ଗାଧୋଇବାକୁ ଯାଇଥିବା ବେଳେ ଭାଲୁ ଆକ୍ରମଣରେ ଗୁରୁତର, ମେଡିକାଲରେ ଭର୍ତ୍ତି

Published By : Prameya-News7 Bureau | December 05, 2020 IST

ନୂଆପଡା ୦୫।୧୨ : ନୂଆପଡାରେ ଥମିବାର ନାମ ନେଇନାହିଁ ଭାଲୁ ଆତଙ୍କ । ପ୍ରତିଦିନ ଭାଲୁ ଆକ୍ରମଣ ଘଟଣା ବଢିବାରେ ଲାଗିଛି । କିଛି ଦିନ ହେଲା ଭାଲୁଙ୍କ ଆକ୍ରମଣର ଘଟଣା ଅଧିକ ହେଉଥିବାର ଦେଖିବାକୁମ ମିଳିଛି । ଆଜି ପୁଣି ଭାଲୁ ଆକ୍ରମଣରେ ଧରମବନ୍ଧା ଗାଁର ଦିନେଶ ରାଉତ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ନୂଆପଡ଼ା ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ,  ଆଜି ଦିନ ୧୧ଟା ସମୟରେ  ଦିନେଶ ନିଜ ସ୍ତ୍ରୀଙ୍କ ସହ ନିକଟରେ ଥିବା କେନାଲକୁ ଯାଇଥିଲେ । କେନାସରେ ଗୋଧୋଇବା ସମୟରେ ଭାଲୁ ଆକ୍ରମଣ କରିଛି । ସ୍ୱାମୀ ଆଖି ସାମ୍ନାରେ ଭାଲୁ ଆକ୍ରମଣ କରୁଥିବା ଦେଖି ସ୍ତ୍ରୀ ଡରିଯାଇଥିଲେ । ସାହାସ କରି ଭାଲୁକୁ ଘଉଡାଇବା ପାଇଁ ଚେଷ୍ଟ କରିଥିଲେ । ଭାଲୁଟି ଚିତ୍କାର ଶୁଣି ଘଟଣାସ୍ଥଳରୁ ପଳାଇଯାଇଥିଲା । ସେପଟେ ସ୍ତ୍ରୀ ଗୁରୁତର ଅବସ୍ଥାରେ  ସ୍ୱାମୀଙ୍କୁ ଉଦ୍ଧାର କରି ନୂଆପଡ଼ା ମେଡିକାଲରେ ଭର୍ତ୍ତି କରିଛନ୍ତି । ମେଡିକାଲରେ ତାଙ୍କ ଚିକିତ୍ସା ଜାରି ରହିଛି । ଗାଁକୁ ଲାଗି ସୁନାବେଡ଼ା ଅଭୟାରଣ୍ୟ ରହିଥିବା ବେଳେ,  ବନ୍ୟଜନ୍ତୁ ବାରମ୍ବାର ଗାଁ ମୁହାଁ ହେବା ସହ ଧନ ଜୀବନ ନଷ୍ଟ କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.