oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫାଷ୍ଟଫୁଡ୍ ଦୋକାନରୁ ମାଲିକଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଆରମ୍ଭ କଲା ପୋଲିସ୍‌
  • ||
  • ରାୟଗଡ଼ା : ଗୁମ୍ମା ଘାଟିରେ ଦୁର୍ଘଟଣା : ସ୍ୱାମୀ ମୃତ, ସ୍ତ୍ରୀ ଏବଂ ପୁଅ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୯ କୋଭିଡ୍ ପଜିଟିଭ୍
  • ||
  • ମେକ୍ସିକୋ ଧୁଆଁଧାର ଫାୟାରିଂ: ୭ ପୋଲିସ କର୍ମଚାରୀ, ମେୟରଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ
  • ||
  • ଜଲପାଇଗୁଡ଼ିରେ ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ବନ୍ୟାରେ ଭାସି ୭ ମୃତ
  • ||

ବିୟୁଟି କୁଇନଙ୍କୁ ବଳାତ୍କାର: କରୋନା ମୁକାବିଲା ବେଳେ କୋଗି କମିଶନରଙ୍କ କେଳେଙ୍କାରୀ

19/04/2020 at 7:26 PM

ନୂଆଦିଲ୍ଲୀ ୧୯।୦୪: କୋଭିଡ୍-୧୯ ମହାମାରୀର ମୁକାବିଲା ସମୟରେ  ଜଳ ସଂପଦ ପାଇଁ ଗଠିତ  କୋଗି କମିଶନର ଅବଦୁମୁନି ଡଙ୍ଗା ବିୟୁଟି କୁଇନ ଏଲିଜାବେଥଙ୍କୁ ବଳାତ୍କାର କରିବାକୁ ପଛେଇ ନାହାନ୍ତି। କମିଶନର ତାଙ୍କୁ ଅପହରଣ କରିବା ସହିତ ବଳାତ୍କାର କରିଥିବା ବିୟୁଟି କୁଇନ ଏଲିଜାବେଥ ଓଏନେଇ ଅଭିଯୋଗ କରିଛନ୍ତି।

କୋଭିଡ-୧୯ ସଙ୍କଟ ସମୟରେ କମିଶନରଙ୍କ ରିଲିଫ୍ ସାମଗ୍ରୀ ବଣ୍ଟନ କରୁଥିବା ଏକ ଫଟୋ ଦେଖି ସେ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ  ଏବଂ ନିଜ ଭଉଣୀଙ୍କ ସାହାଯ୍ୟ କରିବାକୁ କହିଥିଲେ। କମିଶନର ପୋଷ୍ଟ ବିଷୟରେ ଜାଣିବା ପରେ ଉତକ୍ଷୀପ୍ତ ହୋଇ ପଡିଥିଲେ।  କିଛି ଯୁବକଙ୍କୁ ମୋତେ ଏବଂ ମୋ ଭଉଣୀଙ୍କୁ ଅପହରଣ କରିବାକୁ କହିଥିଲେ।

ଏହା ପରେ କମିଶନର ମୋର ପୋଷାକ ଫାଡି ଦେଇଥିଲେ ଏବଂ ମୋର ନଗ୍ନ ଶରୀରର ଏକ ଭିଡିଓ କରିଥିଲେ। ଏହି ଭିଡିଓକୁ ଭାଇରାଲ୍ କରିବାକୁ ମଧ୍ୟ ଧମକ ଦେଇଥିଲେ। ସେ ମୋତେ ନିଜହର ଲୋକୋଜା ନିବାସରେ ରଖିଥିଲେ। ମୁଁ ଦେଇଥିବା ପ୍ରଥମ ପୋଷ୍ଟ ଉପରେ କ୍ଷମା ମାଗିବା ଏବଂ ଆଉ ଏକ ପୋଷ୍ଟ କରି ସଫେଇ ଦେବାକୁ କହିଥିଲେ। ଏଥିରେ ସହାୟତା କରିବାକୁ ମୁଁ ମୋ ଭଉଣୀକୁ କହିଥିଲି।

ଓଏନେଇ କହିଛନ୍ତି ଯେ, ଘଟଣା ଦିନ କମିଶନର ମୋତେ ଛାଡି ନଥିଲେ। ରାତିରେ ସେ ମୋ ସହ ଯୌନ ସମ୍ବନ୍ଧ ରଖିଲେ। ଭୟ କାରଣରୁ କମିଶନରଙ୍କସହ ମୁଁ ଯୌନ ସମ୍ବନ୍ଧ ରଖିଥିଲି। ଏହାର ପରବର୍ତ୍ତୀ ଦିନ ସେ ମୋତେ ଓକେନ ନେଇ ଯାଇଥିଲେ। କାରଣ ଓକେନରେ ଏକ ଅସାଇମେଣ୍ଟ ଥିଲା। ନ୍ୟାୟର ଗୁହାରି କରି ପୀଡିତା କହିଛନ୍ତି ଯେ, କମିଶନରଙ୍କ ପକ୍ଷରୁ ତାଙ୍କ ଉପରେ ଆକ୍ରମଣ ହେବାର ବିପଦ ରହିଛି।

କୋଗି ରାଜ୍ୟପାଳ ୟାହାୟା ବେଲୋ ଜଳ ସମ୍ପଦ କମିଶନର ଅବଦୁମୁମୁନି ଡାଙ୍ଗାଙ୍କ ଦ୍ଵାରା ଏଲିଜାବେଥ ଓଏନେଇଙ୍କ ଉପରେ ହୋଇଥିବା ଆକ୍ରମଣ ତଥା ବଳାତ୍କାର ଘଟଣାର ବିସ୍ତୃତ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

   Related Posts