ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଯାଞ୍ଚରୁ ଜଣା ପଡିଲା,ଏହି କାରଣରୁ ହୋଇଥିଲା ପୋଖରା ବିମାନ ଦୁର୍ଘଟଣା

7/02/2023 at 4:01 PM

କାଠମାଣ୍ଡୁ ୭।୨: ନେପାଳ ପୋଖରାରେ ଗତ ମାସରେ ହୋଇଥିବା ବିମାନ ଦୁର୍ଘଟଣାର ଯାଞ୍ଚ ରିପୋର୍ଟ ଆସିଛି। ଏଥିରୁ ଦୁର୍ଘଟଣାର କାରଣ ସମ୍ପର୍କରେ ଜଣାପଡିଛି। ପ୍ରାରମ୍ଭିକ ଯାଞ୍ଚରିପୋର୍ଟରୁ ବିମାନର ଇଞ୍ଜିନରେ ତ୍ରୁଟି ଦେଖାଦେବା ଯୋଗୁ ଦୁର୍ଘଟଣା ହୋଇଥିବା କୁହାଯାଇଛି। ଏହି ଦୁର୍ଘଟଣାରେ ୫ ଭାରତୀୟଙ୍କ ସମେତ ମୋଟ ୭୨ ଜଣଙ୍କର ମୃତ୍ୟୁ ହୋଇଥିଲା। ନେପାଳରେ ଗତ ୩୦ ବର୍ଷରେ ଏହା ସବୁଠୁ ଭୟଙ୍କର ବିମାନ ଦୁର୍ଘଟଣା ଥିଲା। ପୋଖରା ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ବିମାନ ଲ୍ୟାଣ୍ଡିଂ କରିବାର କିଛି ସେକେଣ୍ଡ ପୂର୍ବରୁ ଦୁର୍ଘଟଣା ହୋଇଥିଲା।

ଏହି ଦୁର୍ଘଟଣାର ତଦନ୍ତ ନିମନ୍ତେ ଏକ କମିଟି ଗଠନ କରାଯାଇଥିଲା। କମିଟି ରିପୋର୍ଟରେ ଚମକାଇବା ଭଳି ତଥ୍ୟ ଦେଇଛନ୍ତି। କମିଟି ବିମାନ ଇଞ୍ଜିନରେ ଗଡବଡ ଥିବା ଯୋଗୁ ଦୁର୍ଘଟଣା ହୋଇଥିବା କହିଛନ୍ତି। ରିପୋର୍ଟରେ ବିମାନ ଲ୍ୟାଣ୍ଡିଂ କରିବାକାଳରେ ୱିଙ୍ଗସ୍ ଏଙ୍ଗଲ ନ ମିଳିବାରୁ ପ୍ଲେନ କ୍ରାସ୍ ହୋଇଥିଲା। ତେବେ ୱିଙ୍ଗସ୍ ଏଙ୍ଗଲ ନ ମିଳିବା ପାଇଲଟଙ୍କ ଭୁଲ ଥିଲା କି ଟେକ୍ନିକାଲ ଫଲ୍ଟ ଥିଲା ଏହାର ବିସ୍ତୃତ ଯାଞ୍ଚ କରାଯିବ ବୋଲି କୁହାଯାଇଛି।

କମିଟି କହିଛନ୍ତି ଯେ ଫ୍ଲାଇଟ୍ ଡାଟା ରେକର୍ଡର ଓ କକପିଟ୍ ଭୟେସ ରେକର୍ଡର ଯାଞ୍ଚରୁ ବିମାନ ଦୁର୍ଘଟଣାର କାରଣ ଇଞ୍ଜିନର ବୈଷୟିକ ତ୍ରୁଟିଯୋଗୁ ବୋଲି କୁହାଯାଇଛି। ଲ୍ୟାଣ୍ଡିଂ ସମୟରେ ଉଭୟ ଇଞ୍ଜିନର ପ୍ରୋପେଲର ବାଲାନ୍ସ ନ ହେବା ଯୋଗୁ ଦୁର୍ଘଟଣା ହୋଇଛି। ଉଲ୍ଲେଖଯୋଗ୍ୟ ଯେ ୟେତି ଏୟାରଲାଇନ୍ସ ଟ୍ୱିନ୍ ଇଞ୍ଜିନ ଏଟିଆର-୭୨ ବିମାନ ଜାନୁୟାରୀ ୧୫ ତାରିଖ ଦିନ ପୋଖରାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ବେଳେ ବିମାନରେ ମୋଟ ୧୫ ଜଣ ବିଦେଶୀ ନାଗରିକ ଥିଲେ। ଯେଉଁମାନଙ୍କ ମଧ୍ୟରେ ୫ ଭାରତୀୟ, ୪ ଋଷିୟ, କୋରିଆର ୨ ଓ ଅଷ୍ଟ୍ରେଲିଆ, ଫ୍ରାନ୍ସ, ଆର୍ଜେଣ୍ଟିନା ଏବଂ ଇଜ୍ରାଏଲର ଜଣେ ଲେଖାଏଁ ନାଗରିକ ଥିଲେ।

ଲ୍ୟାଣ୍ଡିଂର କିଛି ସେକେଣ୍ଡ ପୂର୍ବରୁ ବିମାନ ପୁରୁଣା ଡୋମେଷ୍ଟିକ୍ ଏୟାରପୋର୍ଟ ଓ ପୋଖରା ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ମଧ୍ୟରେ ଥିବା ସେତି ନଦୀ କୂଳରେ ଦୁର୍ଘଟଣାର ଶିକାର ହୋଇଥିଲା। ବିମାନକୁ କ୍ୟାପ୍ଟେନ କମଲ କେ.ସି ଓ ସହାୟକ କ୍ୟାପ୍ଟେନ ଅଞ୍ଜୁ ଖାତିୱାଡା ଉଡାଉଥିଲେ। ନେପାଳରେ ଗତ ୩୦ ବର୍ଷରେ ହୋଇଥିବା ବିମାନ ଦୁର୍ଘଟଣାରେ ଏହା ସବୁଠୁ ଭୟଙ୍କର ଥିଲା।    

   Related Posts