ସୁମୁଣ୍ଡଳ ଗାଁରେ ଗଣ୍ଡଗୋଳ ଘଟଣା, ତିନି ଜଣକୁ ଗିରଫ କଲା ପୋଲିସ

Published By : Prameya-News7 Bureau | May 22, 2024 IST

ଖଲିକୋଟ: ସୁମୁଣ୍ଡଳ ଗାଁରେ ଗଣ୍ଡଗୋଳ ଘଟଣା। ୩ ଜଣକୁ ଗିରଫ କଲା ବେଗୁନିଆପଡ଼ା ପୋଲିସ। ଗିରଫ ପରେ ସେମାନଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ। 

ସୂଚନାଥାଉକି, ଗତକାଲି ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ସୂମୁଣ୍ଡଳ ଗାଁରେ ଘଟିଥିଲା ରାଜନୈତିକ ହିଂସା। ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଦେଖିବାକୁ ମିଳିଥିଲା। ଏଥିରେ ତପନ କୁମାର ବିଶ୍ବାଳ ନାମକ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିଲେ। ତାଙ୍କୁ ବ୍ରହ୍ମପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ଚିକିତ୍ସା ଚାଲିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.