ଘରେ ପଶି ଗଲେ ଦୁଇଟି ଭାଲୁ, ଆକ୍ରମଣରେ ବୃଦ୍ଧା ଗୁରୁତର

Published By : Prameya-News7 Bureau | August 27, 2020 IST

ନୂଆପଡା୨୭।୦୮:  ଘରେ ପଶି ବୃଦ୍ଧାଙ୍କୁ ଆକ୍ରମଣ କଲା ଭାଲୁ । ଗୁରୁତର ଅବସ୍ଥାରେ ବୃଦ୍ଧାଙ୍କୁ ୧୦୮ ଯୋଗେ ବୋଡେନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ନୂଆପଡ଼ା ଜିଲ୍ଲା ବୋଡେନ ଥାନା ଲର୍କା ଗ୍ରାମର କୁଲାଙ୍ଗ୍ରୀ ତାଣ୍ଡି (୬୨) ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ଜଙ୍ଗଲର ତଳି ଅଞ୍ଚଳରେ ବୃଦ୍ଧାଙ୍କ ଘର । ସକାଳୁ ସକାଳୁ କୌଣସି କାମରେ ବାହାରୁଥିବା ବେଳେ ଦୁଇଟି ଭାଲୁ ଘରେ ପଶି ଯାଇଥିଲେ । ପରେ ଘରେ ଥିବା ପରିବାର ଲୋକେ ପାଟିତୁଣ୍ଡ ଓ ଘଉଡାଇବା ଦ୍ୱାରା ଦୁଇଟି ଭାଲୁ ଜଙ୍ଗଲ ଆଡକୁ ଚାଲି ଥିବା ସୂଚନା ରହିଛି । କିନ୍ତୁ ଭାଲୁ ଆକ୍ରମଣରେ ବୃଦ୍ଧାଙ୍କ ବାମ ଜଙ୍ଘରେ ଗଭୀର ଆଘାତ ଲାଗିଥିବା ବେଳେ ବାମ ହାତରେ ମଧ୍ୟ ଦାନ୍ତ ଚିହ୍ନ ରହିଛି ।  ଲଗାଣ ବର୍ଷା ଯୋଗୁଁ ଭାଲୁ ଘରକୁ ପଶି ଆସିଥିବା ଅନୁମାନ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.