LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ମାସ ମାସ ଧରି ହିତାଧିକାରୀଙ୍କୁ ମିଳୁନି ଭତ୍ତା, ପଚାରିଲେ ଓଲଟା ଦୁର୍ବ୍ୟବହାର କରୁଛନ୍ତି କର୍ମଚାରୀ

24/04/2023 at 3:15 PM

ଆନନ୍ଦପୁର ୨୪।୪: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପୌରପାଳିକା ଅଧିନ ୧୬ଟି ଓ୍ବାର୍ଡର ଅନେକ ହିତାଧିକାରୀଙ୍କୁ ଦୀର୍ଘମାସ ହେବ ମିଳୁନାହିଁ ଭତ୍ତା । ଓଲଟା ଭତ୍ତା ଟଙ୍କା ବାବଦରେ ପଚାରିବାକୁ ଗଲେ  ଦାୟିତ୍ୱରେ ଥିବା କର୍ମଚାରୀ ଦୁର୍ବ୍ୟବହାର କରୁଛନ୍ତି ।

ଗୋଟିଏ ପଟେ ଭତ୍ତା ନପାଇ ଆର୍ଥିକ ଅନଟନରେ ଦିନ କାଟୁଥିବା ବେଳେ ସଠିକ୍ ଉତ୍ତର ନରଖି କର୍ମଚାରୀଙ୍କ ଦୁର୍ବ୍ୟବହାରରେ ଅତିଷ୍ଠ ହିତାଧିକାରୀ ବୃଦ୍ଧବୃଦ୍ଧା  ଉପଜିଲ୍ଲାପାଳଙ୍କୁ  ଭେଟିଛନ୍ତି । ଘଟଣାରେ ହସ୍ତକ୍ଷେପ ପାଇଁ ଗୁହାରି କରିଛନ୍ତି ୫୦ରୁ ଉର୍ଦ୍ଧ୍ଵ ହିତାଧିକାରୀ । 

ତେବେ ସମସ୍ୟା ବ୍ୟାଙ୍କରେ ନା ପୌର ପରିଷଦ କାର୍ଯ୍ୟାଳୟରେ ଅଛି ତାହାର ତଦନ୍ତ କରି ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଉପଜିଲ୍ଲାପାଳ । ଅନ୍ୟପଟେ ସଂପୃକ୍ତ କର୍ମଚାରୀଙ୍କ ବିରୋଧରେ ତଦନ୍ତ କରି ଉଚିତ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ ଉପଜିଲ୍ଲାପାଳ ଅନୀଲ କୁମାର ସେଠୀ ।

   Related Posts