ବେଲେଶ୍ୱର ହତ୍ୟା କାଣ୍ଡ: ପୁଣି ମୂଳରୁ ତଦନ୍ତ ଆରମ୍ଭ କରିବ ପୋଲିସ
14/12/2022 at 6:05 PM

କଟକ ୧୪/୧୨: କଟକ ମଧୁପାଟଣା ଥାନା ଅନ୍ତର୍ଗତ ବେଲେଶ୍ବରରେ ଘଟିଥିବା ଡବଲ ମର୍ଡର ଘଟଣାର ସାନି ତଦନ୍ତ ଆରମ୍ଭ କରିବ ପୋଲିସ। ୩ ବର୍ଷ ତଳେ ବେଲେଶ୍ବରରେ ବୃଦ୍ଧ ଦମ୍ପତ୍ତିଙ୍କୁ ସନ୍ଧ୍ୟା ବେଳେ ଅତି ନିର୍ମମ ଭାବେ ହତ୍ୟା କରା ହୋଇଥିଲା। ଏଯାଏଁ ଅପରାଧିଙ୍କ ବିଷୟରେ ସାମାନ୍ୟ ସୁରାକ ମଧ୍ୟ ପୋଲିସ ପାଇନି।
ଏପରିକି ହତ୍ୟାକାଣ୍ଡର କାରଣ ସମ୍ପର୍କରେ ମଧ୍ୟ ପୋଲିସ କୌଣସି ନିର୍ଦ୍ଦିଷ୍ଟ ତଥ୍ୟ ପାଇବାରେ ଅକ୍ଷମ ହୋଇଛି। ବୁଧବାର ପୋଲିସ କମିଶନରଙ୍କ ଅଧ୍ୟକ୍ଷତାରେ ଏହି ଘଟଣାର ତଦନ୍ତକୁ ନେଇ ସମୀକ୍ଷା ବୈଠକ ହୋଇଥିଲା। ପୁଣି ଥରେ ଏହି ହତ୍ୟା ମାମଲାର ମୂଳରୁ ତଦନ୍ତ ହେବ ବୋଲି ପୋଲିସ ଏଥିରେ ନିଷ୍ପତ୍ତି ନେଇଛି।
Related Posts
କୋଇଲା ବୋଝେଇ ଟ୍ରକ୍ରେ ଅଗ୍ନିକାଣ୍ଡ; ଜୀବନ୍ତ ଜଳିଗଲେ ଚାଳକ
30 January 2023