scan steel
web-baneer-728x90
WhatsApp Image 2023-12-06 at 12.52.17
krs-300-250-banner english-1
krs-728-90-banner english-2
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ରାତିରେ ଶୋଇବା ପୂର୍ବରୁ ଏହି ୩ଟି କାମ କରୁଛନ୍ତି କି? ହୋଇପାରେ ଏହି ସମସ୍ୟା

12/06/2019 at 4:27 PM

ଜୀବନରେ ସମସ୍ତେ ଚାହାନ୍ତି  ସର୍ବଦା ଯୌବନ ରହିବାକୁ। ହେଲେ ଆଜିକାଲିର ଧାଁ ଦୌଡ  ଓ ବ୍ୟସ୍ତତା ଭରା ଜୀବନରେ ବଞ୍ଚିବାର ଶୈଳୀ ଅଲଗା ହୋଇଗଲାଣି। ପୂର୍ବରୁ ଲୋକେ ନିଜ ଖାଇବା ପିଇବା ସହ ପ୍ରତ୍ୟେକ ଜିନିଷର ଧ୍ୟାନ ରଖୁଥିଲେ। କିନ୍ତୁ ଆଜିକାଲି ଲୋକେ ନିଜ କାମ ପାଇଁ ଦିନ ରାତି ଏକ କରି ଦେଇଥାନ୍ତି ।ଫଳରେ ଖାଇବା ପିଇବା ସମୟ କିଛି ଠିକ୍‌ ନଥାଏ। ଏଥିପାଇଁ ଲୋକେ ଶୀଘ୍ର ବୟସରୁ ଅଧିକ ଦେକା ହେବାକୁ ଲାଗନ୍ତି। ଦୀର୍ଘ ବର୍ଷ ଧରି ନିଜକୁ ଫିଟ ରଖିବା ପାଇଁ ଫଳ ଓ ପନିପରିବା ପରିବା ଖାଇବା ଉଚିତ୍‌। ଏହା ସହ ଏହି ୩ଟି ପ୍ରକ୍ରିୟା ରାତିରେ ଶଓଇବା ପୂବ୪ରୁ କେବେ କରିବା ଉଚିତ୍‌ ନୁହେଁ। କାରଣ ଏହା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ।

୧. ଅଧିକାଂଶ ସମୟରେ କାମ ଅଧିକ ଥିବାରୁ ଲୋକମାନେ ଅଫିସରେ କାମ ସାରି ପାରନ୍ତି ନାହିଁ। ସେଥିପାଇଁ ଘରକୁ କାମ ନେଇ ଆସିଥାନ୍ତି । ରାତିରେ ଘରେ ଖାଇବା ପିଇବା ପରେ ରାତି ସାରା ବସି ଅଫିସ୍‌ କାମ କରନ୍ତି। ପ୍ରଥମେ କିଛି ଦିନ ସବୁ ଠିକ୍‌ ରହିବ କିନ୍ତୁ ଏହାର ଖରାପ ପ୍ରଭାବ ଧିରେ ଧିରେ ଶରୀର ଉପରେ ପଡ଼ିଥାଏ । ଫଳରେ ନିଦ ଆସିବା ବନ୍ଦ ହୋଇ ଯାଏ । ଏହା ଦ୍ବାରା ସ୍ବାସ୍ଥ୍ୟ ଖରାପ ହୁଏ ଓ ଶରୀରର ଅନେକ ପ୍ରକ୍ରିୟା ଉପରେ ମଧ୍ୟ ଖରାପ ପ୍ରଭାବ ପଡେ।

୨. କିଛି ଲୋକ ରାତିରେ ଖାଇବା ସାରି ଟିଭି ଦେଖିବାକୁ ପସନ୍ଦ କରନ୍ତି । ଏହା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। ଏଭଳି ଅଭ୍ୟାସ ପରେ ଶରୀରକୁ ଦୁର୍ବଳ କରିଥାଏ। ଖାଇବା ପରେ ସଠିକ୍‌ ସମୟରେ ଶୋଇବା ଉଚିତ୍‌। ଏହି ଅଭ୍ୟାସ ଦ୍ବାରା ଗ୍ୟାସ ଓ ଏସିଡିଟି ଭଳି ସମସ୍ୟା ସାମ୍ନାକୁ ଆସିଥାଏ।

୩. ପ୍ରାୟତଃ ଲୋକେ ରାତି ଖାଦ୍ୟ ଖାଇବା ପରେ କାମ କରିବା ପାଇଁ  ଚା’ ବା କଫି ପିଇବାକୁ ପସନ୍ଦ କରିଥାନ୍ତି । କାରଣ
 ଚା’ ବା କଫି ପିଲେ ନିଦ ହୁଏନାହିଁ । ଏହା ଅଧିକ ସମୟ କାମ କରିବାରେ ସାହାଯ୍ୟ କରେ। ଏଥିରେ ଥିବା କେଫିନ ରାତିର ନିଦକୁ ଭାଙ୍ଗି ଦେଇଥାଏ । ଏହା ପରିବର୍ତ୍ତି ସମୟରେ ଏହା ଗମ୍ଭୀର ହୋଇ ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ।  

   Related Posts