LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

୨୦୨୪ ପୂର୍ବରୁ EVMକୁ ନେଇ ହଙ୍ଗାମା, ବିରୋଧୀ ନେତାଙ୍କ ବଡ ବୈଠକ ଡକାଇଲେ ପାଓ୍ଵାର

22/03/2023 at 9:19 PM

ନୂଆଦିଲ୍ଲୀ: ୨୦୨୪ ନିର୍ବାଚନ ପୂର୍ବରୁ ପୁଣି ଥରେ ଇଭିଏମକୁ ନେଇ ଉଠିଲା ପ୍ରଶ୍ନ। ଏହାର ସ୍ଵଚ୍ଛତା ଏବଂ ନିରପେକ୍ଷ କେତେ ରହିଛି ତାକୁ ନେଇ ଏବେ ବି ସନ୍ଦିହାନ ବିରୋଧୀ। ଏହି ପରିପ୍ରେକ୍ଷୀରେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନସିପି)ର ମୁଖ୍ୟ ଶରଦ ପାଓ୍ଵାର ରୁରଲ ଇଲେକ୍ଟ୍ରିକ୍ ଭୋଟିଂ ମେସିନ(ଇଭିଏମ) ଉପରେ ଆଲୋଚନା ପାଇଁ ଗୁରୁବାର ବଡ ବୈଠକ ଡକାଇଛନ୍ତି। ସେ  ରାଜ୍ୟସଭାର ବିରୋଧୀ ଦଳର ନେତାଙ୍କୁ ବୈଠକ ପାଇଁ ଆମନ୍ତ୍ରିତ କରିଛନ୍ତି। ବୈଠକ ଆସନ୍ତାକାଲି ସନ୍ଧ୍ୟା ୬ଟାରେ ପାଓ୍ଵାରଙ୍କ ବାସଭବନରେ ଆୟୋଜିତ ହେବ। ଏ ନେଇ ଏନସିପି ମୁଖ୍ୟ କହିଛନ୍ତି, ସେହି ସବୁ ରାଜନୈତିକ ଦଳର ନେତାଙ୍କୁ ବୈଠକକୁ ଡକାଯାଇଛି, ଯାହାଙ୍କ ମନରେ ରୁରାଲ ଇଲେକ୍ଟ୍ରୋନିକ ଭୋଟିଂ ମେସିନର ବ୍ୟବହାରକୁ ନେଇ ସନ୍ଦେହ ରହିଛି।

ଶରଦ ପାଓ୍ଵାର କହିଛନ୍ତି, ସ୍ଵଚ୍ଛ ଏବଂ ନିରପେକ୍ଷ ନିର୍ବାଚନ କରାଯିବାକୁ ଦୃଷ୍ଟିରେ ରଖି ବୈଠକ ଡକାଯାଇଛି। ଏହି ସମୟରେ ଆଇଟି ବିଶେଷଜ୍ଞ ଏବଂ କ୍ରିଫ୍ଟୋଗ୍ରାଫରଙ୍କ ମତାମତ ନିଆଯିବ। ଏହା ପରେ ଇଭିଏମ ବ୍ୟବହାରକୁ ନେଇ ଅନ୍ତିମ ମତ ସାମ୍ନାକୁ ଆସିପାରେ। ଏହା ପୂର୍ବରୁ କିଛି ସାମାଜିକ କର୍ମୀ ଏବଂ ରାଜନୈତିକ ଦଳଗୁଡିକ ପକ୍ଷରୁ ଇଭିଏମକୁ ନେଇ ପ୍ରଶ୍ନ ଉଠିଥିଲା। ଏହା ଉପରେ ସ୍ପଷ୍ଟ ଏବଂ ଯଥୋଥିତ ଉତ୍ତର ରଖିବେ ବୋଲି ନିର୍ବାଚନ ଆୟୋଗ ପ୍ରତିଶ୍ରୁତି ଦେଇଥିଲେ।

ସିସିଇଙ୍କ ରିପୋର୍ଟରେ ଅନେକ ପ୍ରାସଙ୍ଗିକ ପ୍ରଶ୍ନ ଉଠାଯାଇଥିଲା। ଏଥିରେ ଜଣାଶୁଣା ସୂଚନା ପ୍ରଯୁକ୍ତିବିଦ୍ୟାର ପ୍ରଫେସର, କ୍ରିପ୍ଟୋଗ୍ରାଫର ଏବଂ ଅବସରପ୍ରାପ୍ତ ଅଧିକାରୀଙ୍କ ବିଚାର ମଧ୍ୟ ସାମିଲ୍ ରହିଛି।ନାଗରିକ ମଞ୍ଚ ଦ୍ଵାରା ୨୦୨୨ ମେରେ ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖା ହୋଇଥିଲା। ତେବେ ଇସିଆଇ ପତ୍ରକୁ ସ୍ଵୀକାର କରିନଥିଲେ। ଉଲ୍ଲେଖନୀୟ ଇଭିଏମରେ ତ୍ରୁଟି ଆଶଙ୍କାକୁ ନେଇ ସର୍ବଦା ପ୍ରଶ୍ନ ଉଠି ଆସିଛି।

   Related Posts