ଭୁବନେଶ୍ୱରରୁ ମୁଣ୍ଡବିହୀନ ଶବ ମିଳିବା ଘଟଣା, ପୋଲିସକୁ ମିଳିଲା ମୃତ ମହିଳାଙ୍କ ପରିଚୟ

Published By : Prameya-News7 Bureau | February 11, 2021 IST

ଭୁବନେଶ୍ୱର ୧୧।୦୨: ଭୁବନେଶ୍ୱର ଉପକଣ୍ଠରୁ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣା । ମାମଲାରେ ଏକ ସପ୍ତାହ ପରେ ପୋଲିସକୁ ମିଳିଛି ସଫଳତା । କମିଶନରେଟ ପୋଲିସ ହାତରେ ଲାଗିଛି ମୃତ ମହିଳାଙ୍କ ପରିଚୟ । ଖୁବଶୀଘ୍ର ସମସ୍ତ ତଥ୍ୟ କମିଶନରେଟ୍‌ ପୋଲିସ ପ୍ରେସମିଟ୍‌ ଜରିଆରେ ସୂଚନା ଦେବେ ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ଗତ ୪ତାରିଖ ଦିନ ଭୁବନେଶ୍ୱର ଭୁବନେଶ୍ବର ଅନ୍ଧାରୁଆ-ଦାସପୁର ରାସ୍ତା କଡରୁ ମିଳିଥିଲା ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ । ମହିଳାଙ୍କୁ ଆଣି ଏହିଠାରେ ହତ୍ୟା କରାଯାଇଛି ନା ବାହାରେ ହତ୍ୟାକରି ମହିଳାଙ୍କୁ ଏଠାରେ ଫୋପାଡି ଦିଆଯାଇଛି ତାର ତଦନ୍ତ ଜାରି ରଖିଛି କମିସନରେଟ ପୋଲିସ । ତେବେ ଘଟଣାରେ ଦିନ ଗଡୁଥିଲେ ମଧ୍ୟ ପୋଲିସକୁ ମହିଳାଙ୍କ ପରିଚୟ ହସ୍ତଗତ ହୋଇନଥିଲା । ଯାହାକି ଏକ ଚିନ୍ତାର ବିଷୟ ପାଲଟିଥିଲା ।

ମହିଳାଙ୍କ ପରିଚୟ ଖୋଜିବାକୁ ସହରର ଚାରିଆଡ଼େ ନିଖୋଜ ସମ୍ପର୍କିତ ପୋଷ୍ଟର ଲଗାଇଥିଲା ପୋଲିସ । ମହିଳାଙ୍କ ସମ୍ପର୍କରେ ସୂଚନାଦାତାଙ୍କୁ ୫୦ ହଜାର ଟଙ୍କା ପୁରସ୍କାର ଦେବାକୁ ଘୋଷଣା କରାଯାଇଥିଲା । ଏମିତି କି ବସ୍‌ଷ୍ଟାଣ୍ଡ, ରେଳଷ୍ଟେସନ ସହ ବିଭିନ୍ନ ବସ୍ତିରେ ପାଖାପାଖି ୨୦୦ଟି ପୋଷ୍ଟର ଲଗାଇଥିଲା ପୁଲିସ । ଏଗୁଡ଼ିକ ହିନ୍ଦୀ, ଇଂରାଜୀ ଓ ଓଡ଼ିଆ ଭାଷାରେ ଲୋଖା ହୋଇଛି । ପଡ଼ୋଶୀ ବିହାର, ଝାଡ଼ଖଣ୍ଡ ଅଞ୍ଚଳକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ ଝାଡଖଣ୍ଡ ଓ ପଶ୍ଚିମବଙ୍ଗ ଯାଉଥିବା ବସ୍‌ଗୁଡିକରେ ମଧ୍ୟ ପୋଷ୍ଟର ଲଗାଯାଇଥିଲା । 

ସେହିପରି ପୋଲିସ ମହିଳାଙ୍କ ଶବକୁ ୨ଥର ପୋଷ୍ଟମର୍ଟମ ରିପୋର୍ଟ କରିଥିଲା । ତେବେ ପୋଷ୍ଟମର୍ଟମ ରିପୋର୍ଟରୁ ମହିଳା ଜଣଙ୍କ ଗର୍ଭବତୀ ଥିବା ସୂଚନା ମିଳିଛି । ଫିଙ୍ଗର ଫ୍ରିଣ୍ଟ ଯାଞ୍ଚ ପାଇଁ କୋର୍ଟରେ ଆବଦେନ କରିଛି କମିଶନରେଟ୍ ପୋଲିସ । ଆଧାର କାର୍ଡରେ ମହିଳାଙ୍କ ପରିଚୟ ପାଇଁ ପୋଲିସ ଏଭଳି ଯୋଜନା କରିଛି । ମହିଳାଙ୍କ ଡିଏନଏ ଟେଷ୍ଟ ପାଇଁ କିଛି ସାମ୍ପୁଲ ରଖାଯିବ ବୋଲି ପୋଲିସ ସୂଚନା ଦେଇଛି ।

ତେବେ ଶେଷରେ ଆଜି ପୋଲିସକୁ ମିଳିଛି ସଫଳତା । ସପ୍ତାହେ ପରେ ପୋଲିସକୁ ମିଳିଛି ସୁରାକ୍‌ । କମିଶନରେଟ ପୋଲିସ ହାତରେ ଲାଗିଛି ମୃତ ମହିଳାଙ୍କ ପରିଚୟ । ଯାହାକି ଏକ ବଡ଼ ସଫଳତା ବୋଲି ଆଶା କରାଯାଉଛି । ତେବେ ଗୁରୁବାର ଦିନ କମିଶନରେଟ୍‌ ପୋଲିସ ପ୍ରେସ୍‌ମିଟ୍‌ କରି ମହିଳାଙ୍କ ପରିଚୟ ସାର୍ବଜନୀନ ଓ ହତ୍ୟାକାଣ୍ଡ ସଂପର୍କରେ କିଛି ନୂତନ ତଥ୍ୟ ରଖିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.