ମୋଦିଙ୍କ ‘ଜନତା କର୍ଫ୍ୟୁ’ ପୂର୍ବରୁ ଅନେକ ବର୍ଷ ତଳେ ଦେଶବାସୀଙ୍କୁ ଏପରି ଆହ୍ୱାନ ଦେଇଥିଲେ ଆଉ ଜଣେ ପ୍ରଧାନମନ୍ତ୍ରୀ

Published By : Prameya-News7 Bureau | March 20, 2020 IST

ନୂଆଦିଲ୍ଲୀ ୨୦।୩ : କରୋନା ସଂକ୍ରମଣ ଏବେ ସାରା ବିଶ୍ୱକୁ ଆତଙ୍କିତ କରିଛି। ଏଥିରୁ ଭାରତ ବି ଏବେ ବାଦ ପଡିନି। ଏଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ସନ୍ଧ୍ୟାରେ ଦେଶବାସୀଙ୍କୁସମ୍ବୋଧିତ କରି ୨୨ ମାର୍ଚ୍ଚ ଗୋଟିଏ ଦିନ ‘ଜନ କର୍ଫ୍ୟୁ’ ପାଳନ ଲାଗି ନିବେଦନ କରିଛନ୍ତି। ଗୋଟିଏ ଦିନର ସାମାଜିକ ଦୂରତା ହୁଏତ ଦେଶରେ ଭୂତାଣୁର ପ୍ରକୋପକୁ ଅନେକାଂଶରେ ହ୍ରାସ କରିବ ବୋଲି ପ୍ରଧାନମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି।  ତେବେ ଦେଶବାସୀଙ୍କୁ ଏଭଳି ଆହ୍ୱାନ ଦେବାରେ ମୋଦି ପ୍ରଥମ ପ୍ରଧାନମନ୍ତ୍ରୀ ନୁହଁନ୍ତି। ୫୦ ବର୍ଷ ପୂର୍ବେ ମଧ୍ୟ ତତ୍କାଳୀନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀ ଦେଶବାସୀଙ୍କୁ ସପ୍ତାହରେ ଅନ୍ତତଃ ଗୋଟିଏ ବେଳା ଉପବାସ ବ୍ରତ ପାଳନ ଲାଗି ଆହ୍ୱାନ ଦେଇଥିଲେ। ତେବେ କାହିଁକି ଆସନ୍ତୁ ଜାଣିବା।

{"id":241521,"sizeSlug":"large"}

ଲାଲବାହାଦୂର ଶାସ୍ତ୍ରୀ ପ୍ରଧାନମନ୍ତ୍ରୀ ଥିବା ବେଳେ ଦେଶ ଗୁରୁତର ଖାଦ୍ୟ ସଂକଟର ସମ୍ମୁଖୀନ ହୋଇଥିଲା। ଖାଦ୍ୟନ୍ନ ଲାଗି ସେତେବେଳେ ଆମେରିକା ଭାରତ ନିକଟରେ କିଛି ସର୍ତ୍ତ ରଖିଥିଲା। ତେବେ ସ୍ୱାଭିମାନୀ ଶାସ୍ତ୍ରୀଜୀ ଆମେରିକାର ସର୍ତ୍ତକୁ ସ୍ୱୀକାର କରିନଥିଲେ। ଆମେରିକା ନିକଟରେ ହାତପାତିବା ବଦଳେ ଶାସ୍ତ୍ରୀଜୀ ଉପବାସ ଶ୍ରେଯସ୍କର ମନେ କରିଥିଲେ। ଏଣୁ ଖାଦ୍ୟ ସଂକଟ ଦୂର କରିବା ଲାଗି ଦେଶବାସୀଙ୍କୁ ସପ୍ତାହକୁ ଅନୁନ୍ୟ ଗୋଟିଏ ଓଳା ଉପବାସ କରିବାକୁ ନିବେଦନ କରିଥିଲେ।

{"id":241523,"width":578,"height":347,"sizeSlug":"large"}

ଜାଣନ୍ତୁ କ’ଣ କହିଥିଲେ ଶାସ୍ତ୍ରୀ?
ଉପୁଜିଥିବା ପରିସ୍ଥିତିରେ ଲାଲବାହାଦୂର ଶାସ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧିତ କରି ଆମକୁ ଦେଶରେ ଉପଲବ୍ଧ ଖାଦ୍ୟ ଶଶ୍ୟରେ ଆମର ଆବଶ୍ୟକତା ପୂରଣ କରିବାକୁ ପଡିବ ବୋଲି କହିଥିଲେ। କାରଣ ଆମକୁ ଆମର ସ୍ୱାଭିମାନର ରକ୍ଷା କରିବାକୁ ପଡିବ। ଆମର ଖାଦ୍ୟାଭାବ ପୂରଣ ଲାଗି ଆମେ ଅନ୍ୟ ଦେଶ ନିକଟରେ ହାତପାତିପାରିବାନି। ଏଣୁ ଦେସବାସୀଙ୍କୁ ସପ୍ତାହରେ ଅନୁନ୍ୟ ଗୋଟିଏ ଓଳା ଉପବାସ କରିବାକୁ ନିବେଦନ କରିଥିଲେ। ଏତିରୁ ଦେଶ ଏତେ ଖାଦ୍ୟଶଶ୍ୟ ବଞ୍ଚାଇପାରିବ ଯାହା ଆଗାମୀ ଅମଳ ପର୍ଯ୍ୟନ୍ତ ଦେଶର ପେଟ ପୁରାଇ ପାରିବ ବୋଲି କହିଥିଲେ। ପ୍ରଧାନମନ୍ତ୍ରୀ ନିଜ ପରିବାରରୁ ଦେଶରେ ଏହି ଉପବାସ ବ୍ରତ ପାଳନ ଆରମ୍ଭ କରିଥିଲେ।

{"id":241524,"width":577,"height":392,"sizeSlug":"large"}

ଏବେ କ’ଣ କହିଛନ୍ତି ପ୍ରଧାନମନ୍ତ୍ରୀ?
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ସନ୍ଧ୍ୟାରେ ଦେଶବାସୀଙ୍କୁ ‘ଜନତା କର୍ଫ୍ୟୁ’ପାଳନ ଲାଗି ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି ଯେ ୨୨ ମାର୍ଚ୍ଚ ରବିବାର ଦେଶବାସୀ ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଘରେ ରୁହନ୍ତୁ। କେବଳ ଜରୁରି ସେବା ସହ ସହ ସମ୍ପୃକ୍ତ ଲୋକେ ହିଁ ଘରକୁ ପଦାକୁ ବାହାରନ୍ତୁ। ଏହି କାମରେ ଜଡିତ ଲୋକଙ୍କୁ ମଧ୍ୟ ଦେଶବାସୀ ଧନ୍ୟବାଦ ଜଣାନ୍ତୁ। ଦେଶ ହିତ ଲାଗି ୨୨ ମାର୍ଚ୍ଚର ଏହି ସଂକଳ୍ପ ଜେପରି ମଜଭୁତ ସଂକଳ୍ପରେ ପରିଣତ ହୁଏ ସେଥିଲାଗି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.