ନିର୍ମୁଳୀ ଲତା ଦୂର କରିଥାଏ ଏହି ସବୁ ରୋଗ, ଜାଣନ୍ତୁ ଫାଇଦା
29/07/2019 at 3:12 PM

ନିର୍ମୁଳୀ ଲତା ଏକ ପ୍ରକାରର ଲତା ଯାହା ହଳିଦିଆ ଜାଲ ଭଳି ସବୁ ଗଛରେ ମାତିଯାଏ। ଏହି ଲତା ଚାଷ ଜମିରେ ମଧ୍ୟ ଦେଖିବାକୁ ମିଳେ। ଏହା ଏକ ପରଭୋଜି ଲତା ସେଥିପାଇଁ ଏଥିରେ ପତ୍ର ନଥାଏ। ଏହାର ରଂଗ ହଳଦିଆ ବା ଫିକା ଲାଲ ଥାଏ। ଏହି ଲତାର ଚେର ପତଳା, ଲମ୍ବା ଓ ନରମ ହୋଇଥାଏ। ଏହି ଲତାର ଫୁଲର ରଂଗ ଧଳା ବା ଗୋଲାପି ରଂଗର ଥାଏ।

ନିର୍ମୁଳୀ ଲତା ଶରୀର ପାଇଁ ବେଶ ଲାଭଦାୟକ। ଏଥିରେ ଔଷଧୀୟ ଗୁଣ ଭରପୁର ମାତ୍ରାରେ ଅଛି। ଏହି ଲତାର ଫାଇଦା ବିଷୟରେ ଜାଣି ଅନେକ ଲୋକ ଆଶ୍ଚର୍ଯ୍ୟ ହୁଅନ୍ତି। ଏହା ସ୍ବାସ୍ଥ୍ୟ ପାଇଁ ବହୁତ ଉପଯୋଗୀ ହୋଇଥାଏ। ସମଗ୍ର ଭାରତରେ ଏହି ଲତା ଉପଲବ୍ଧ ଅଛି। କିନ୍ତୁ ଏହାର ବିଭିନ୍ନ ନାଁ ଅଛି। ତେବେ ଏହା ଶରୀରର କେଉଁ ଅଂଗ ପାଇଁ ଲାଭଦାୟକ ଜାଣନ୍ତୁ।

– ଅଧିକ ମାତ୍ରାରେ କେଶ ଝଡୁଥିଲେ ବା ଚନ୍ଦାପଣ ଥିଲେ ୨ ଚାମୋଚ ରାଶିତେଲ ସହ ୩୦ ଗ୍ରାମ ନିର୍ମୁଳୀ ଲତା ପେଶି ମୁଣ୍ଡରେ ଲଗାଇଲେ ଏହି ସମସ୍ୟାର ସମାଧାନ ହୋଇଯିବ। ଏହା ଲଗାଇ ଧିରେ ଧିରେ ମୁଣ୍ଡର ମସାଜ କରିଲେ କେଶ ଝଡେ ନାହିଁ। ଏହା ସହ ନୂଆ କେଶ ଉଠିବା ଆରମ୍ଭ ହୁଏ। ପ୍ରତି ଦିନ ଏହି ପ୍ରକ୍ରିୟା କଲେ କେଶରେ ପରିବର୍ତ୍ତନ ଆସିବ।

– ଛୁଆ ପିଲାଙ୍କ ଉଚ୍ଚତା ନବଢିବା ସମସ୍ୟା ଥିଲେ ନିର୍ମୁଳୀ ଲତା ପେଶି କ୍ଷୀରରେ ତା ରସ ମିଶାଇ ପିଇଲେ କିଛି ଦିନ ମଧ୍ୟରେ ଉଚ୍ଚତା ବଢେ।

– ଏହା ସହ ଆଘାତ ହୋଇଥିବା ସ୍ଥାନରେ ନିର୍ମୁଳୀ ଲତା ଲଗାଇଲେ ତାହା ଶୀଘ୍ର ଠିକ୍ ହୋଇଥାଏ।

– ନିର୍ମୁଳୀ ଲତା ହାଡ ଗଣ୍ଠି ବଥା ହେବା ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ। ଲତାର ରସ କ୍ଷୀରରେ ମିଶାଇ ପିଇଲେ ଏହା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ।

– ଶରୀରର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢାଇବାରେ ସାହାଯ୍ୟ କରେ ନିର୍ମୁଳୀ ଲତା।