ମହମ୍ମଦ ଶାମି ଅଷ୍ଟ୍ରେଲିଆ ପାଇଁ ବଡ଼ ବିପଦ, ଫାଇନାଲ୍ ପୂର୍ବରୁ ଏମିତି କାହିଁକି କହିଲେ ଅଧିନାୟକ ପାଟ୍ କମିନ୍ସ

Published By : Prameya-News7 Bureau | November 18, 2023 IST

ଅହମ୍ମଦାବାଦ: ଆଇ କେଇ ଘଣ୍ଟାକୁ ଅପେକ୍ଷା। ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ବିଶ୍ଵକପ୍ ଟ୍ରଫି ପାଇଁ ମୁହାଁମୁହିଁ ହେବେ ଦୁଇ ଥରର ଚାମ୍ପିଅନ ଭାରତ ଓ ପାଞ୍ଚ ଥରର ବିଜେତା ଅଷ୍ଟ୍ରେଲିଆ। ଷ୍ଟାଡିୟମ ପ୍ରସ୍ତୁତ, ଖେଳାଳି ପ୍ରସ୍ତୁତ ଓ ଦର୍ଶକ ବି ପ୍ରସ୍ତୁତ। କିଏ ଜିତିବ ବିଶ୍ଵକପ୍ , ଏ ପ୍ରଶ୍ନ ମଧ୍ୟରେ ଭାରତୀୟ ବୋଲର ମହମ୍ମଦ ସାମିଙ୍କ ପ୍ରଦର୍ଶନକୁ ନେଇ ଚର୍ଚ୍ଚା ଥମିବାର ନାଁ ଧରୁନାହିଁ । ଚଳିତ ବିଶ୍ଵକପ୍‌ରେ ଶାମି ଘାତକ ବୋଲିଂ କରି ପ୍ରତିପକ୍ଷ ଦଳ ମନରେ ଛାନିଆ ଖେଳାଇଛନ୍ତି। ସେ ନିଜ ଦମରେ ଭାରତକୁ ବିଜୟୀ କରାଉଛନ୍ତି।

wp:heading {"level":4}

ଅଧିକ ପଢନ୍ତୁ- ୧୯୮୩, ୨୦୧୧ରେ ଏତିକି ଥିଲା ଟିମ୍ ଇଣ୍ଡିଆର ଚାମ୍ପିଅନ ପ୍ରାଇଜ୍ ମନି ! ୨୦୨୩ରେ ବିଜେତା ଟିମ୍ ଉପରେ ଟଙ୍କା ବର୍ଷା

/wp:heading

ସେମିଫାଇନାଲ ମୁକାବିଲାରେ ନ୍ୟୁଜିଲାଣ୍ଡର ୭ଟି ଓ୍ଵିକେଟ୍ ଦଖଲ କରି ନୂଆ କୀର୍ତ୍ତିମାନ ସ୍ଥାପନ କରିଥିବା ଶାମିଙ୍କୁ ନେଇ ଅଷ୍ଟ୍ରେଲିଆ ଶିବିର ଆତଙ୍କିତ। ଖୋଦ୍ ଅଷ୍ଟ୍ରେଲିଆ ଦଳର ଅଧିନାୟକ ପାଟ କମିନ୍ସ ଶାମିଙ୍କୁ ନେଇ ବଡ଼ ପ୍ରତିକ୍ରିୟା ଦେଇଛନ୍ତି।  ବିଶ୍ଵକପ୍ ଫାଇନାଲ୍‌ର ପୂର୍ବରୁ ଶନିବାର ସାମ୍ବାଦିକ ସମ୍ମିଳନୀରେ କମିନ୍ସ କହିଛନ୍ତି ଯେ,  ମହମ୍ମଦ ଶାମି ତାଙ୍କ ଦଳ ପାଇଁ ବିପଦ। ଭାରତ ବହୁତ ଶକ୍ତିଶାଳୀ ଦଳ ଓ ବେଶ ସନ୍ତୁଳିତ। ଆମ ପାଇଁ ସବୁଠୁ ବଡ଼ ବିପଦ ହେଉଛନ୍ତି ମହମ୍ମମଦ ଶାମି ବୋଲି କଙ୍ଗାରୁ ଦଳର ଅଧିନାୟକ କହିଛନ୍ତି।

Tweet predicting Mohammed Shami's 7-wicket haul in semi-final goes viral |  Trending - Hindustan Times
BCCI

ଆସନ୍ତାକାଲି ଫାଇନାଲରେ ନରେନ୍ଦ୍ର ମୋଦୀ ଷ୍ଟାଡିମୟରେ ପାଖାପାଖି ଦେଢ଼ ଲକ୍ଷ ଦର୍ଶକଙ୍କ ସମାଗମ ହେବ। ଏତେ ସଂଖ୍ୟକ ଦର୍ଶକଙ୍କୁ ନେଇ କମିନ୍ସ କହିଛନ୍ତି, ସମର୍ଥନ ଏକତରଫା ହୋଇପାରେ । ହେଲେ ଏତେ ଲୋକଙ୍କୁ ଚୁପ୍ କରାଇବାର ମଜା ନିଆରା ହେବ।  ଦର୍ଶକମାନେ ନିଜ ଦଳ ଦଳକୁ ବହୁତ ଉତ୍ସାହିତ କରିବେ। ଏଥିରେ ପ୍ରତି ଦୁଃଖିତ ନ ହୋଇ ଦଳ ବିନା ଚାପରେ ଖେଳିବ ବୋଲି ପାଟ୍ କମିନ୍ସ କହିଛନ୍ତି।  

wp:heading {"level":4}

ଅଧିକ ପଢନ୍ତୁ- ଟିମ୍ ଇଣ୍ଡିଆ ପଛରେ ରାହୁଲ ଦ୍ରାବିଡ଼ଙ୍କ ବଡ଼ ଭୂମିକା ରହିଛି, ଆମେ ତାଙ୍କ ପାଇଁ ବିଶ୍ୱକପ ଜିତିବାକୁ ଚାହୁଁଛୁ: କ୍ୟାପ୍ଟେନ୍ ରୋହିତ ଶର୍ମା

/wp:heading

ଫାଇନାଲ ମ୍ୟାଚର ପିଚ୍ ଉପରେ କମିନ୍ସ କହିଛନ୍ତି, ନିଜ ଦେଶରେ ଏବଂ ଘରୋଇ ପିଚରେ ଖେଳିବା ସର୍ବଦା ଫାଇଦା ହୋଇଥାଏ। କାଲିର ପିଚ୍ ଉଭୟ ଟିମ୍ ପାଇଁ ପ୍ରସ୍ତୁତ ହୋଇଛି। ଭାରତରେ ଅନେକ ମ୍ୟାଚ୍ ଖେଳିଥିବାରୁ ଏଠାକାର ପରିବେଶ ଓ ମାହୋଲ ବିଷୟରେ ବେଶ ଅବଗତ ଅଛୁ। ତେଣୁ କୌଣସି ଖେଳାଳି ଭୟ କରିବାର  କୌଣସି ଆବଶ୍ୟକତା ନାହିଁ ବୋଲି ଅଷ୍ଟ୍ରେଲିଆ ଦଳର ଅଧିନାୟକ କହିଛନ୍ତି।

Pat Cummins 'comfortable' with Jonny Bairstow stumping and would do same  again | The Independent
independent.co.uk

ସୂଚନାଯୋଗ୍ୟ, ଦୀର୍ଘ ୨୦ ବର୍ଷ ପରେ ବିଶ୍ଵକପ ଫାଇନାଲରେ ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ । ୨୦୦୩ ବିଶ୍ଵକପ ଫାଇନାଲରେ ୧୨୫ ରନରେ ଭାରତକୁ ହରାଇ ତୃତୀୟ ଥର ବିଶ୍ଵ ବିଜେତା ହୋଇଥିଲା ଅଷ୍ଟ୍ରେଲିଆ । ତେବେ ଭାରତ ୨୦୦୩ର ପରାଜୟର ପ୍ରତିଶୋଧ ୨୦୨୩ରେ ନେବ ବୋଲି ବେଶ ଚର୍ଚ୍ଚା। ସେପଟେ ଅଷ୍ଟ୍ରେଲିଆ ଟିମ୍ ୫ ଥର ବିଶ୍ଵକପ ଟାଇଟଲ ଜିଣିଥିବା ବେଳେ ପୁଣି ଥରେ ବିଜୟୀ ହେବାକୁ ଆଶା ରଖିଛି । ଦୁଇ ଦଳ ଫାଇନାଲ୍ ମୁକାବିଲାକୁ ନେଇ ସ୍ଵତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.