ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପରେ ବି ଉଦ୍ଧବଙ୍କ ହାତମୁଠାରୁ ଖସିଗଲା ସ୍ୱପ୍ନ, ଜାଣନ୍ତୁ କାହିଁକି ?

Published By : Prameya-News7 Bureau | November 23, 2019 IST

ମୁମ୍ବାଇ ୨୩।୧୧: ଏନସିପି ଓ କଂଗ୍ରେସ  ସମର୍ଥନରେ ଶିବସେନା ମହାରାଷ୍ଟ୍ରରେ ସରକାର ଗଢିବା ଏକପ୍ରକାର ନିଶ୍ଚିତ ହୋଇସାରିଥିଲା। ଶୁକ୍ରବାର ବୈଠକ ମଝିରେ ଏନସିପି ମୁଖିଆ ଶରଦ ପାୱାର ବାହାରକୁ ଆସିଥିବା ବେଳେ ଉଦ୍ଧବ ସର୍ବସମ୍ମତ ମୁଖ୍ୟମନ୍ତ୍ରୀ ବୋଲି କହିଥିଲେ। ଏପିରିକି ୧୬-୧୪-୧୨ରେ ୩ ଦଳ ସରକାର ଗଢିବେ ବୋଲି ମଧ୍ୟ ବୈଠକରେ ଆଲୋଚନା ହୋଇଥିବା ଜଣାପଡିଥିଲା। ହେଲେ ସକାଳ ହେଉହେଉ ସବୁ ଓଲଟପାଲଟ ହୋଇଗଲା। ଉଦ୍ଧବ ମେଣ୍ଟ ସମର୍ଥନ ନେଇ ରାଜ୍ୟପାଳଙ୍କୁ ଭେଟି ଥାନ୍ତେ। ହେଲେ ତା ପୂର୍ବରୁ ହିଁ ବରିଷ୍ଠ ଏନସିପି ନେତା ଅଜିତ ପାୱାରଙ୍କ ସମର୍ଥନରେ ଦେବେନ୍ଦ୍ର ଫଡନବୀଶ ରାଜ୍ୟପାଳଙ୍କୁ କହି ରାଜ୍ୟରୁ ରାଷ୍ଟ୍ରପତି ଶାସନ ହଟାଇବା ସହ ମୁଖ୍ୟମନ୍ତ୍ରୀ ରୂପେ ଶପଥ ନେଇଯାଇଛନ୍ତି । ସେପଟେ ଉଦ୍ଧବଙ୍କ ହାତକୁ ରାଜ୍ୟର କ୍ଷମତା ଆସୁ ଆସୁ  ଅଟକି ଯାଇଛି।

{"id":188808,"sizeSlug":"large"}

ଏକଦା ରାଜ୍ୟରେ ଶିବସେନା କିଙ୍ଗ ମେକର ଥିଲା। ଶିବ ସେନା ସ୍ଥାପନା କରିବା ପରେ ବାଲ ଠାକରେ କେବେ କେମିତି ବିଶେଷ ଅବସରରେ 'ମାତୋଶ୍ରୀ'ରୁ ବାହାରକୁ ବାହାରୁଥିଲେ। ପ୍ରଧାନମନ୍ତ୍ରୀ ହୁଅନ୍ତୁ କି କୌଣସି ରାଜନୈତିକ ଦଳର ମୁଖ୍ୟ ସମସ୍ତେ ବାଲ ଠାକରେଙ୍କୁ ମାତୋଶ୍ରୀରେ ହିଁ ଭେଟୁଥିଲେ। ବାଲ ଠାକରେଙ୍କ ପରିବାରର କେହି ସଦସ୍ୟ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱୀତା କରୁନଥିଲେ। ତେବେ ରାଜ୍ୟରେ ଅନେକ ବାର ଶିବସେନାର ସରକାର ହୋଇଥିଲା। ହେଲେ ବାଲ ଠାକରେଙ୍କ ସହ ତାଙ୍କ ନୀତି ଓ ଆଦର୍ଶ ମଧ୍ୟ ଚାଲିଯାଇଛି।

{"id":188809,"sizeSlug":"large"}

କିଙ୍ଗମେକର ଫ୍ୟାମିଲେ ନିଜେ କିଙ୍ଗ ହେବା ମୋହରେପଡି ପ୍ରତ୍ୟକ୍ଷ ନିର୍ବାଚନ ଲଢିଛନ୍ତି। ଉଦ୍ଧବଙ୍କ ପୁଅ ଆଦିତ୍ୟ ଠାକରେ ନିର୍ବାଚନ ଲଢିଥିବା ବେଳେ ସରକାର ଗଢିବା ଲାଗି ଉଦ୍ଧବ ଏନସିପି ଓ କଂଗ୍ରେସ ସହ ଆଲୋଚନା ନିମନ୍ତେ ମାତୋଶ୍ରୀରୁ ବାହାରକୁ ବାହାରିଛନ୍ତି। ହେଲେ ଅସଲ ରାଜନୀତି ଜଣାନଥିବାରୁ ଉଦ୍ଧବଙ୍କ ହାତକୁ ଆସୁଥିବା ଶାସନ ଡୋରି ଖସିଯାଇଛି।

{"id":188811,"sizeSlug":"large"}

ଜାଣନ୍ତୁ କିପରି ଶାସନ ହାତେଇଲା ବିଜେପି
ସଂଖ୍ୟା ନଥିବାରୁ ବିଜେପି ସରକାର ଗଢିବ ନାହିଁ କହି ଓହରି ଯାଇଥିଲା। ହେଲେ ଜାଣିଥିଲା ଶିବସେନା ନିଶ୍ଚିତ ଗୋଟିଚଳାଇବ। ଏଥିରେ ଏନସିପି ଅଜିତ ପାୱାରଙ୍କୁ ବିଧାୟକ ଦଳ ନେତା ମନୋନୟନ କରିବା ପରଠାରୁ ବିଜେପି ଲଗାତାର ତାଙ୍କ ସହ ସମ୍ପର୍କରେ ଥିଲା। ଏନସିପି, ଶିବସେନା ଓ କଂଗ୍ରେସ ଯେତେବେଳେ ମୈଦାନରେ ରାଜନୀତି କରୁଥିଲେ ସେତେବେଳେ ବିଜେପି ତାର ଚାଲ ଚଳେଇବାରେ ଲାଗିଥିଲା। ଯେତେବେଳେ ଉଦ୍ଧବ ଓ ଶିବସେନା ଖୋଲାଖୋଲି ରାଜ୍ୟ ରାଜନୀତି ପରିଦୃଶ୍ୟକୁ ଆସିଗଲେ ଠିକ୍ ସେତିକି ବେଳେ ବିଜେପି ନିଜର ଗୋଟିଚାଳନା କଲା ଓ ସଫଳ ବି ହେଲା।

{"id":188812,"width":578,"height":386,"sizeSlug":"large"}

ଏନସିପି ବିଧାୟକ ଦଳ ନେତା ଭାବେ ଅଜିତଙ୍କ ଠାରୁ ସମର୍ଥନପତ୍ର  ହାତେଇବା ମାତ୍ରେ ବିଜେପି ନିଜର ସରକାର ଗଠନ ଦାବି ଉପସ୍ଥାପନା କରିବା ସହ ରାଜ୍ୟରୁ ରାଷ୍ଟ୍ରପତି ଶାସନ ହଟାଇବାକୁ ରାଜ୍ୟପାଳଙ୍କ ନିବେଦନ କଲା। ସରକାର ଲାଗି ବହୁମତ ଆଶା ଥିବାରୁ ରାଜ୍ୟପାଳ ରାଷ୍ଟ୍ରପତିଙ୍କୁ ସୁପାରିଶ କରି ରାଷ୍ଟ୍ରପତି ଶାସନ ହଟାଇବା ସହ ଦେବେନ୍ଦ୍ର ଫଡନବୀଶଙ୍କୁ ମୁଖ୍ୟମନ୍ତ୍ରୀ ଓ ଅଜିତ ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ପାଠ କରାଇଛନ୍ତି।  ସେପଟେ ଶନିବାର ସୁଦ୍ଧ ମଧ୍ୟ ଶିବସେନା, ଏନସିପି ଓ କଂଗ୍ରେସର ମେଣ୍ଟ ଚୂଡାନ୍ତ ହୋଇନଥିଲା। ସେମାନଙ୍କ ମତରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରୀ ଥିବାରୁ ସରକାର ଗଢିବା ଲାଗି ଏବେବି ଢେର ସମୟ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.