ନୂଆଦିଲ୍ଲୀ: ଚୀନର ବିସ୍ତାରବାଦୀ ନୀତି ଯୋଗୁ ସେ ସବୁ କ୍ଷେତ୍ରରେ ଅନ୍ୟମାନଙ୍କ ଉପରେ ନିଜର ଚିନ୍ତାଧାରାକୁ ଲଦି ଦେଉଛି। ସବୁକ୍ଷେତ୍ରରେ ଚୀନ ଏଜେଣ୍ଡା ପୂରାଉଛି। ଏଥିପାଇଁ ଅନେକ ଦେଶରେ ଚୀନକୁ ବିରୋଧ ମଧ୍ୟ କରାଯାଉଛି। ଚୀନର ଦିନକୁ ଦିନ ବଢୁଥିବା ଅତିଜାତୀୟତାବାଦ ନୀତି ଯୋଗୁ ଦିନେ ସେ ସାରା ଦୁନିଆରୁ ଏକା ପଡ଼ିଯିବ ବୋଲି ଭବିଷ୍ୟବାଣୀ କରିଛନ୍ତି ଗୌତମ ଆଦାନୀ। ଚୀନ ଟେକ୍ନୋଲୋଜୀରେ ମଧ୍ୟ ପ୍ରତିବନ୍ଧକ ଲାଗିବ ବୋଲି ଏସିଆର ନମ୍ବର ୱାନ ଧନୀ ଗୌତମ ଆଦାନୀ କହିଛନ୍ତି।
ବେଲ୍ଟ ଓ ରାସ୍ତାର ବିକାଶର ଯୋଗେ ଚୀନର ଯେଉଁ ବୈଶିକ ଏଜେଣ୍ଡା ରହିଛି ତାକୁ ବିରୋଧ କରାଯାଉଛି ବୋଲି ଆଦାନୀ କହିଛନ୍ତି। ଏହି କାର୍ଯ୍ୟର ମୂଳ ଲକ୍ଷ ଚୀନର ବୈଶ୍ୱିକା ଯୋଜନାକୁ ସପଳ କରାଇବା। ହେଲେ ଏମିତି କରିବାରେ ଆଦାନୀ ବିଫଳ ହୋଇଛନ୍ତି। ମଙ୍ଗଳବାର(୨୬ ସେପ୍ଟେମ୍ବର) ସିଙ୍ଗାପୁରରେ ଫୋର୍ବସ ସିଇଓ ସମ୍ମିଳନୀରେ ଯୋଗ ଦେଇ ଏପରି କହିଛନ୍ତି ଆଦାନୀ।
ବିଶ୍ୱ ଧନୀ ତାଲିକୋରେ ବର୍ତ୍ତମାନ ତିନି ନମ୍ବର ସ୍ଥାନରେ ଥିବା ଆଦାନୀ ଚୀନର ବଢ଼ୁଥିବା ଅତିଜାତୀୟୀତାତାଦ ଗୁଣକୁ ନେଇ ମଧ୍ୟ ନିଜର ମତ ରଖିଛନ୍ତି। ସେ କହିଛନ୍ତି “ଚୀନରେ ବଢ଼ୁଥିବା ଅତିଜାତୀୟତାବାଦ ରପ୍ତାନୀ ଶୃଙ୍ଖଳ ବାଧାପ୍ରାପ୍ତ ହେବା ସହିତ ପ୍ରଯୁକ୍ତି ବିଦ୍ୟାରେ ପ୍ରତିବନ୍ଧକ ଅନ୍ୟ ଦେଶ ସହ ସମ୍ପର୍କ ଉପରେ ପ୍ରଭାବ ପକାଇବ। ଚୀନ ଯାହାକୁ ବିଶ୍ୱ ସ୍ତରରେ ଅଗ୍ରଣୀ ବୋଲି କୁହାଯାଉଛି ଧୀରେ ଧୀରେ ସେ ଏକା ପଡ଼ିଯିବ।” ଆଦାନୀଙ୍କର ଏହି କଥାକୁ ନେଇ ଖବର ପ୍ରକାଶ କରିଛି ହଂକଂ ଡେଲି ସାଉଥ ଚାଇନା ମର୍ଣ୍ଣିଂ ପୋଷ୍ଟ। ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।