IPL ନିଲାମୀ ପୂର୍ବରୁ ୪୦ ବଲରେ ଏହି ଖେଳାଳି କଲେ ୧୨୧ ରନ୍, ଜାଣନ୍ତୁ କିଏ ?

Published By : Prameya-News7 Bureau | December 14, 2019 IST

କ୍ୱିନ୍ସ ଲ୍ୟାଣ୍ଡ : ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ୨୦୨୦ ଲାଗି ଖେଳାଳି ନିଲାମକୁ ଆଉ ମାତ୍ର ୪ ଦିନ ବାକି । ତେବେ ଏହା ପୂର୍ବରୁ ଟମ୍ ବେନଥନ୍ ମାତ୍ର ୪୦ ବଲ୍ ରୁ ୧୨୦ ରନ୍ ସଂଗ୍ରହ କରିବା ଆଇପିଏଲ ନିଲାମୀରେ ତାଙ୍କ ଚାହିଦା ବୃଦ୍ଧିର ସୂଚନା ଦେଇଛି। ଆଗାମୀ ଆଇପିଏଲ ଲାଗି ଡିସେମ୍ବର ୧୯ ତାରିଖରେ କୋଲକାତାରେ ଖେଳାଳି ନିଲାମ ହେବ। ଚଳିତ ବର୍ଷ ନିଲାମ ଲାଗି ୩୩୨ ଜଣ ଖେଳାଳିଙ୍କୁ ମନୋନୀତ କରାଯାଇଛି। ଯେଉଁଥିରେ ବେନଥନ୍ ବି ଅଛନ୍ତି।

{"id":197776,"sizeSlug":"large"}

ଖେଳାଳିଙ୍କ ନିଲାମ ଲାଗି ୪ ଦିନ ବାକି ଥିବା ବେଳେ ଫ୍ରାଞ୍ଚାଇଜୀଙ୍କ ନଜର ଏବେ ବେନଥନ୍‌ଙ୍କ ଉପରେ ପଡିଛି। ବେନଥନ୍‌ କ୍ୱିନ୍ସ ଲ୍ୟାଣ୍ଡ ପ୍ରିମିୟର କ୍ରିକେଟ୍ ଟି-୨୦ରେ ୪୦ ବଲରେ ୧୨୧ ରନ୍ କରିଛନ୍ତି। ଆଇପିଏଲ ନିଲାମୀ ପୂର୍ବରୁ ବିଗ୍ ବେସ୍ ଲିଗ୍ ଲାଗି ଡିସେମ୍ବର ୧୭ରେ ବିଗୁଲ ବାଜିବ। ଏଣୁ ନିଲାମରେ ବେନଥନ୍‌ଙ୍କ ଡିମାଣ୍ଡ କ'ଣ ହେବ ତାହା କେବଳ ଅନୁମାନ କରାଯାଇପାରେ। 

{"id":197777,"sizeSlug":"large"}

ବେନଥନ ତାଙ୍କର ଏହି ଇନିଂସରେ ୧୩ଟି ଛକା ଓ ୮ଟି ଚୌକା ଲଗାଇଛନ୍ତି। ତାଙ୍କର ଏହି ଇନିଂସକୁ ବିଗ୍ ବେସ୍ ଲିଗ୍ ପୂର୍ବରୁ ତାଙ୍କର ୱାର୍ମ ଅପ୍ ବୋଲି ବୁଝା ଯାଉଛି। ତେବେ ଆଇପିଏସ ନିଲାମୀରେ ଟମ୍ ବେଥନ୍‌ଙ୍କ ବେସ୍ ପ୍ରାଇସ୍ ୧ କୋଟି ଟଙ୍କା ରହିଛି। ହେଲେ କ୍ୱିନ୍ସ ଲ୍ୟାଣ୍ଡ ପ୍ରିମିୟର କ୍ରିକେଟରେ ତାଙ୍କର ସ୍କୋର ହୁଏତ ମୂଲ୍ୟ ବୃଦ୍ଧି କରିବ ବୋଲି ଏବେ ଅନୁମାନ କରାଯାଉଛି।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.