ପୁରୁଷ ହକି ବିଶ୍ଵ କପ୍: ଜର୍ମାନୀ ଏବଂ ବେଲଜିୟମ କେହି କାହାକୁ ବାଟ ଛାଡିଲେଣି, ମ୍ୟାଚ୍ ୨-୨ରେ ଡ୍ର

Published By : Prameya-News7 Bureau | January 17, 2023 IST

ଭୁବନେଶ୍ଵର: କଳିଙ୍ଗ ଷ୍ଟାଡିୟମରେ ମଙ୍ଗଳବାର ଗ୍ରୁପ ବିରେ ଶକ୍ତିଶାଳୀ ବେଲଜିୟମ ଏବଂ ଜର୍ମାନୀ ମଧ୍ୟରେ ଖେଳା ଯାଇଥିବା ୧୬ତମ ଗ୍ରୁପ ପର୍ଯ୍ୟାୟ ମୁକାବିଲା ଅମୀମାଂସିତ ରହିଛି। ଦୁଇ ଦେଶ ମଧ୍ୟରେ ଖେଳାଯାଇଥିବା ରୋମାଞ୍ଚକର ଏବଂ ସଂଘର୍ଷପୂର୍ଣ୍ଣ ମୁକାବିଲା ୨-୨ରେ ଅମୀମାଂସିତ ରହିଛି। ଦୁଇଟି ମ୍ୟାଚ୍ ପରେ ଉଭୟ ଦଳର ପଏଣ୍ଟ ସଂଖ୍ୟା ୪ରେ ରହିଛି। ତେବେ ଗୋଲ୍ ବ୍ୟବଧାନରେ ବେଲଜିୟମ ପୁଲ୍ ବିରେ ଶୀର୍ଷରେ ରହିଥିବା ବେଳେ ଜର୍ମାନୀ ଦ୍ଵିତୀୟ ସ୍ଥାନରେ ରହିଛି।

ପ୍ରଥମ କ୍ଵାର୍ଟରରେ ୫ତମ ମିନିଟ୍‌ରେ ବେଲଜିୟମକୁ ପେନାଲ୍ଟି କର୍ଣ୍ଣର ମିଳିଥିଲେ ହେଁ ତାହାକୁ ଦଳ ଗୋଲ୍‌ରେ ପରିଣତ କରି ପାରିନଥିଲା। ତେବେ ଚାର୍ଲିୟର କେଡ୍ରିକ ୯ମ ମିନିଟ୍‌ରେ ଗୋଲ୍ ଦେଇ ବେଲଜିୟମକୁ ଆଗୁଆ କରିଥିଲେ। ଏହାକୁ ଦଳ ପ୍ରଥମ କ୍ଵାର୍ଟରରେ ବଜାୟ ରଖିଥିଲା। ଦ୍ଵିତୀୟ କ୍ଵାର୍ଟରରେ ଗୋଲ୍ ପରିଶୋଧ କରିବାକୁ ଜର୍ମାନୀ ଜୋରଦାର ଉଦ୍ୟମ କରିଥିଲା। ଜର୍ମାନୀର ଓ୍ଵେଲେନ ନିକଲାସ ୨୨ତମ ମିନିଟ୍‌ରେ ଗୋଲ୍ ଦେଇ ମ୍ୟାଚ୍‌କୁ ସମାନ ସ୍ତରକୁ ଆଣିଥିଲେ। ଉଭୟ ଦଳ ମଧ୍ୟରେ ଛକାପଞ୍ଝା ଜାରି ରହିଥିଲେ ହେଁ ଦ୍ଵିତୀୟାର୍ଦ୍ଧ ସୁଦ୍ଧା ମ୍ୟାଚ୍ ୧-୧ ସମାନ ସ୍ତରରେ ଥିଲା।

wp:html /wp:html

ତୃତୀୟ କ୍ଵାର୍ଟରରେ କଡା ଟକ୍କର ଦେଖିବାକୁ ମିଳିଥିଲେ ହେଁ ଗୋଲଶୂନ୍ୟ ରହିଥିଲା। ବେଲଜିୟମକୁ ପେନାଲ୍ଟି କର୍ଣ୍ଣର ମିଳିଥିଲେ ହେଁ ଦଳ ଗୋଲ୍ କରି ପାରିନଥିଲା। ବେଲଜିୟମ ଏବଂ ଜର୍ମାନୀ ଏହି କ୍ଵାର୍ଟରରେ ଗୋଲ୍ ଦେଇ ପାରିନଥିଲେ। ତେବେ ଚତୁର୍ଥ କ୍ଵାର୍ଟର ବେଶ ରୋଚକ ରହିଥିଲା। ୫୨ ତମ ମିନିଟ୍‌ରେ ଗ୍ରାମବୁସ ଟମ୍ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ଗୋଲ୍‌ରେ ପରିଣତ କରି ଜର୍ମାନୀକୁ ୨-୧ରେ ଆଗୁଆ କରିଥିଲେ। ତେବେ ଦଳ ଏହି ଅଗ୍ରଣୀକୁ ଅଧିକ ସମୟ ବଜାୟ ରଖି ପାରିନଥିଲା। ଓ୍ଵେଗନେଜ୍ ଭିକ୍ଟର ଗୋଲ୍ ଦେଇ ବେଲଜିୟମକୁ ମ୍ୟାଚ୍‌ରେ ସମାନ ସ୍ତରକୁ ଆଣିଥିଲେ। ମ୍ୟାଚ୍ ସରି ଆସୁଥିବା ବେଳେ ମ୍ୟାଚ୍ ଜିତିବାକୁ ଦୁଇ ଦଳ ଚେଷ୍ଟା କରିଥିଲେ। ଶେଷରେ ଜର୍ମାନୀ ଏବଂ ବେଲଜିୟମ ମଧ୍ୟରେ ରୋମାଞ୍ଚକର ମୁକାବିଲା ୨-୨ରେ ଅମୀମାଂସିତ ରହିଛି।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.