ପ୍ରବାସୀ ଓଡ଼ିଆ ଓଡିଶା ଆସିବା ପୂର୍ବରୁ କୋଭିଡ ପରୀକ୍ଷା କରାନ୍ତୁ: ସ୍ବାସ୍ଥ୍ୟମନ୍ତ୍ରୀ

Published By : Prameya-News7 Bureau | May 08, 2020 IST

ଭୁବନେଶ୍ବର୮/୫: ପ୍ରବାସୀ ଓଡ଼ିଆଙ୍କୁ ଓଡିଶା ଆସିବା ପୂର୍ବରୁ ସେହି ରାଜ୍ୟରେ କୋଭିଡ ପରୀକ୍ଷା କରିବାକୁ ଦାବୀ କରିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ। ଶୁକ୍ରବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ସହ ଭିଡିଓ କନଫେରେନ୍ସିଂରେ ଆଲୋଚନା ସମୟରେ କେନ୍ଦ୍ର ସରକାରଙ୍କ ଏସ୍‌ଓପିରେ ଉଲ୍ଲେଖ ରହିଥିବା ପ୍ରବାସୀଙ୍କ ସ୍କ୍ରିନିଂ ବଦଳରେ କୋଭିଡ ପରୀକ୍ଷା କରାଇ ସାର୍ଟିଫିକେଟ ପ୍ରଦାନ କରି ଆମ ରାଜ୍ୟକୁ ପଠାଇଲେ ତାହା ରାଜ୍ୟ ପାଇଁ ମଙ୍ଗଳ ହେବ ବୋଲି କହିଛନ୍ତି ନବାଦାସ।

ଏଥିସହ ଓଡିଶାକୁ ପ୍ରବାସୀ ଓଡ଼ିଆଙ୍କ ଆସିବା ସଂଖ୍ୟା ବୃଦ୍ଧି ଓ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ ଶତକଡା ୪ ଭାଗ ଲୋକଙ୍କ ଦେହରେ କରୋନା ଭୁତାଣୁ ଚିହ୍ନଟ ରାଜ୍ୟ ସରକାରଙ୍କ ପାଇଁ ଚିନ୍ତା ବଢ଼ାଇ ଦେଇଥିବା ବେଳେ ଅଧିକ ଓ ତ୍ୱରିତ ପରୀକ୍ଷା ପାଇଁ ଟେଷ୍ଟିଙ୍ଗ କିଟ ଯୋଗାଇବା ଆଇସିଏମ୍‌ଆର ଟେଷ୍ଟିଙ୍ଗ ନିୟମ କୋହଳ କରିବାକୁ ଦାବୀ କରିଥିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ। ଝାରସୁଗୁଡା ଜିଲ୍ଲା ଏନଆଇସି ପରିସରରେ କେନ୍ଦ୍ରମନ୍ତ୍ରୀଙ୍କ ସହ ଭିଡିଓ ବାର୍ତ୍ତା ସମୟରେ ଏହି ସବୁ ଦାବୀ ସହ ରାଜ୍ୟକୁ ଅଧିକ ପିପିଇ ଯୋଗାଇବାକୁ ଦାବି ଜଣାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.