ଫିଲ୍ମ ‘ପଠାନ’ର ସୁଟିଂ ପୂର୍ବରୁ ନୂଆ ବଡିଗାର୍ଡ ଖୋଜୁଛନ୍ତି ଶାହରୁଖ, ଜାଣନ୍ତୁ କାହିଁକି...

Published By : Prameya-News7 Bureau | November 13, 2021 IST

ମୁମ୍ବାଇ ୧୩/୧୧: ବଲିଉଡ ସୁପରଷ୍ଟାର ଶାହରୁଖ ଖାନ ଡିସେମ୍ବରରେ ତାଙ୍କ ପଠାନ ଫିଲ୍ମର ସୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି। ଡ୍ରଗ୍ସ ମାମଲାରେ ପୁଅ ଗିରଫ ହେବା ପରେ କିଙ୍ଗ ଖାନ ଫିଲ୍ମର ସୁଟିଂ ବନ୍ଦ କରିଦେଇଥିଲେ ଏବଂ ପୁଅର ବେଲ୍ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେଇଥିଲେ। ଆର୍ଯ୍ୟନ ଜାମିନ ପାଇବା ପରେ ଶାହରୁଖ ବର୍ତ୍ତମାନ ଆରାମ ଅନୁଭବ କରୁଛନ୍ତି ଏବଂ ଫିଲ୍ମର ସୁଟିଂ ପାଇଁ ଅନୁମତି ଦେଇଛନ୍ତି। ତେବେ ଫିଲ୍ମର ସୁଟିଂ ଆରମ୍ଭ କରିବା ପୂର୍ବରୁ ଶାହାରୁଖ ଜଣେ ନୂଆ ବଡିଗାର୍ଡ ଖୋଜୁଛନ୍ତି।

{"width":686,"height":385}

ସୂଚନା ଅନୁଯାୟୀ, ଶାହାରୁଖ ଏକ ନୂଆ ବଡିଗାର୍ଡ ଖୋଜୁଛନ୍ତି, କିନ୍ତୁ ସେ ନିଜ ପାଇଁ ନୁହେଁ ବରଂ ତାଙ୍କ ପୁଅ ଆର୍ଯ୍ୟନଙ୍କ ପାଇଁ ଖୋଜୁଛନ୍ତି। ସେ ଏପରି ଜଣେ ବଡିଗାର୍ଡ ଖୋଜୁଛନ୍ତି ଯାହାଙ୍କ ଉପରେ ସେ ସମ୍ପୂର୍ଣ୍ଣ ବିଶ୍ୱାସ କରିପାରିବେ। ପୂର୍ବରୁ ବଡିଗାର୍ଡ ରବି ସିଂ ତାଙ୍କୁ ଦୀର୍ଘ ଦିନ ଧରି ସୁରକ୍ଷା ଦେଇଆସୁଥିଲେ ଏବଂ ଶାହାରୁଖ ତାଙ୍କୁ ତାଙ୍କ ପରିବାରର ସଦସ୍ୟ ଭାବରେ ବିବେଚନା କରୁଥିଲେ। ସମ୍ପ୍ରତି ରବିଙ୍କୁ ଆର୍ଯ୍ୟନଙ୍କ ସୁରକ୍ଷା ପାଇଁ ମୁମ୍ବାଇରେ ଛଡାଯାଇଛି, କିନ୍ତୁ ସେ ଆର୍ଯ୍ୟନଙ୍କ ସୁରକ୍ଷା ପାଇଁ ଆଉ ଜଣେ ବଡିଗାର୍ଡ ଖୋଜୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.