ଶୁଦ୍ଧିକ୍ରିୟା କାର୍ଯ୍ୟ ଚାଲୁଥିବା ବେଳେ ଆକ୍ରମଣ କଲେ ମହୁମାଛି, ୧୫ ଆହତ, ଦୁଇ ଗୁରୁତର
19/09/2021 at 6:00 PM

କେନ୍ଦୁଝର, ୧୯।୦୯: କେନ୍ଦୁଝର ଜିଲ୍ଲା ପାଟଣା ଥାନା ବେଗନା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଉକ୍ତ ଗ୍ରାମର ଜନ୍ମଜୟ ସେଠୀଙ୍କ ଘରେ ଶୁଦ୍ଧକ୍ରିୟା କାର୍ଯ୍ୟ ଚାଲିଥିବା ସମୟରେ ମହୁମାଛି ଆକ୍ରମଣରେ ଗ୍ରାମର ୧୫ରୁ ଉର୍ଦ୍ଧ୍ୱ ଲୋକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଦୁଇ ଜଣ ଗୁରୁତର ହୋଇଛନ୍ତି ।
ଦୁଇ ଗୁରୁତର ହେଲେ ଗ୍ରାମର ଦଶରଥ ସେଠୀ ଓ ବିପିନ ବିହାରୀ ସେଠୀ। ସମସ୍ତଙ୍କୁ ପାଟଣା ମେଡିକାଲରେ ଭର୍ତ୍ତୀ କରାଯାଇଥିଲା । ତେବେ ଚିକିତ୍ସା ପରେ ସମସ୍ତେ ସୁସ୍ଥ ହୋଇଥିବା ଜଣାପଡିଛି ।