LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଗାଡ଼ିରେ ଏହି ପତାକା ଲଗାଇବା ପୂର୍ବରୁ ଜାଣନ୍ତୁ ଏହାର ଅର୍ଥ ଓ ଏଥିରେ କ’ଣ ହୋଇଛି ଲେଖା?

19/05/2023 at 6:24 PM

ନୂଆଦିଲ୍ଲୀ ୧୯।୫: ଆପଣ ଦେଖିଥିବେ ଲେହ, ଲଦ୍ଦାଖ ଅଥବା ହିମାଚଳ ପ୍ରଦେଶ ବୁଲି ଯାଇଥିବା ଲୋକେ ସେମାନଙ୍କ ଗାଡ଼ିରେ ରଙ୍ଗବେରଙ୍ଗ ପତାକା ମାଳ ଟଙ୍ଗାଇଥିବେ। ଏବେ କେବଳ ଏହି ସବୁ ଅଞ୍ଚଳକୁ ବୁଲି ଯାଉଥିବା ଲୋକେ ନୁହନ୍ତି ଅନ୍ୟସ୍ଥାନର ଲୋକେ ମଧ୍ୟ ସେମାନଙ୍କ ମୋଟର ସାଇକେଲ ଓ କାରରେ ଏପରି ପତାକା ଲଗାଉଛନ୍ତି। ଯେଉଁଥିରେ କିଛି ମନ୍ତ୍ର ଅଙ୍କା ହୋଇଥାଏ। ତେବେ ଏହି ପତାକା ବିଶେଷ କରି ଲେହ-ଲଦ୍ଦାଖ, ତିବ୍ବତ, ଭୁଟ୍ଟାନ ଓ ନେପାଳ ଆଦିରେ ଲୋକେ ସେମାନଙ୍କ ଗାଡ଼ିରେ ଲଗାଉଛନ୍ତି। ଲୋକେ ଏହାକୁ ଫ୍ୟାନସି ସାଜସଜା ଭାବି ନିଜ ଗାଡିରେ ଲଗାଉଛନ୍ତି ତେବେ ଏହାର ବାସ୍ତବତା କିଛି ଭିନ୍ନ। ତେବେ ଆସନ୍ତୁ ଜାଣିବା ଏହାର ଅସଲ ଅର୍ଥ କ’ଣ?

ଟ୍ରାଭଲ ଜୁନୁନ ଡଟ୍ କମ୍‌ ଅନୁସାରେ ତିବ୍ବତରେ ଏହାକୁ ‘ପ୍ରେୟାର ଫ୍ଲାଗ୍’  ବା ପ୍ରାର୍ଥନା ଧ୍ୱଜ ବୋଲି କୁହାଯାଏ। ଧଳା ବରଫରେ ଆଚ୍ଛାଦିତ ପର୍ବତ ଶିଖରରେ ସପ୍ତରଙ୍ଗ ଆଭାର ଏହି ପତାକା ବାସ୍ତବିକ୍ ସୁନ୍ଦର ଲାଗେ। ବୌଦ୍ଧ ଧର୍ମରେ ଏହି ପତାକାର ଆଧ୍ୟାତ୍ମିକ ମହତ୍ୱ ରହିଛି। ଧର୍ମରେ ଏହାକୁ ପ୍ରାର୍ଥନା ଲାଗି ବ୍ୟବହାର କରାଯାଏ। ଏଣୁ ଏହାକୁ ପ୍ରାର୍ଥନା ପତାକା ବୋଲି ମଧ୍ୟ କୁହାଯାଏ। ତେବେ ଏଥିରେ ଅଙ୍କିତ ମନ୍ତ୍ରଠାରୁ ଆରମ୍ଭ କରି ପତାକା ରଙ୍ଗର ଗଭୀର ଅର୍ଥ ରହିଛି।

ବୌଦ୍ଧ ଧର୍ମ ମାନ୍ୟତା ଅନୁସାରେ ଏହି ପ୍ରାର୍ଥନା ପତାକା ପବନ ମାଧ୍ୟମରେ ପ୍ରାର୍ଥନାକୁ ଆଗକୁ ନେଇଯାଏ ଓ ବାତାବରଣରେ ଶାନ୍ତି, ଦୟା, ଶକ୍ତି ଓ ବୁଦ୍ଧିମନତା ଧିକୁ ବ୍ୟାପ୍ତ କରେ। କୁହାଯାଏ ପ୍ରଥମ ପ୍ରାର୍ଥନା ପତାକା ଗୌତମ ବୁଦ୍ଧ ପ୍ରୟୋଗ କରିଥିଲେ। ମନେ କରାଯାଏ ପତାକାରେ ଲେଖାଯାଇଥିବା ପ୍ରାର୍ଥନା ପବନ ଯୋଗେ ବ୍ୟାପୀ ବିଶ୍ୱ ଶାନ୍ତି ସ୍ଥାପିତ କରିବ। ଏହି ପତାକା ଗୁଡିକ ଲାଲ, ନିଳ, ହଳଦିଆ, ଧଳା ଓ ସବୁଜ ରଙ୍ଗର ହୋଇଥାଏ।

ଯେଉଁଥିରେ ଲାଲ ରଙ୍ଗ ଅଗ୍ନିର ପ୍ରତୀକ ହୋଇଥିବା ବେଳେ ନୀଳ ଓ ଧଳା ରଙ୍ଗ ବାୟୁ, ହଳଦିଆ ରଙ୍ଗ ପୃଥିବୀ ଓ ସବୁଜ ରଙ୍ଗ ପାଣିର ପ୍ରତୀକ ବୋଲି ମନେ କରାଯାଏ। ଏହି ପତାକା ଉତ୍ତର, ଦକ୍ଷିଣ,ପୂର୍ବ, ପଶ୍ଚିମ ଓ କେନ୍ଦ୍ରୀୟ ଦିଗର ପ୍ରତିନିଧିତ୍ୱ କରିଥାଏ। ଏହି ପତାକାରେ ସଂସ୍କୃତରେ ଏକ ମନ୍ତ୍ର ମଧ୍ୟ ଲେଖାଥାଏ। ଏହି ମନ୍ତ୍ର ହେଉଛି ‘ଓଁ ମଣିପଦ୍ମେ ହୁମ’। ଏଥିରେ ଓଁ ପବିତ୍ର ଶବ୍ଦାଂଶ ହୋଇଥିବା ବେଳେ ମଣିର ଅର୍ଥ ହେଉଛି ଗହଣା, ପଦ୍ମର ଅର୍ଥ କମଳ ଓ ହୁମର ଅର୍ଥ ଜ୍ଞାନର ଭାବନା ବୋଲି ବିଚାର କରାଯାଏ।

ଲୋକେ ଭାବନ୍ତି ଏହି ମନ୍ତ୍ର ଜପ କଲେ ମଣିଷକୁ ସବୁ ବିପଦରୁ ସୁରକ୍ଷା ମିଳିଥାଏ। ବୌଦ୍ଧ ଧର୍ମର ମାନ୍ୟତା ଅନୁସାରେ ଯେତେବେଳେ ପତାକା ଦେଇ ପବନ ଯାଏ ଏହି ସବୁ ମନ୍ତ୍ରର ସକରାତ୍ମକତା ମଧ୍ୟ ବାତାବରଣରେ ପ୍ରବାହୀତ ହୋଇଥାଏ। ଏଣୁ ସର୍ବଦା ଏହି ପତାକାକୁ ବେଶ୍ ଉଚ୍ଚରେ ବନ୍ଧା ଯାଇଥାଏ।

   Related Posts