ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ଗୋମାଂସ ବୋଝେଇ ଟ୍ରକ୍‌ ଜବତ; ୨ ଅଟକ

24/09/2022 at 2:58 PM

ଖୋର୍ଦ୍ଧା ୨୪/୦୯: ପୁଣି ସକ୍ରିୟ ହେଲେ ଗୋମାଂସ ଚୋରା ଚାଲାଣକାରୀ। ଶନିବାର ବେଗୁନିଆ ପୋଲିସ ୪ ଟନ ଗୋମାଂସ ବୋଝେଇ କଣ୍ଟେନର୍‌ ସହିତ ୨ଜଣଙ୍କୁ ଅଟକ ରଖିଛି। ଏହି ଟ୍ରକ୍‌ଟି ଅନୁଗୁଳରୁ ହାଇଦ୍ରାବାଦ ଯାଉଥିଲା। ଶୁକ୍ରବାର ରାତିରେ ଅନୁଗୁଳରୁ ବାହାରି ଗୋମାଂସ ବୋଝେଇ ଗାଡ଼ିଟି ବାଙ୍କି, ବେଗୁନିଆ ଦେଇ ଜଙ୍କିଆ ହୋଇ ୧୬ନଂ ଜାତୀୟ ରାଜପଥକୁ ଉଠି ହାଇଦ୍ରାବାଦ ଯାଇଥାନ୍ତା।

ଏନେଇ ବିଶେଷ ସୂତ୍ରରୁ ପୋଲିସକୁ ସୂଚନା ମିଳିଥିଲା। ବେଗୁନିଆ ଆଇଆଇସି ଲକ୍ଷ୍ମୀଧର ଶତପଥିଙ୍କ ନେତୃତ୍ବରେ ଏକ ସ୍ୱତନ୍ତ୍ର ପୋଲିସ୍‌ ଟିମ୍‌ ବିଭିନ୍ନ ସ୍ଥାନରେ ଜଗି ରହିଥିଲେ। ସକାଳେ ବେଗୁନିଆ ପାଖରେ ଥିବା ରାସ୍ତାରେ ଏହି ଗୋମାଂସ ବୋଝେଇ  କଣ୍ଟେନରକୁ ଧରି ଥାନାକୁ ଆଣିଥିଲେ। ଏନେଇ ପୋଲିସ ଅଭିଯୋଗ ନମ୍ୱର ୨୩୯/୨୨ ରେ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି।

   Related Posts