ମହୁମାଛି ଆକ୍ରମଣରେ ଜଣେ ମୃତ, ୭ ଗୁରୁତର; ସମସ୍ତେ ଗୋଟିଏ ପରିବାରର

Published By : Prameya-News7 Bureau | September 12, 2022 IST

ମୋହନା ୧୨/୦୯: ଗଜପତି ଜିଲ୍ଲା ଅଡ଼ବା ଥାନା ଅନ୍ତର୍ଗତ ପାଲଡ଼ା ଗାଁରେ ଜଙ୍ଗଲୀ ମହୁମାଛି ଆକ୍ରମଣ। ଫଳରେ ଗୋଟିଏ ପରିବାରର ଜଣେ ଶିଶୁର ମୃତ୍ୟୁ ହୋଇଥିବା ବେଳେ ୭ଜଣ  ଆହତ ହୋଇଛନ୍ତି। ମୃତକ ସେହି ଗାଁର ରବିଶଙ୍କର ମଳିକଙ୍କ ୫ ବର୍ଷର ପୁଅ ଶିବରାମ ମଳିକ। ଆହତମାନେ ହେଲେ ରବିଶଙ୍କର ମଳିକ, ରଞ୍ଜିତା ମଳିକ, ଶିବଶଙ୍କର ମଳିକ, ସାନବର ମଳିକ, ବଳରାମ ମଳିକ, ପ୍ରଦୀପ ମଳିକ ଏବଂ ନକୁଳ ମଳିକ। 

ରବିବାର ଅପରାହ୍ଣରେ ପରିବାର ସଦସ୍ୟମାନେ ଗାଈ ଚରାଇବା ପାଇଁ ଗ୍ରାମ ପାଖରେଥିବା ବଗଡ଼କୁ ଯାଇଥିଲେ। ଏହି ସମୟରେ ଜଙ୍ଗଲୀ ମହୁମାଛି ସେମାନଙ୍କୁ ଆକ୍ରମଣ କରିଥିଲା। ସମସ୍ତ ଆହତ ପ୍ରଥମେ ଅଡବା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିବା ବେଳେ ସେଠାରେ ଶିବରାମଙ୍କ ମୃତ୍ୟୁ ହୋଇଥିଲା। ପରେ ଗୁରୁତର ଆହତଙ୍କୁ ସୋମବାର ଅପରାହ୍ଣରେ ମୋହନା ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା। ବର୍ତ୍ତମାନ ସମସ୍ତ ଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଅଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.