ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହାୱଡ଼ା ଏକ୍ସପ୍ରେସ୍‌ରେ ଅଗ୍ନିକାଣ୍ଡ: କୋଲକାତା ଫେରୁଥିବା ବେଳେ ଏସି କୋଚ୍‌ରେ ଲାଗିଲା ନିଆଁ
  • ||
  • ଆନନ୍ଦପୁର : ବାଇକକୁ ପଛପଟୁ ପିଟିଲା କାର୍‌, ଦୁଗ୍ଧ ବିକ୍ରି କରିବାକୁ ବାହାରିଥିଲେ ରବିନ୍ଦ୍ର
  • ||
  • ଓସ୍କାର ବିଜେତା ଗାୟିକା ଆଇରିନ କାରାଙ୍କ ଦେହାନ୍ତ, ୬୩ ବର୍ଷରେ ଦୁନିଆକୁ କହିଲେ ଅଲବିଦା
  • ||
  • IND vs NZ : ବର୍ଷାରେ ଧୋଇଗଲା ମ୍ୟାଚ୍, ୨ ଦିନିକିଆ ବାତିଲ
  • ||

ଷ୍ଟାଡିୟମରେ ଜେଟଲୀଙ୍କ ପ୍ରତିମୂର୍ତ୍ତି ସ୍ଥାପନାକୁ ବିରୋଧ କଲେ ବେଦୀ, ଛାଡିଲେ ସଦସ୍ୟ ପଦ, କହିଲେ- ଗ୍ୟାଲେରୀରୁ ମୋ ନାଁ ହଟାଇ ଦିଅନ୍ତୁ

23/12/2020 at 4:34 PM

ନୂଆଦିଲ୍ଲୀ ୨୩।୧୨: ଫିରୋଜଶାହା କୋଟଲା ଷ୍ଟାଡିୟମରେ ଦିଲ୍ଲୀ ଏବଂ ଜିଲ୍ଲା କ୍ରିକେଟ୍ ସଂଘ(ଡିଡିସିଏ) ଦିବଙ୍ଗତ ସଭାପତି ଅରୁଣ ଜେଟଲୀଙ୍କ ପ୍ରତିମୂର୍ତ୍ତି ସ୍ଥାପନା କରିବା ନିଷ୍ପତ୍ତିରେ ଖପ୍ପା ଭାରତର ମହାନ ସ୍ପିନର ବିଶେନ ସିଂହ ବେଦୀ। ସେ ଡିଡିସିଏର ଏହି ନିଷ୍ପତ୍ତିକୁ ବିରୋଧ କରି ତାଙ୍କ ନାମ ଦର୍ଶକ ଗ୍ୟାଲେରୀରୁ ହଟାଇ ଦେବାକୁ କହିଛନ୍ତି। ତାଙ୍କ ନାମରେ ୨୦୧୭ରେ ଷ୍ଟାଡିୟମରେ ଗ୍ୟାଲେରୀର ନାମକରଣ କରାଯାଇଥିଲା। ଏହାର ବିରୋଧରେ ସେ ଡିଡିସିଏରୁ ମଧ୍ୟ ଇସ୍ତଫା ଦେଇଛନ୍ତି।

ଏକ ଘରୋଇ ଚ୍ୟାନେଲ ସହ ଆଲୋଚନା ବେଳେ ବେଦୀ କହିଛନ୍ତି ମୋର ଅନ୍ତରଆତ୍ମା ଯାହା କହିଲା ତାହା ମୁଁ କରିଛି। ଏକ କ୍ରିକେଟ୍ ଷ୍ଟାଡିୟମରେ ନେତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବା ଶୋଭା ଦେଉ ନାହିଁ। ଏହା ମୋତେ ଭାରି ଅଣନିଃଶ୍ଵାସୀ ଲାଗୁଛି। ମୁଁ ସେମାନଙ୍କୁ ପ୍ରତିମୂର୍ତ୍ତି ସ୍ଥାପନା କରିବାକୁ ବାଧା ଦେଉନାହିଁ। କେବଳ ମୋର ନାଁ ଗ୍ୟାଲେରୀରୁ ହଟାଇ ଦିଅନ୍ତୁ।

ଡିଡିସିଏକୁ କଠୋର ଭାଷାରେ ସମାଲୋଚନା କରି ବେଦୀ ପରିବାରବାଦ ଏବଂ କ୍ରିକେଟରଙ୍କ ଉପରେ ପ୍ରଶାସକଙ୍କୁ ରଖିବା ଅଭିଯୋଗ କରି ସଂଘର ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ଡିଡିସିଏର ବର୍ତ୍ତମାନର ସଭାପତି ତଥା ଅରୁଣ ଜେଟଲୀଙ୍କ ପୁଅ ରୋହଣ ଜେଟଲୀଙ୍କୁ ଚିଠି ଲେଖି କହିଛନ୍ତି, ମୁଁ ବହୁତ ସହନଶୀଳ ବ୍ୟକ୍ତି, ମାତ୍ର ଏବେ ମୁଁ ଧୈର୍ଯ୍ୟ ହରାଇ ସାରିଛି। ଡିଡିସିଏ ମୋର ଧୈର୍ଯ୍ୟର ପରୀକ୍ଷା ନେଇଛି। ମୋତେ ଏହି ପରି କଠୋର ପଦକ୍ଷେପ ନେବାକୁ ବାଧ୍ୟ କରାଯାଇଛି। ବେଦୀ କହିଛନ୍ତି, କେବଳ ମୋର ନାଁ ସେହି ଷ୍ଟାଣ୍ଡରୁ ହଟାଇ ଦିଅନ୍ତୁ, ଯାହା ମୋ ନାମରେ ରହିଛି। ଏହା ତୁରନ୍ତ ପ୍ରଭାବରୁ ହଟାଇ ଦିଆଯାଉ। ମୁଁ ଡିଡିସିଏର ସଦସ୍ୟ ପଦରୁ ଇସ୍ତଫା ଦେଉଛି।

ଜେଟଲୀ ୧୯୯୯ ରୁ ୨୦୧୩ ମଧ୍ୟରେ ୧୪ ବର୍ଷ ପର୍ଯ୍ୟନ୍ତ ଡିଡିସିଏର ସଭାପତି ଥିଲେ। କ୍ରିକେଟ୍ ସଂଘ ତାଙ୍କ ସ୍ମୁତିରେ ଛଅ ଫୁଟର ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ବିଚାର କରୁଛି। ଡିଡିସିଏ ୨୦୧୭ରେ ମହିନ୍ଦର ଅମରନାଥ ଓ ବେଦୀଙ୍କ ନାମରେ ଷ୍ଟାଣ୍ଡର ନାମ କରଣ କରିଥିଲା। ବେଦୀ କହିଛନ୍ତି, ମୁଁ ବହୁତ ଭାବିଚିନ୍ତି ଏହି ନିଷ୍ପତ୍ତି ନେଇଛି। ମୁଁ ସମ୍ମାନକୁ ଅପମାନ କରୁଥିବା ବ୍ୟକ୍ତି ନୁହେଁ। ମାତ୍ର ଏହା ମଧ୍ୟ ଜାଣି ରଖିବା ଉଚିତ୍ ଯେ ସମ୍ମାନ ସହିତ ଦାୟିତ୍ଵ ମଧ୍ୟ ରହିଥାଏ।

ସେ କହିଛନ୍ତି, ମୁଁ କେବେ ମଧ୍ୟ ଜେଟଲୀଙ୍କ କାର୍ଯ୍ୟଶୈଳୀକୁ ପସନ୍ଦ କରେ ନାହିଁ। ମୁଁ ତାଙ୍କ ନିଷ୍ପତ୍ତିକୁ ବିରୋଧ କରିଛି ଯାହା ମୋତେ ଠିକ୍ ଲାଗି ନାହିଁ। ଡିଡିସିଏର କାର୍ଯ୍ୟକ୍ରମ ସଞ୍ଚାଳନ ପାଇଁ ସେ ଯେଉଁ ଭଳି ଲୋକଙ୍କୁ ଚୟନ କରୁଥିଲେ, ତାହା ମୋ ଦ୍ଵାରା ଗ୍ରହଣୀୟ ନୁହେଁ। ମୁଁ ଥରୁଟିଏ ତାଙ୍କ ଘରେ ଅନୁଷ୍ଠିତ ବୈଠକରୁ ଉଠି ଆସିଥିଲି। କାରଣ ସେ ଦୁର୍ବ୍ୟବହାର କରୁଥିବା ଲୋକଙ୍କୁ ବାହାରର ରାସ୍ତା ଦେଖାଇବାକୁ ସାହାସ କରି ପାରୁନଥିଲେ।

   Related Posts