ଭାରତ ବିପକ୍ଷ ମ୍ୟାଚ୍ ପୂର୍ବରୁ ହାରିସ ରଉଫ ଦେଲେ ଓ୍ଵାର୍ଣ୍ଣିଂ, କହିଲେ- ଏସିଆ କପ୍ରେ…
7/09/2023 at 4:37 PM

ନୂଆଦିଲ୍ଲୀ: ଏସିଆ କପ୍ ୨୦୨୩ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳା ଯାଇଥିବା ପ୍ରଥମ ମ୍ୟାଚ୍ ବର୍ଷାରେ ଧୋଇ ହୋଇ ଯାଇଛି। ଏବେ ଦ୍ଵିତୀୟ ଥର ଦୁଇ ପାରମ୍ପରିକ ପ୍ରତିଦ୍ଵନ୍ଦ୍ଵୀ ସେପ୍ଟେମ୍ବର ୧୦ ତାରିଖରେ ମୁହାଁମୁହିଁ ହେବେ। ଏସିଆ କପ୍ ୨୦୨୩ର ସୁପର-୪ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଏହି ମ୍ୟାଚ୍ ଖେଳାଯିବ। ଯଦି ପାକିସ୍ତାନ ଏହି ମ୍ୟାଚ୍ ଜିତିଯାଏ ତେବେ ଫାଇନାଲ୍ରେ ପହଞ୍ଚିବାର ରାସ୍ତା ସହଜ ହୋଇଯିବ। ଆଉ ଭାରତ ମ୍ୟାଚ୍ ଜିତିଲେ ପାକିସ୍ତାନ ମାର୍ଗ ମୁସ୍କିଲ ହୋଇଯିବ। ଗ୍ରୁପ ପର୍ଯ୍ୟାୟରେ ପାକିସ୍ତାନର ବୋଲର ଭାରତୀୟ ବ୍ୟାଟରଙ୍କୁ ପାଣି ପିଆାଇଥିଲେ। ହେଲେ ଇଶାନ କିଷନ ଓ ହାର୍ଦ୍ଦିକ ପାଣ୍ଡ୍ୟା ଚମତ୍କାର ଅର୍ଦ୍ଧଶତକୀୟ ଇନିଂସ ଖେଳି ଭାରତକୁ ମ୍ୟାଚ୍ରେ ପ୍ରତ୍ୟାବର୍ତ୍ତନ କରାଇଥିଲେ। ତେବେ ସୁପର-୪ରେ ଦୁଇ ଦେଶର ମୁକାବିଲା ପୂର୍ବରୁ ହୁଙ୍କାର ଭରିଛନ୍ତି ବାଂଲାଦେଶ ବିପକ୍ଷ ମ୍ୟାଚ୍ରେ ହିରୋ ରହିଥିବା ହାରିସ ରଉଫ।
Also read- ବିଶ୍ଵକପ୍ ୨୦୨୩ ପାଇଁ ଅଷ୍ଟ୍ରେଲିଆ ଦଳ ଘୋଷିତ, ମାର୍ନସ ଲାବୁସେନଙ୍କ ସ୍ଵପ୍ନ ଭାଙ୍ଗିଲା
ହାରିସ୍ ବାଂଲାଦେଶ ବିପକ୍ଷ ମ୍ୟାଚ୍ ପରେ କହିଛନ୍ତି, ଲାହୋରରେ ବହୁତ ଗରମ ହୋଇଥାଏ। ମୁଁ ଏଠାରେ ବହୁତ କ୍ରିକେଟ୍ ଖେଳିଛି। ପ୍ରଶଂସକ ସର୍ବଦା ଆଶା କରିଥାନ୍ତି ଯେ, ଆମେ ଭଲ ଖେଳ ଖେଳୁ। କୌଣସି ବି ମ୍ୟାଚ୍ ପୂର୍ବରୁ ଆମେ ଏକ ବୋଲିଂ ୟୁନିଟ୍ ଭାବେ ଯୋଜନା କରୁ। ଖେଳର ପ୍ରତ୍ୟେକ ପର୍ଯ୍ୟାୟରେ ପାଇଁ ଆମେ ଭିନ୍ନ ଭିନ୍ନ ଯୋଜନା କରିଥାଉ। ଆଉ ସେହି ହିସାବରେ ଆମେ ବୋଲିଂ କରୁ। ଆମେ ଓ୍ଵିକେଟ୍ ଟୁ ଓ୍ଵିକେଟ୍ ବୋଲିଂ କରୁ।
ସେ କହିଛନ୍ତି, ମୁଁ ଲଗାତାର କଠୋର ପରିଶ୍ରମ କରିଥାଏ ଓ ନିଜ ପାଇଁ ବଡ଼ ଲକ୍ଷ୍ୟ ରଖିଥାଏ। ଏସିଆ କପ୍ରେ ମୁଁ ପ୍ଲେୟାର ଅଫ ଦ ସିରିଜ୍ ହେବାକୁ ଚାହୁଁଛି। ଆଗାମୀ ମ୍ୟାଚ୍ରେ କଣ ହେବ ଦେଖିବାକୁ ବାକି ରହିଲା। ଉଲ୍ଲେଖନୀୟ ଏସିଆ କପ୍ ୨୦୨୩ରେ ସର୍ବାଧିକ ଓ୍ଵିକେଟ୍ ହାସଲକାରୀ ବୋଲର ତାଲିକାରେ ଟପ୍-୩ରେ ପାକିସ୍ତାନର ଦ୍ରୁତ ବୋଲର ଅଛନ୍ତି। ହାରିସ ରଉଫ ୯ଟି ଓ୍ଵିକେଟ୍ ନେଇଥିବା ବେଳେ ନସୀମ ଶାହ ଓ ଶାହିନ ଆଫ୍ରିଦି ପ୍ରତ୍ୟେକ ୭ଟି ଲେଖାଏ ଓ୍ଵିକେଟ୍ ନେଇଛନ୍ତି।