ମୋଟି କହି ବାହାଘର ପୂର୍ବରୁ ମୁହଁ ମୋଡ଼ିଦେଲେ ଭାବିସ୍ବାମୀ : ପ୍ରତିଶୋଧ ନେଲେ ଯୁବତୀ, ଆଉ ଯାହା କଲେ ତାହା ଉଦାହରଣ ହୋଇଗଲା
27/02/2020 at 3:08 PM

ବ୍ରିଟେନ୍ ୨୭/୨: ୩ବର୍ଷ ପୂର୍ବେ ଜେନ୍ ଏଟକିନ୍ ନାମ୍ନୀ ଜଣେ ଯୁବତୀଙ୍କୁ ତାଙ୍କ ଭାବୀସ୍ବାମୀ ଜେନ୍ ଅତ୍ୟଧିକ ମୋଟା ହୋଇଥିବା ଯୋଗୁଁ ଛାଡ଼ି ଦେଇଥିଲେ। ତାଙ୍କ ଭାବୀସ୍ବାମୀଙ୍କ କହିବା ଅନୁସାରେ ସେ ଅତ୍ୟଧିକ ଜଙ୍କ ଫୁଡ ଖାଇବା ଫଳରେ ମୋଟା ହୋଇଯାଇଥିଲେ। ଏହା କହି ସେ ଜେନଙ୍କଠୁ ସମ୍ପର୍କ ଭାଙ୍ଗି ଦେଇଥିଲେ। ଏହା ପରେ ଜେନ୍ ଯାହା କରିଥିଲେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ବ୍ରେକଅପ୍ ପରେ ଜେନ୍ ଏଟକିନଙ୍କ ଜୀବନରେ ଏହାକୁ ନେଇ ବହୁତ ବଡ଼ ପ୍ରଭାବ ପଡ଼ିଥିଲା। ସେ ଏଥିପାଇଁ ନିଜକୁ ଦାୟୀ ବୋଲି ଭାବୁଥିଲେ। ସେ ନିଜକୁ ପ୍ରମାଣିତ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ତାଙ୍କ ନିଷ୍ପତ୍ତି କେବଳ ତାଙ୍କ ଜୀବନ ପରିବର୍ତ୍ତନ କରିନଥିଲା ବରଂ ମୋଟି କହୁଥିବା ତାଙ୍କ ପୂର୍ବତନ ଭାବିସ୍ବାମୀଙ୍କୁ ମଧ୍ୟ ଶିକ୍ଷା ମିଳିଯାଇଥିଲା। କେତେକ ଲୋକ ଏହାକୁ ‘ଅଲଟିମେଟ ରିଭେଞ୍ଜ ବୋଲି କହିଛନ୍ତି।

ଜେନ୍ ଅକ୍ଳାନ୍ତ ପରିଶ୍ରମ କରି ନିଜକୁ ଫିଟ୍ କରିଥିଲେ। କେବଳ ଏତିକି ନୁହେଁ ସେ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଭାଗ ନେବାକୁ ମଧ୍ୟ ନିଷ୍ପତ୍ତି ନେଇଥିଲେ ଏବଂ ମିସ୍ ଗ୍ରେଟ୍ ବ୍ରିଟେନର ମୁକୁଟ ମଧ୍ୟ ନିଜ ନାଁରେ କରିଥିଲେ।

ଆଭିଏସନ ଆଡମିନିଷ୍ଟେଟର ଭାବେ କାମ କରୁଥିବା ୨୬ବର୍ଷ ବୟସ୍କା ଜେନ୍ ଉଲ୍ସବୀରେ ରୁହନ୍ତି। ସେ ହେଲଦି ଡାଏଟ ସହ ଫିଟନେସ ପ୍ରତି ମଧ୍ୟ ଧ୍ୟାନ ରଖିଥିଲେ ଏବଂ ଦୁଇ ବର୍ଷ ମଧ୍ୟରେ ନିଜକୁ ପୂରାପୂରି ଫିଟ୍ କରିପାରିଥିଲେ।

ଜେନ୍ ସର୍ବପ୍ରଥମେ ମିସ୍ ସ୍କନଥ୍ରୋପ୍ ମୁକୁଟ ନିଜ ନାଁରେ କରିଥିଲେ। ଏହା ପରେ ୨୦୧୮ମସିହାରେ ମିସ୍ ଇଂଲଣ୍ଡ ପ୍ରତିଯୋଗିତାରେ ଭାଗ ନେବାକୁ ଯାଇଥିଲେ। ଏଥିରେ ଭାଗ୍ୟ ତାଙ୍କର ସହାୟକ ନହେବାରୁ ସେ ରନର ଅପ୍ ହୋଇଥିଲେ।

୨୦୧୮ମସିହାରେ ମିସ୍ ଇଂଲଣ୍ଡ ପ୍ରତିଯୋଗିତାରେ ଭାଗ ନେବା ପରେ ଜେନ୍ ଅଳ୍ପ ସମୟ ପାଇଁ ବ୍ରେକ୍ ନେଇଥିଲେ କିନ୍ତୁ ୭୫ତମ ଗ୍ରେଟ ବ୍ରିଟେନ୍ ପ୍ରତିଯୋଗିତାରେ ଭାଗ ନେଇ ଏଥିରେ ବିଜେତା ହୋଇଥିଲେ।
