AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡା:୮ ଦିନ ପରେ ବି ନବ ଦାସଙ୍କ ହତ୍ୟା ଘଟଣାରେ ପୋଲିସର ହାତ ଖାଲି
  • ||
  • ଭୂକମ୍ପରେ ଥରିଲା ତୁର୍କୀ, ରିକ୍ଟର ସ୍କେଲରେ ୭.୮ର ତ୍ରୀବତା ରେକର୍ଡ
  • ||

ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ପୂଜାରାଙ୍କ ହୁଙ୍କାର, ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ପୂରା କଲେ ୧୨ ହଜାର ରନ

20/01/2023 at 5:00 PM

ନୂଆଦିଲ୍ଲୀ: ଭାରତୀୟ ଟେଷ୍ଟ ଦଳର ତାରକା ବ୍ୟାଟସମ୍ୟାନ ଚେତେଶ୍ଵର ପୂଜାରା ଆସନ୍ତା ମାସରେ ଆରମ୍ଭ  ହେଉଥିବା ବର୍ଡର ଗାଭାସ୍କର ଟ୍ରଫି ପୂର୍ବରୁ ରଣଜୀ ଟ୍ରଫିରେ ଦମଦାର ପ୍ରଦର୍ଶନ କରିଛନ୍ତି। ଆନ୍ଧ୍ର ପ୍ରଦେଶ ବିପକ୍ଷରେ ମାତ୍ର ନଅ ରନରୁ ସେ ଶତକରୁ ବଞ୍ଚିତ ହୋଇଛନ୍ତି। ହେଲେ ଏହି ପାଳି ଜରିଆରେ ସେ ଫର୍ମରେ ଥିବାର ସଙ୍କେତ ଦେଇଛନ୍ତି। ଗତ ବର୍ଷ ଦଳରୁ ବାଦ୍ ପଡିବା ଏବଂ ପୁଣି ଥରେ ପ୍ରତ୍ୟାବର୍ତ୍ତନ କରିଥିବା ପୂଜାରା ଟେଷ୍ଟ କ୍ୟାରିୟରରେ ଶେଷ ପର୍ଯ୍ୟାୟରେ ଅଛନ୍ତି। ତେବେ ୩୪ ବର୍ଷୀୟ ପୂଜାରା ଆନ୍ଧ୍ର ପ୍ରଦେଶ ବିପକ୍ଷ ମୁକାବିଲାରେ ଏକ ବଡ ଉପଲବ୍ଧି ହାସଲ କରିଛନ୍ତି। ସେ ଶୁକ୍ରବାର ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ୧୨ ହଜାର ରନ ପୂରଣ କରିଛନ୍ତି।

ଚେତେଶ୍ଵର ପୂଜାରା ଆନ୍ଧ୍ର ପ୍ରଦେଶ ବିପକ୍ଷ ମ୍ୟାଚ୍‌ର ଚତୁର୍ଥ ଦିନର ଦ୍ଵିତୀୟ ଇନିଂସରେ ଶତକର ନିକଟତର ହୋଇଥିଲେ। ସେ ୧୪୬ ବଲ୍‌ରୁ ୯୧ ରନର ଇନିଂସ ଖେଳିଛନ୍ତି। ଏଥିରେ ୧୧ ଚୌକା ସାମିଲ୍। ପୂଜାରାଙ୍କ ୯୧ ରନର ଇନିଂସ ସତ୍ତ୍ଵେ ସୌରାଷ୍ଟ୍ର ୧୫୦ ରନରେ ପରାଜିତ ହୋଇଛି।

ଚେତେଶ୍ଵର ପୂଜାରାଙ୍କ ୧୨୦୦୦ ରନ

ପୂଜାରା ଶୁକ୍ରବାର ରଣଜୀ ଟ୍ରଫିରେ ଆନ୍ଧ୍ର ପ୍ରଦେଶ ବିପକ୍ଷରେ ୯୧ ରନର ଇନିଂସ ଖେଳିବା ସହ ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ୧୨ ହଜାର ରନ ପୂରଣ କରିଛନ୍ତି। ନିଜର ୧୪୫ତମ ମ୍ୟାଚ୍‌ରେ ସେ ଏହି ଉପଲବ୍ଧି ହାସଲ କରିଛନ୍ତି। ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ତାଙ୍କର ବ୍ୟାଟିଂ ହାର ୬୦ ପାଖାପାଖି ରହିଛି। ପୂଜାରା ମୋଟ୍ ୨୪୦ ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳି ୧୮୪୦୦ରୁ ଅଧିକ ରନ କରିଛନ୍ତି। ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ସେ ୫୬ ଶତକ ଏବଂ ୭୩ ଅର୍ଦ୍ଧଶତକ ସାମିଲ୍। ଭାରତ ପକ୍ଷରୁ ୯୮ ଟେଷ୍ଟ ଖେଳି ୪୪.୩୯ ହାରରେ ୭୦୧୪ ରନ କରିଛନ୍ତି। ଏଥିରେ ୧୮ ଶତକ ଏବଂ ୩୪ ଅର୍ଦ୍ଧଶତକ ସାମିଲ୍।

ଆସନ୍ତା ମାସରେ ଅଷ୍ଟ୍ରେଲିଆ ଏବଂ ଭାରତ ମଧ୍ୟରେ ନାଗପୁର, ଦିଲ୍ଲୀ, ଧର୍ମଶାଳ ଏବଂ ଅହମ୍ମଦାବାଦରେ ଚାରୋଟି ଟେଷ୍ଟ ଖେଳାଯିବ। ଏହା ପରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ମାର୍ଚ୍ଚ ୧୭ରୁ ୨୨ ମଧ୍ୟରେ ଖେଳାଯିବ।

   Related Posts