ମହାରାଷ୍ଟ୍ର ଏବଂ କର୍ଣ୍ଣାଟକ ମଧ୍ୟରେ ବଢିଲା ବିବାଦ, ପୋଲିସ ଛାଉଣୀରେ ବେଲଗାଭି; ହେପାଜତରେ ନେତା

Published By : Prameya-News7 Bureau | December 19, 2022 IST

ନୂଆଦିଲ୍ଲୀ: କର୍ଣ୍ଣାଟକ ଏବଂ ମହାରାଷ୍ଟ୍ର ବିବାଦ ଭିତରେ ଫସିଥିବା ବେଲଗାଭିରେ ବୋମ୍ମଇ ସରକାରଙ୍କ ଶେଷ ବିଧାନସଭା ଅଧିବେଶନ ଆୟୋଜନକୁ ନେଇ ବଡ଼ ବିବାଦ ଆରମ୍ଭ ହୋଇଛି । କର୍ଣ୍ଣାଟକ ବିଧାନସଭାର ୧୦ ଦିନିଆ ଅଧିବେଶନ ଜାରି ରହିଛି, ଅନ୍ୟପଟେ ମହାରାଷ୍ଟ୍ରରେ ମଧ୍ୟ ଗୋଟିଏ ଗୋଷ୍ଠୀ ଏହାର ବିରୋଧ କରୁଛନ୍ତି । କର୍ଣ୍ଣାଟକ ଭାଗରେ ଥିବା ବେଲଗାଭି ଜିଲ୍ଲାର ମରାଠୀ ଭାଷାଭାଷୀ ଲୋକଙ୍କ ସଂଖ୍ୟା ଅଧିକ । ଏହାକୁ ନେଇ ମହାରାଷ୍ଟ୍ର ଏହି ଅଞ୍ଚଳକୁ ନିଜର ବୋଲି ଦାବି କରି ଆସୁଛି ଏବଂ ଏହାକୁ ରାଜ୍ୟରେ ସାମିଲ କରାଇବା ପାଇଁ ଦାବି ହୋଇ ଆସୁଛି । ଗତ କିଛି ମାସରୁ ହିଁ ଏହି ବିବାଦ ଜୋର ଧରିଛି । ଏହାରି ଭିତରେ କର୍ଣ୍ଣାଟକ ସରକାର ବେଲଗାଭିରେ ବିଧାନସଭା ଅଧିନବେଶନ ଆୟୋଜନ କରିବା ନିଷ୍ପତ୍ତି ନେବା ପରେ ବିବାଦ ଅଧିକ ବଢିଯାଇଛି ।

ମହାରାଷ୍ଟ୍ରର ବିରୋଧୀ ଦଳ ନେତା ଏନସିପି ଏବଂ ଶିବସେନା ନେତାମାନେ ବେଲଗାଭିକୁ ଲାଗିଥିବା ମହାରାଷ୍ଟ୍ର ସୀମାରେ ପ୍ରବେଶ କରିବା ପାଇଁ ଉଦ୍ୟମ କରିଥିଲେ । ଏହି ସମୟରେ ସେମାନଙ୍କୁ ହେପାଜତକୁ ନିଆଯାଇଛି । ଦୁଇ ପାର୍ଟିର ନେତା ବେଲଗାଭିରେ ପ୍ରବେଶ କରିବା ପାଇଁ ଉଦ୍ୟମ କରୁଥିଲେ । କର୍ଣ୍ଣାଟକ ବିଧାନସଭା ଅଧିବେଶନର ଆଜି ହେଉଛି ପ୍ରଥମ ଦିନ । ଏନସିପି ନେତା ହସନ ମୁସରିଫ ଏବଂ ଶିବସେନାର କୋହ୍ଲାପୁର ଜିଲ୍ଲାଧ୍ୟକ୍ଷ ବିଜୟ ଦେବାନଙ୍କୁ ପୋଲିସ ନିଜ ହେପାଜତକୁ ନେଇଛି । କର୍ଣ୍ଣାଟକରେ ଆସନ୍ତା ବର୍ଷ ନିର୍ବାଚନ ହେବ, ଏହି ସ୍ଥିତିରେ ବୋମ୍ମାଇ ସରକାର ମଧ୍ୟ ଏହି ପ୍ରସଙ୍ଗରୁ ପଛକୁ ହଟୁଥିବା ଦେଖୁବାକୁ ମିଳୁନି ।   

wp:html /wp:html

ଅନ୍ୟପଟେ ବିଜେପିର ଅଡୁଆ ବଢିବାରେ ଲାଗିଛି । ଗୋଟିଏ ପଟେ ବିଜେପି କର୍ଣ୍ଣାଟକରେ କ୍ଷମତାରେ ଥିବା ବେଳେ ମହାରାଷ୍ଟ୍ରରେ ଏକନାଥ ସିନ୍ଦେଙ୍କ ସରକାରରେ ସହଯୋଗୀ ଅଛି । ଦେବେନ୍ଦ୍ର ଫଡନବିସ ଏହି ସରକାରରେ ଉପମୁଖ୍ୟମନ୍ତ୍ରୀ ଭାବେ କାମ କରୁଛନ୍ତି । ଏପରି ସ୍ଥିତିରେ ବିଜେପି ଏହି ବିବାଦକୁ ଅଧିକ ବଢାଇବାକୁ ଚାହୁଁନାହିଁ ।

କର୍ଣ୍ଣାଟକରେ ଏହି ପ୍ରସଙ୍ଗର ଚାପ ରହିଛି ଯେ ବେଲଗାଭିକୁ ପୋଲିସ ଛାଉଣୀ କରାଯାଇଛି । ୪୦୦୦ ପୋଲିସକର୍ମୀ ସହ ୬ ଏସପି, ୧୧ ଏଏସପି, ୪୩ ଡେପୁଟୀ ଏସପି ଏବଂ ୯୫ ଇନସପେକ୍ଟରଙ୍କୁ ବେଲଗାଭିରେ ମୁତୟନ କରାଯାଇଛି । ଏହାଛଡା ୨୪୧ ପୋଲିସ ଏସଆଇଙ୍କୁ ନିୟୋଜିତ କରାଯାଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.