କେବଳ ଫ୍ୟାସନ୍ ପାଇଁ ନୁହେଁ : ଏଥିପାଇଁ ମଧ୍ୟ କଡ଼ା ପିନ୍ଧିବା ଜରୁରୀ : ଜାଣନ୍ତୁ କ’ଣ ପାଇଁ

Published By : Prameya-News7 Bureau | December 13, 2018 IST

ହାତରେ କଡ଼ା ପିନ୍ଧିବାର ଚଳଣି ବହୁତ ଆଗରୁ ରହିଛି। ଶିଖ ଧର୍ମରେ କଡ଼ାଧାରଣ କରିବା ବାଧ୍ୟତାମୂଳକ। ଅଧିକାଂଶ ବ୍ୟକ୍ତି ରୂପା,ସୁନା,ଲୁହା କିମ୍ବା ଅଷ୍ଟଧାତୁର କଡ଼ା ପିନ୍ଧିଥାନ୍ତି।ବାସ୍ତବରେ କଡ଼ା କେବଳ ଫ୍ୟାସନ୍ ପାଇଁ ହୋଇନଥାଏ। ବିଶେଷଜ୍ଞମାନଙ୍କ କହିବା ଅନୁସାରେ ଯଦି ଆମେ ବୁଝିବିଚାରିରତ୍ନଧାତୁର କଡ଼ା ପିନ୍ଧିବା ତେବେ ଏହା ଆମ ପାଇଁ ଲାଭଦାୟକ ହେବ।

ପାରଦ ଏକ ଜୀବନ୍ତ ଧାତୁ ଏବଂ ପାରଦ ଧାତୁର କଡ଼ା ପିନ୍ଧିବା ଦ୍ବାରାବିଭିନ୍ନ ପ୍ରକାର ରୋଗ ଏବଂ ସମସ୍ୟାରୁ ମୁକ୍ତି ମିଳିଥାଏ। ପାରଦ ଧାତୁର କଡ଼ା ପିନ୍ଧିବା ଦ୍ବାରାଋତୁ ପରିବର୍ତ୍ତନ ହେତୁ ହେଉଥିବା ରୋଗ ,ଶାରିରୀକ ଦୁର୍ବଳତା ଆଦିରୁ ମୁକ୍ତି ମିଳିଥାଏ।

ଯେଉଁ ବ୍ୟକ୍ତି ନକରାତ୍ମକ ଶକ୍ତି ଦ୍ବାରା ପ୍ରଭାବିତ ହୋଇଥାନ୍ତି ସେମାନଙ୍କୁପାରଦ ଧାତୁର କଡ଼ା ପିନ୍ଧିବା ଉଚିତ୍। ପାରଦ ଧାତୁକୁ ଭଗବାନ ଶିବଙ୍କ ସ୍ବରୂପ ଭାବେ ବିଚାର କରାଯାଉଥିବାରୁ ଏହା ପିନ୍ଧିବା ଦ୍ବାରା ଲାଭ ମିଳିଥାଏ।

ଯେଉଁ ବ୍ୟକ୍ତିଙ୍କର ହାତ ,ଗୋଡ଼,ଅଣ୍ଟା,ପେଟ ବ୍ୟଥା ସମସ୍ୟା ଥିବ ସେମାନେପାରଦ ଧାତୁର କଡ଼ା ପିନ୍ଧିବା ଆବଶ୍ୟକ କାରଣ ପାରଦ ଧାତୁରେ ସ୍ପନ୍ଦନ ହେଉଥିବାରୁ ରକ୍ତ ସଞ୍ଚାରିତଠିକ୍ ଭାବରେ ହୋଇଥାଏ।

ପାରଦ ଧାତୁ ଶରୀରରେ ସ୍ପର୍ଶ ହେବା ଫଳରେ, ହିଂସା, ଈର୍ଷା, ନିନ୍ଦା,ମୋହ, ଅହଙ୍କାର ଆଦି ଅନେକ ଆନ୍ତରିକ ଦୋଷ ସହ ମାନସିକ ପୀଡ଼ା ଦୂର ହୋଇଥାଏ। ଆଳସ୍ୟ ମଧ୍ୟ ଦୂରହୋଇଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.