କୋଲେଷ୍ଟ୍ରୋଲକୁ କମ୍ କରି ହାଡ଼କୁ ମଜବୁତ କରିଥାଏ ରାଶି : ଜାଣନ୍ତୁ କିପରି
18/01/2019 at 12:47 PM

ରାଶି ଆମ ସ୍ବାସ୍ଥ୍ୟ ପକ୍ଷେ ହିତକର ହୋଇଥାଏ। ଗବେଷଣାରୁ ଜଣାପଡ଼ିଛି ଯେ ରାଶିରେ ସେସମିନ ନାମକ ଆଣ୍ଟିଅକ୍ସିଡାଣ୍ଟ ରହିଥାଏ ଯାହା ବିଭିନ୍ନ ରୋଗ ପାଇଁ ଲାଭଦାୟକ ହୋଇଥାଏ। ତେବେ ଆସନ୍ତୁ ଜାଣିବା ରାଶିରୁ ମିଳୁଥିବା ଲାଭଗୁଡ଼ିକ ବିଷୟରେ

୧.ହାଇପର ଟେନସନକୁ ଦୂର କରିଥାଏ: ରାଶିରୁ ବାହାରୁଥିବା ତେଲ ଉଚ୍ଚ ରକ୍ତଚାପକୁ କମ୍ କରିଥାଏ। ଏହା ଦ୍ବାରା ହୃତପିଣ୍ଡ ସମ୍ବନ୍ଧୀୟ ସମସ୍ୟା କମିଥାଏ । ଏହା ଛଡ଼ା ମ୍ୟାଗ୍ନେସିୟମ୍ ହାଇପର ଟେନସନକୁ କମ୍ କରିଥାଏ ଏବଂ ରାଶିରେ ମ୍ୟାଗ୍ନେସିୟମ୍ ଭଳି ମିନେରାଲ୍ ପ୍ରଚୁର ମାତ୍ରାରେ ଥାଏ। ରାଶି ଖାଇବା ଦ୍ବାରା ଶରୀରକୁ ୨୫ପ୍ରତିଶତ ମ୍ୟାଗ୍ନେସିୟମ୍ ମିଳିଥାଏ।

୨.କୋଲେଷ୍ଟ୍ରୋଲକୁ କମ୍ କରିଥାଏ: କଳା ରାଶି କୋଲେଷ୍ଟ୍ରୋଲର ସ୍ତରକୁ କମ୍ କରିଥାଏ। ଏଥିରେ ସେସାମିନ୍ ଏବଂ ସେସମୋଲିନ୍ ନାମକ ଦୁଇଟି ପଦାର୍ଥ ରହିଥାଏ ଯାହା ଲିଙ୍ଗନାସ ନାମକ ଫାଇବରର ସମୂହ ହୋଇଥାଏ। ଲିଙ୍ଗନାସର ପ୍ରଭାବରୁ କୋଲେଷ୍ଟ୍ରୋଲ୍ କମ୍ ହୋଇଥାଏ।

୩.ହଜମ କ୍ରିୟା ଠିକ୍ ରଖିଥାଏ: ରାଶିରେ ଫାଇବର ମଧ୍ୟ ପ୍ରଚୁର ମାତ୍ରାରେ ରହିଥାଏ। ଫାଇବର ହଜମ କ୍ରିୟାକୁ ଠିକ୍ ରଖିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଖାଦ୍ୟନଳୀର କାର୍ଯ୍ୟ ମଧ୍ୟ ଠିକ୍ ଭାବରେ ସମ୍ପାଦିତ ହୋଇଥାଏ। ଏହା କୋଷ୍ଠକାଠିନ୍ୟ ସମସ୍ୟାକୁ ମଧ୍ୟ ଦୂର କରିଥାଏ ଏବଂ ତରଳ ଝାଡ଼ାକୁ ମଧ୍ୟ ଭଲ କରିଥାଏ।

୪. ଫୁଲାପଣରୁ ମୁକ୍ତି ଦେଇଥାଏ: ରାଶିରେ ପ୍ରଚୁର ମାତ୍ରାରେ ତମ୍ବା ରହିଥାଏ। ଏହା ଦ୍ବାରା ଆଣ୍ଠୁ,ଗଣ୍ଠି ଏବଂ ହାଡ଼,ମାଂସପେଶୀରେ ଫୁଲାପଣ କରିବା ସହ ଆର୍ଥରାଇଟିସ୍ ପାଇଁ ଲାଭଦାୟକ ହୋଇଥାଏ। ରକ୍ତବାହିନୀ, ହାଡ଼ ଏବଂ ଗଣ୍ଠି ପାଇଁ ତମ୍ବା ଏକ ଆବଶ୍ୟକୀୟ ଖଣିଜ ଅଟେ।
