କିଏ ହେବ ଡେପୁଟି ମେୟର ଏବେ ବି ସସପେନ୍ସ ? ଆଜି ବ୍ରହ୍ମପୁର ମହାନଗର ନିଗମର ଡେପୁଟି ମେୟର ନିର୍ବାଚନ

Published By : Prameya-News7 Bureau | April 08, 2022 IST

ବ୍ରହ୍ମପୁର ୦୮।୦୪: ଆଜି ବ୍ରହ୍ମପୁର ଡେପୁଟି ମେୟର ନିର୍ବାଚନ । ପୂର୍ବାହ୍ନ ୧୦ଟାରୁ ୧୧ଟା ମଧ୍ୟରେ ନାମାଙ୍କନ ଦାଖଲ, ୧୧ଟାରୁ ୧୨ଟା ମଧ୍ୟରେ ନାମାଙ୍କନ ପତ୍ର ଯାଞ୍ଚ ହେବ। ଦିନ ଗୋଟାଏ ଯାଏ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପ୍ରକ୍ରିୟା ଏବଂ ଅପରାହ୍ନ ସାଢ଼େ ଗୋଟାଏରୁ ମତଦାନ ଆରମ୍ଭ ହେବ । ମତଦାନ ପରେ ଆଜି ଭୋଟ ଗଣତି ଓ ଫଳାଫଳ ଘୋଷଣା କରାଯିବ ।

ନିର୍ବାଚନରେ ୨ ରୁ ଅଧିକ ପ୍ରାର୍ଥୀ ରହିଲେ, ରାଉଣ୍ଡ ୱାରି ଭୋଟିଂ ହେବ । ପ୍ରତି ରାଉଣ୍ଡରେ କମ ଭୋଟ ପାଉଥିବା ଜଣେ ଲେଖାଏଁ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତାରୁ ଓହରି ଚାଲିବେ । ଶେଷ ଦୁଇ ଜଣଙ୍କ ମଧ୍ୟରେ ଚୂଡ଼ାନ୍ତ ଲଢ଼େଇ ହେବ। ଦଳ ବଦଳ ବିରୋଧ ଆଇନ ଲାଗୁ ହୋଇଥିବାରୁ ରାଜନୈତିକ ଦଳ ପ୍ରତିନିଧି ଦେଇପାରିବେ। ଏଭଳି କ୍ଷେତ୍ରରେ ଭୋଟ ବେଳେ ଦଳୀୟ କାଉନସିଲର ଓ କର୍ପୋରେଟର ସେମାନଙ୍କୁ ନିଜ ଭୋଟ ଦେଖାଇ ଭୋଟ ଦେବେ । ସବୁଦଳ ନିଜ ପ୍ରତିନିଧି ରଖିପାରିବେ । ଭୋଟ ବେଳେ ଦଳୀୟ କାଉନସିଲର ଓ କର୍ପୋରେଟର ସେମାନଙ୍କୁ ନିଜ ଭୋଟ ଦେଖାଇ ଭୋଟ ଦେବେ ।

ତେବେ ବିଜେଡିର ସଂଖ୍ୟା ଗରିଷ୍ଠତା ଅଛି ତେବେ କାହା ମୁଣ୍ଡରେ ସୁନା କଳସ ଢଳାହେବ ତାହା ଉପରେ ନଜର ରହିଛି । ସେହିପରି ଆସନ୍ତାକାଲି ଭୁବନେଶ୍ବର ମହାନଗର ନିଗମ ଡେପୁଟି ମେୟର ନିର୍ବାଚନ ହେବ । ସେପଟେ କଟକର ଡେପୁଟି ମେୟର ଭାବେ ଆଜି ଦାୟିତ୍ବ ନେବେ ଦମୟନ୍ତୀ ମାଝୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.