ଲଘୁଚାପ ବର୍ଷା ପାଇଁ ବେହାଲ୍‌ କଟକ; ଲୋକମାନେ ନେଇପାରୁନାହାନ୍ତି ଦଶହରାର ମଜା

Published By : Prameya-News7 Bureau | October 04, 2022 IST

କଟକ ୦୪/୧୦: ଲଘୁଚାପ ଜନିତ ବର୍ଷାରେ ବେହାଲ ହୋଇଛି କଟକ ସ୍ଥିତି। ସେମବାର ରାତିରୁ ହେଉଥିବା ବର୍ଷା ପାଇଁ ସହରର ବିଭିନ୍ନ ସ୍ଥାନରେ ପାଣି ଜମି ରହିଛି। ଫଳରେ ଲୋକେ ବହୁ ଅସୁବିଧାର ସାମ୍ନା  କରୁଛନ୍ତି। ସହରର ମୂଖ୍ଯ ବାଦାମବାଡ଼ି, ବିକାଶନଗର, ମେରିଆ ବଜାର, କେଶରପୁର, ମକରାବାଗ ସାହି ଭଳି ଜାଗାରେ ବର୍ଷା ପାଣି ଜମି ରହିଛି।

ଅନ୍ୟପଟେ ଲଘୁଚାପ ଜନିତ ବର୍ଷା ଦଶହରାକୁ ମଧ୍ଯ ଫିକା କରି ଦେଇଛି। ଲୋକମାନେ ଦଶହରା ବୁଲିବାର ମଜା ନେଇ ପାରୁନଥିବା ବେଳେ ଅନ୍ଯପଟେ ବିଭିନ୍ନ ସ୍ଥାନରେ ଜମିଥିବା ବର୍ଷା ପାଣି ପାଇଁ ସମସ୍ୟା ଦ୍ୱିଗୁଣିତ ହୋଇଛି। ଯଦି ଏହି ବର୍ଷା ଲାଗି ରହିବ ଦଶହରା ମଜା ପାଣି ଫାଟିଯିବା ସହ ସହରର ବିଭିନ୍ନ ସ୍ଥାନରେ ଆହୁରି ଅଧିକ ପାଣି ହେବ ବୋଲି ସହରବାସୀ ଆଶଙ୍କା କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.