ଭୁବନେଶ୍ୱର ୧୬।୦୨ - ରାଜ୍ୟର ବେକାରୀ ଓ ବେରୋଜଗାରୀର ବାସ୍ତବ ଚିତ୍ରକୁ ନେଇ ଆରମ୍ଭ ହୋଇଛି ରାଜନୀତି । ବେକାରୀରେ ଓଡ଼ିଶା ଦେଶରେ ନମ୍ବର ଓ୍ବାନ୍ ବୋଲି ବିଧାନସଭାରେ ସରକାର ଉତ୍ତର ରଖିଛନ୍ତି। ସେମିତି ଦକ୍ଷତା ବିକାଶରେ ପାଖାପାଖି ୬୨ କୋଟି ଟଙ୍କା ଖର୍ଚ୍ଚ କରି ୯୩ ହଜାର ଯୁବକ ଯୁବତୀଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲେ ମଧ୍ୟ ମାତ୍ର ୨୧ ହଜାର ଯୁବକ ଯୁବତୀଙ୍କୁ ମିଳିଛି ନିଯୁକ୍ତି। ବେକାରୀ ଓ ନିଯୁକ୍ତି ନେଇ ସରକାରଙ୍କ ଏପରି ତଥ୍ୟକୁ ଦେଖି ସରକାରଙ୍କୁ ଘେରିଛନ୍ତି ବିରୋଧୀ । ଆଉ ଜବାବ ରଖିଛନ୍ତି ମନ୍ତ୍ରୀ।
{"id":225270,"sizeSlug":"large"}
ରାଜ୍ୟରେ ବଢୁଛି ବେକାରୀ । ବେରୋଜଗାରୀରେ ଓଡ଼ିଶା ଦେଶରେ ଏକନମ୍ବର। କେନ୍ଦ୍ର ଶ୍ରମ ମନ୍ତ୍ରଣାଳୟ ରିପୋର୍ଟରେ ରାଜ୍ୟରେ ବେରୋଜଗାରୀ ହାର ୭.୧ ପ୍ରତିଶତ। ସହରରେ ବେରୋଜଗାରୀ ହାର ୮. ୩ ପ୍ରତିଶତ ।ଗ୍ରାମାଞ୍ଚଳରେ ଏହି ହାର ରହିଛି ୬.୯ ପ୍ରତିଶତରେ। ରାଜ୍ୟର ବେରୋଜଗାରୀ ଓ ବେକାରୀକୁ ନେଇ ବିଧାନସଭାରେ ଏମିତି ଚିତ୍ର ରଖିଛନ୍ତି ସରକାର। ଦକ୍ଷତା ବିକାଶ ଦ୍ବାରା ପରିଚାଳିତ ନିଯୁକ୍ତି କାର୍ଯ୍ୟକ୍ରମର ଚିତ୍ର ବିଧାନସଭାରେ ରଖିଛନ୍ତି ମନ୍ତ୍ରୀ। ରାଜ୍ୟରେ ଦକ୍ଷତା ବିକାଶ ମାଧ୍ୟମରେ ୨୧ ହଜାର ଜଣଙ୍କୁ ମିଳିଛି ନିଯୁକ୍ତି । ୨୦୨୦ ଜାନୁଆରୀ ଶେଷସୁଦ୍ଧା ମୋଟ୍ ୯୩ ଲକ୍ଷ ୧୧୯ ଜଣଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ଏଥିପାଇଁ ଗତ ଆର୍ଥିକ ବର୍ଷରେ ଖର୍ଚ୍ଚ ହୋଇଛି ୬୧ କୋଟି ୯୮ ଲକ୍ଷ ଟଙ୍କା। ହେଲେ ନିଯୁକ୍ତି ସେଇ ହାରରେ ମିଳୁନି। ସରକାରଙ୍କ ଏପରି ଚିତ୍ରକୁ ନେଇ ଘେରିଛନ୍ତି ବିରୋଧୀ। ବିଜେପି କହିଛି ସରକାର ନିଯୁକ୍ତି ଦେବାରେ ବିଫଳ। କଂଗ୍ରେସ କହିଛି ଆଜି ବି ରାଜ୍ୟରେ ବେକାରୀ ବଢୁଛି।
{"id":225272,"sizeSlug":"large"}
ନିଯୁକ୍ତି ଓ ଦକ୍ଷତା ବିକାଶ ଉପରେ ରାଜ୍ୟ ସରକାର ଫୋକସ ଦେଉଥିବା କହିଛନ୍ତି ।
{"id":225273,"sizeSlug":"large"}
ଏହା ସହ ଏଥିପାଇଁ ନୂଆ ନୂଆ ସ୍କିମ୍ କରାଯାଉଛି। ଅଧିକରୁ ଅଧିକ ଦକ୍ଷତା ବିକାଶ ସେଣ୍ଟର ଖୋଲୁଛି। ସେପଟେ ମନ୍ତ୍ରୀ କହିଛନ୍ତି ସ୍କିଲ୍ ଡେଭଲପମେଣ୍ଟ ଉପରେ ସରକାରଙ୍କ ଫୋକସ୍ ରହିଛି ।
{"id":225274,"sizeSlug":"large"}
ଏହା ସହ ସର୍ଟଟର୍ମ କୋର୍ସକୁ ଗୁରୁତ୍ବ ଦେଇ ଦ୍ବାଦଶ ପରେ ବେକାର ଥିବା ପିଲାଙ୍କୁ ନିଯୁକ୍ତି କିପରି ଅଧିକ ମିଳିବ ସେନେଇ ସରକାର କାର୍ଯ୍ୟକ୍ରମ ହାତକୁ ନେଇଥିବା ଜବାବ ରଖିଛନ୍ତି।…
{"id":225275,"sizeSlug":"large"}
ଦକ୍ଷତା ବିକାଶ ଲାଗି କେନ୍ଦ୍ର ସରକାର ୨୦୧୭-୧୮ ଏବଂ୧୮-୧୯ରେ ମୋଟ୍ ୨୭ କୋଟି ୭୧ ଲକ୍ଷ ଟଙ୍କା ପ୍ରଧାନମନ୍ତ୍ରୀ କୈଶଳ ବିକାଶ ଯୋଜନାରେ ଅନୁଦାନ ଦେଇଛନ୍ତି।