oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ ଜେଲରେ ପୁଣି ଜଣେ କଏଦୀର ଆତ୍ମହତ୍ୟା
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୮୦ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ IDCO ସହକାରୀ ନିର୍ଦ୍ଦେଶକ, ଏକାସାଙ୍ଗେ ୭ଟି ସ୍ଥାନରେ ଚାଲିଛି ଚଢାଉ
  • ||
  • ମୁମ୍ବାଇ : ଏକତା କପୁରଙ୍କ ବଢିଲା ଅଡୁଆ, ଗିରଫ ୱାରେଣ୍ଟ ଜାରି କଲେ ବିହାର କୋର୍ଟ
  • ||
  • ଭୁବନେଶ୍ୱର : ଗୁରୁବାରଠୁ ରାଜ୍ୟରେ ବର୍ଷା, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ଭାରସାମ୍ୟ ହରାଇ ବ୍ରିଜ୍‌ ତଳକୁ ଖସିଲା ବିଅର ବୋଝେଇ ଟ୍ରକ, ବୋହିନେଲେ ଲୋକେ

13/04/2022 at 7:12 PM

ଢେଙ୍କାନାଳ, ୧୩/୦୪: ଦୁର୍ଘଟଣାଗ୍ରସ୍ତ ଟ୍ରକରୁ ବୋହିନେଲେ ଶହଶହ ବୋତଲ ବିଅର । ଢେଙ୍କାନାଳ ଜିଲ୍ଲା ବାଲିମୀ ଥାନା ଅନ୍ତର୍ଗତ ଗୁଳେହି ଛକ ଅଞ୍ଚଳରେ ଏପରି ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ଦୁର୍ଘଟଣାଗ୍ରସ୍ତ ଟ୍ରକଟି ଚୌଦ୍ଵାରରୁ ଅନଗୁଳ ଆଡ଼କୁ ଯାଉଥିଲା । ଟ୍ରକରେ ଥିଲା ଶତାଧିକ ବିଅର ପେଟି । ଭାରସାମ୍ୟ ହରାଇ ଗୁଳେହି ଛକ ନିକଟସ୍ଥ ଏକ ବ୍ରିଜ ତଳକୁ ଓଲଟି ପଡିଥିଲା ଟ୍ରକଟି । ଟ୍ରକରେ ଥିବା ଡ୍ରାଇଭର ଓ ହେଲପର ସୁରକ୍ଷିତ ଥିବା ଜଣାପଡ଼ିଛି ।

ତେବେ ଦୁର୍ଘଟଣା ପରେ ସେଠାରେ ପ୍ରବଳ ଭିଡ଼ ଜମିଥିଲା । କାରଣ ସ୍ଥାନୀୟ ଲୋକେ ଟ୍ରକରୁ ବିଅର ବୋହି ନେଉଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଏପରିକି କିଛି ସମୟ ପରେ ଟ୍ରକଟି ସମ୍ପୁର୍ଣ୍ଣ ଖାଲି ହୋଇ ଯାଇଥିଲା । ପରେ ପୋଲିସ ପହଞ୍ଚିବାରୁ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା ।

   Related Posts