ଖଣ୍ଡେ ଡାର୍କ ଚକୋଲେଟ୍‌ରେ ରହିଛି ଅନେକ ଫାଇଦା, ଜାଣନ୍ତୁ କ'ଣ ସବୁ...

Published By : Prameya-News7 Bureau | May 19, 2024 IST

ନୂଆଦିଲ୍ଲୀ ୧୯।୦୫ : ଡାର୍କ ଚକଲୋଟ୍ । ଦେହ ପାଇଁ ବେଶ୍‌ ଲାଭଦାୟକ । ଏହାକୁ କମ୍‌ ମାତ୍ରାରେ ଖାଇବା ଦ୍ୱାରା ଏଥିରେ ଥିବା ଏଣ୍ଟିଅକ୍ସିଡେଣ୍ଟ୍ ଓ ମିନେରାଲ୍ସ୍ ଆପଣଙ୍କୁ ହୃଦ୍‌ରୋଗରୁ ରକ୍ଷା କରିଥାଏ। କିନ୍ତୁ ଏଥିରେ ଅଧିକ ମାତ୍ରାରେ ଚିନି ଏବଂ କ୍ୟାଲୋରି ରହିଥିବାରୁ ,କମ୍ ପରିମାଣରେ ସେବନ କରିବା ଉଚିତ୍ । ଏହା ପୋଷକ ତତ୍ତ୍ୱରେ ଭରପୁର ହୋଇରହିଛି। ଏଥିରେ ୧୧ ଗ୍ରାମ୍ ଫାଇବର୍, ୬୬ ପ୍ରତିଶତ ଆଇରନ୍, ୫୭ ପ୍ରତିଶତ ମ୍ୟାଗ୍ନେସିୟମ୍, ୧୯୬ ପ୍ରତିଶତ ତମ୍ବା ଏବଂ ୮୫ ପ୍ରତିଶତ ମାଙ୍ଗନିଜ୍ ଭଳି ପୋଷକ ତତ୍ତ୍ୱ ରହିଛି । ଯାହା ଆମ ସ୍ୱାସ୍ଥ୍ୟ ପ୍ରତି ଲାଭଦାୟକ ଅଟେ। ଡାର୍କ ଚକ୍ଲେଟ୍ ରେ ଅନ୍ୟ ଚକ୍ଲେଟ୍ ଅପେକ୍ଷା କୋକୋ ଅଧିକ ଏବଂ ଚିନି କମ୍ ରହିଥାଏ। ଏହା ମିଲ୍କ୍ ଚକୋଲେଟ୍‌ ତୁଳନାରେ ଅଧିକ ଲାଭପ୍ରଦ ଏବଂ ମିଠାରେ ମଧ୍ୟ କମ୍ ହୋଇଥାଏ। 

ଡାର୍କ ଚକୋଲେଟ୍‌ ଖାଇବାର ଲାଭ : 

ଡାର୍କ ଚକ୍ଲେଟ୍ ସେବନ କରିବା ଦ୍ୱାରା ହାଇ କୋଲେଷ୍ଟ୍ରୋଲ୍ ନିୟନ୍ତ୍ରିତ ହୋଇ ରହିଥାଏ । ଯାହା ହୃଦରୋଗ ପାଇଁ ଲାଭପ୍ରଦ ହୋଇଥାଏ। ଫ୍ଲେବେନାଲ୍ ଲାଇକୋପିନରେ ଭରପୁର ହୋଇଥିବାରୁ, ଏହା କୁଲ୍ କୋଲେଷ୍ଟ୍ରୋଲ୍, ଏଲ୍ ଡିଏଲ୍ କୋଲେଷ୍ଟ୍ରୋଲ୍ , ଟ୍ରାଇଗ୍ଲିସ୍ ରାଇଡସର ସ୍ତର କମ୍ କରିଥାଏ। ଡାର୍କ ଚକୋଲେଟ୍ରେ ଥିବା ଯୌଗିକ ଏଲ୍ ଡିଏଲରୁ ରକ୍ଷା କରିଥାଏ। 

ସ୍କିନ୍ ପାଇଁ ସର୍ବୋତ୍ତମ :

ଡାର୍କ ଚକୋଲେଟ୍‌ରେ ଥିବା ବାୟୋଆକ୍ଟିଭ୍ ଯୌଗିକ ଆପଣଙ୍କ ତ୍ୱଚା ପାଇଁ ମଧ୍ୟ ଭଲ। ଏଥିରେ ଥିବା ପ୍ଲେବନାଲ୍ସ ସୂର୍ଯ୍ୟାଲୋକରୁ ହେଉଥିବା କ୍ଷତିରୁ ବଞ୍ଚାଇଥାଏ। ତ୍ୱଚାରେ ରକ୍ତ ପ୍ରବାହରେ ସାହାଯ୍ୟ କରିବା ସହ ଟାଇଟ୍ ଏବଂ ହାଇଡ୍ରେଟ୍ ରଖିଥାଏ। 

ଚିନ୍ତାରୁ ଦିଏ ମୁକ୍ତି  :

 ଡାର୍କ ଚକୋଲେଟ୍ ଚିନ୍ତାରୁ ମୁକ୍ତି ଦେଇଥାଏ। ଏହାକୁ ଖାଇବା ଦ୍ୱାରା ଆପଣଙ୍କ ମୁଡ୍ ଭଲ ରହିଥାଏ। ଏହା ଚିନ୍ତା ଉତ୍ପର୍ଣ କରୁଥିବା କାର୍ଟିସୋଲ୍ ହର୍ମୋନ୍ କୁ ନିୟନ୍ତ୍ରିତ କରିଥାଏ।

ମଧୁମେହ ପାଇଁ ଲାଭଦାୟକ :

ମଧୁମେହରେ  ଚକୋଲେଟର ସେବନ କଥା ଶୁଣିବା ମାତ୍ରେ ଡର ଲାଗେ କିନ୍ତୁ ବହୁ ଅଧ୍ୟୟନରୁ ଜଣାପଡିଛି ଯେ, ଡାକ୍ତରଙ୍କ ନିର୍ଦ୍ଦେଶ ଅନୁଯାୟୀ କୋକୋରୁ ସମୃଦ୍ଧ ଡାର୍କ ଚକୋଲେଟର ଏକ ସିମିତ ପରିମାଣ ଲାଭପ୍ରଦ ହୋଇପାରେ। ଏଥିରେ ଥିବା ପୋଷକ ତତ୍ୱ ଶରୀରରେ ଗ୍ଲୁକୋଜ୍ କୁ ମେଟାବଲାଇଜ୍ କରି ଦେଇଥାଏ। ଇଂସୁଲିନ୍ ପ୍ରତି ଶରୀରରେ ଥିବା ସମ୍ୱେଦନଶୀଳତାରେ ସୁଧାର ହେବା ଦ୍ୱାରା ଇଂସୁଲିନ୍ ରେଜିଷ୍ଟାନ୍ସ୍ କମ୍ ହୁଏ ଏବଂ ମଧୁମେହର ବିପଦ କମ୍ ହୋଇଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.