦୀଙ୍କର ଶେଷ ଭାଷଣ ହେବ: ମମତା ବାନାର୍ଜୀ

14/08/2023 at 10:28 PM

କୋଲକାତା: ଦେଶରେ ସ୍ୱାଧୀନତା ଦିବସ ଉତ୍ସବ ପାଳନ ଆରମ୍ଭ ହୋଇଯାଇଛି। ଘରେ ଘରେ ତ୍ରିରଙ୍ଗା ବାହାର ରାଲି। ସେପେଟ ଆସନ୍ତାକାଲି(ଅଗଷ୍ଟ ୧୫)ରେ ଦିଲ୍ଲୀର ଲାଲ୍ କିଲାରୁ ୭୭ ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଦେଶବାସୀଙ୍କୁ ସମ୍ବୋଦ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ତେବେ ପ୍ରଧାନମନ୍ତ୍ରୀଙ୍କ ଭାଷଣ ପୂର୍ବରୁ ମୋଦୀଙ୍କୁ ଟାର୍ଗେଟ୍ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏଥର ସ୍ୱାଧୀନତା ଦିବସରେ ଲାଲ୍ କିଲାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାଷଣ ଶେଷ ଭାଷଣ ହେବ ବୋଲି ମମତା କହିଛନ୍ତି।

କାରଣ ୨୦୨୪ ଲୋକସଭା ନିର୍ବାଚନରେ ଆଉ ବିଜେପି ଜିତିବା ନାହିଁ ବରଂ ମେଣ୍ଟ ସରକାର ଜିତିବ ବୋଲି  ବିରୋଧୀ ଦାବି କରୁଛନ୍ତି। ଏଥିପାଇଁ ମମତା ବାନାର୍ଜୀ ଏହି ଦୃଢ଼ଉକ୍ତ ପ୍ରକାଶ କରିଛନ୍ତି। କୋଲକାତାର ବେହାଲାରେ ସମ୍ବୋଧନ କଲା ବେଳେ ମମତା କହିଛନ୍ତି ଯେ ବିରୋଧୀ ଦଳ ଭାରତ ଖୁବ୍ ଶୀଘ୍ର ପଡ଼ିଆକୁ ଓହ୍ଲାଇବ। ଏଥର ଖେଳ ହେବ।

ପଢ଼ନ୍ତୁ-ଜି-୨୦ର ଅଧ୍ୟକ୍ଷତାଠାରୁ ମହିଳା ସଶକ୍ତିକରଣ ଯାଏ, ସ୍ୱାଧୀନତା ଦିବସ ପୂର୍ବ ସଂଧ୍ୟାରେ ଦେଶବାସୀଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମ୍ୱୋଧନ

ମମତା କହିଛନ୍ତି ଯେ ମୁଁ ବଙ୍ଗଳା ଶାସନ ଚେୟାର ଚାହୁଁ ନାହିଁ। ବିଜେପି ସରକାରକୁ ହଟାଇବାକୁ ଚାହୁଁଛି। ମେଣ୍ଟ ଦଳ ଇଣ୍ଡିଆ ସମଗ୍ର ଦେଶରେ ବିଜେପିକୁ ନଷ୍ଟ କରିଦେବ। ପଶ୍ଚିମବଙ୍ଗରେ ଟିଏମସି ନିର୍ଣ୍ଣାୟକ ଭାବେ ବିଜେପିକୁ ପରାସ୍ତ କରିବ। କେନ୍ଦ୍ରରେ ବିଜେପି ସରକାର ବିରୋଧରେ ଦୁର୍ନୀତି ଅଭିଯୋଗ ରହିଛି ବୋଲି ମମତା କହିଛନ୍ତି।

ଦୁର୍ନୀତିକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରି ମମତା ବାନାର୍ଜୀ କହିଛନ୍ତି ଯେ ପଶ୍ଚିମବଙ୍ଗରେ କିଛି ଦୁର୍ନୀତି ମାମଲା ସାମ୍ନାକୁ ଆସିଛି। ଯାହା ବିରୋଧରେ ଆମେ ତୁରନ୍ତ ପଦକ୍ଷେପ ନେଇଛୁ। ତେବେ ରାଫେଲ୍‌ ବିମାନ କାରବାର ହେଉ କିମ୍ବା ୨,୦୦୦ ଟଙ୍କିଆ ନୋଟ ବିମୁଦ୍ରୀକରଣ ହେଉ କେନ୍ଦ୍ର ସରକାରଙ୍କ ବିରୋଧରେ ଦୁର୍ନୀତିର ଅନେକ ଅଭିଯୋଗ ରହିଛି ହେଲେ ସେଗୁଡ଼ିକର ସମାଧାନ ହେଉ ନାହିଁ ବୋଲି ମମତା କହିଛନ୍ତି।

ସୂଚନା ଥାଉକି ଆସନ୍ତାକାଲିର ସ୍ୱାଧିନତା ଦିବସର ଭାଷଣଙ୍କ ପ୍ରଧାନମନ୍ତ୍ରୀଙ୍କର ୧୦ମ ଭାଷଣ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି। ୧୮୦୦୦ ସ୍ୱତନ୍ତ୍ର ଅତିଥି କାର୍ଯ୍ୟକ୍ରମରେ ଯୋଗ ଦେବେ। ସେଥିମଧ୍ୟରୁ ଓଡ଼ିଶାରୁ ୭ ଜଣଙ୍କୁ ନମନ୍ତ୍ରଣ ଦେଇଛନ୍ତି ପ୍ରଧାନମନ୍ତ୍ରୀ।  

   Related Posts