ଛାତରୁ ଖସି ବେଡ୍ ବାଥ ଆଣ୍ଡ ବିଅଣ୍ଡର ସିଏଫ୍‌ଓଙ୍କ ମୃତ୍ୟୁ; ପତ୍ନୀ ଆଣିଲେ ଏମିତି ଅଭିଯୋଗ

Published By : Prameya-News7 Bureau | September 05, 2022 IST

ନ୍ୟୁୟର୍କ: ବେଡ୍ ବାଥ ଆଣ୍ଡ ବିଅଣ୍ଡର ସିଏଫ୍‌ଓ(ଚିଫ୍ ଫାଇନାଲନ୍ସିଆଲ୍ ଅଫିସର) ଗୁସ୍ତାଭୋ ଅର୍ନଲ ମୃତ୍ୟୁ। ନ୍ୟୁୟର୍କ ସିଟି ମନହଟ୍ଟାନ ହାଇରାଇଜ୍ ଆପାର୍ଟମେଣ୍ଟର ବାଲୋକନୀରୁ ପଡ଼ିଯିବାରୁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତେବେ ତାଙ୍କ ମୃତ୍ୟୁକୁ ନେଇ ଏବେ ପ୍ରଶ୍ନ ଉଠିବା ଆରମ୍ଭ ହୋଇଯାଇଛି। ଗୁସ୍ତାଭୋ ବାଲ୍‌କୋନୀରୁ ଡେଇଁ ଆତ୍ମହତ୍ୟା କରିଥିବା ତାଙ୍କ ପତ୍ନୀ ଗଣମାଧ୍ୟମକୁ କହିଛନ୍ତି। ତେବେ ସେ କାହିଁକି ଆତ୍ମହତ୍ୟା କଲେ ? ତାଙ୍କୁ ଆତ୍ମହତ୍ୟା କରିବାକୁ ମାନସିକ ଚାପ ପକାଯାଇଥିଲା କି ବୋଲି ନାନା ଦିଗରୁ ପୁଲିସ ତଦନ୍ତ କରୁଛି।   

୫୧ ବର୍ଷୀୟ ଅର୍ନଲ ଆପାର୍ଟମେଣ୍ଟରୁ ୧୮ ମହଲାରୁ ଖସିପଡିଥିଲେ। ତଳେ ତାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା ବୋଲି ନ୍ୟୁୟର୍କ ପୁଲିସ ସୂଚନା ଦେଇଛି। ଅର୍ନଲଙ୍କ ମୃତ୍ୟୁ ପରେ ବେଡ୍ ବାଥ ଆଣ୍ଡ ବିଅଣ୍ଡ କମ୍ପାନୀ ପକ୍ଷରୁ ଦୁଃଖ ପ୍ରକାଶ କରିବା ଅର୍ନଲ ଦଣେ ପ୍ରତିଭାବାନ କର୍ମଚାରୀ ଥିଲେ ବୋଲି କମ୍ପାନୀ ବୋର୍ଡ କହିଛି।

ସୂଚନା ଅନୁସାରେ, ଅର୍ନଲ କାମ କରୁଥିବା କମ୍ପାନୀର ଆର୍ଥିକ ଅବସ୍ଥା ଭଲ ନଥିଲା। କମ୍ପାନୀ ଦେବାଳିଆରେ ଚାଲିଥିଲା। ଦେବାଳିଆ ସ୍ଥିତିରୁ ଉଦ୍ଧାର କରିବା ପାଇଁ କମ୍ପାନୀ ୧୫୦ଟି ସ୍ଥାନରେ ପାଖାପାଖି ୨୦ ପ୍ରତିଶତ କର୍ମଚାରୀ ଛଟେଇ କରିବ ବୋଲି ଘୋଷଣା କରିଥିଲା। କମ୍ପାନୀର ଷ୍ଟକ୍‌ ମୂଲ୍ୟ ବୃଦ୍ଧି କରିବା ସମ୍ପର୍କତି ଏକ ଅଭିଯୋଗ ଅର୍ନଲଙ୍କ ଉପରେ ଲାଗିଥିବା। ସେ ଏହି ମାମରେ ଆଇନଗତ ଲଢେଇ ମଧ୍ୟ ଲଢ଼ୁଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.